T20 WC 2022: ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହେଲେ କାହାକୁ ମିଳିବ ଅଧିକ ଲାଭ, ଜାଣନ୍ତୁ ସବୁକିଛି
Advertisement
Article Detail0/zeeodisha/odisha1403347

T20 WC 2022: ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହେଲେ କାହାକୁ ମିଳିବ ଅଧିକ ଲାଭ, ଜାଣନ୍ତୁ ସବୁକିଛି

T20 World Cup 2022: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଆସନ୍ତା ୨୩ ଅକ୍ଟୋବର ଅର୍ଥାତ ରବିବାର ଦିନ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । କିନ୍ତୁ ମ୍ୟାଚ ଦିନ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ଏହି ମ୍ୟାଚ୍ ପାଇଁ କୌଣସି ଆଇସିସି କୌଣସି ରିଜର୍ଭ ଡେ ରଖିନାହିଁ ।

ସୌ: ସୋସିଆଲ ମିଡିଆ

T20 World Cup 2022, India Vs Pakistan: ରବିବାର ଦିନ ଭାରତ ଓ ପାକିସ୍ଥାନ (India Vs Pakistan) ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ବର୍ତ୍ତମାନ ଠାରୁ ସାରାବିଶ୍ୱର ଥିବା ସମସ୍ତ କ୍ରିକେଟ ପ୍ରଶଂସକଙ୍କ ହୃଦସ୍ପନ୍ଦନ ବଢି ଯାଇଛି । ଆସନ୍ତା ୨୩ ଅକ୍ଟୋବରରେ ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ରେ ଅନୁଷ୍ଠିତ ହେବାକୁ ଥିବା ଏହି ବଡ ମ୍ୟାଚକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି, କିନ୍ତୁ ପାଣି ପାଗ ଏହି ମ୍ୟାଚକୁ ସମ୍ପୂର୍ଣ୍ଣ ଭାବରେ ବିଗାଡିପାରେ । ପାଣିପାଗ ରିପୋର୍ଟ ଅନୁଯାୟୀ ୨୩ ଅକ୍ଟୋବରରେ ମେଲବୋର୍ଣ୍ଣରେ (Melbourne) ପ୍ରାୟ ୮୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଏହି ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଡେ ନାହିଁ । ଏପରି ପରିସ୍ଥିତିରେ, ଯଦି ମ୍ୟାଚ୍ ବାତିଲ ହୁଏ, ତେବେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇବେ । ଏପରି ପରିସ୍ଥିତିରେ, କିଏ ଏଥିରୁ ଅଧିକ ଉପକୃତ ହେବ ଓ କେଉଁ ଉପାୟରେ ଆସନ୍ତୁ ଜାଣିବା ।

କହିରଖୁଛୁ ଯେ ସୁପର-୧୨ ରେ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ମଧ୍ୟ ଭାରତ ଓ ପାକିସ୍ଥାନ ଗ୍ରୁପରେ ଅଛନ୍ତି । ଅନ୍ୟ ୨ଟି ଦଳ ପ୍ରଥମ ରାଉଣ୍ଡରୁ ସିଧାସଳଖ ଏହି ଗ୍ରୁପରେ ପ୍ରବେଶ କରିବେ । ଭାରତ ଓ ପାକିସ୍ତାନକୁ ସୁପର-୧୨ ରେ ୫ଟି ଲେଖାଏଁ ମ୍ୟାଚ୍ ଖେଳିବାକୁ ପଡିବ । ଏପରି ପରିସ୍ଥିତିରେ, ଯଦି ରବିବାର ଦିନ ମ୍ୟାଚ୍ ବାତିଲ ହୁଏ, ତେବେ ଅବଶିଷ୍ଟ ୪ ଟି ମ୍ୟାଚ୍ ଉଭୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଯଦି ଏହି ସମୟ ମଧ୍ୟରେ ଉଭୟ ଭାରତ ଓ ପାକିସ୍ତାନ ୩ଟି ଲେଖାଏଁ ମ୍ୟାଚ୍ ଜିତିବାରେ ସଫଳ ହୁଅନ୍ତି ଓ ଗୋଟିଏ ଲେଖାଏଁ  ମ୍ୟାଚ ହାରନ୍ତି, ତେବେ ଉଭୟ ୭ ପଏଣ୍ଟ ଲେଖାଏଁ ପାଇବେ । ଗୋଟିଏ ମ୍ୟାଚ୍ ଜିତିବା ୨ ପଏଣ୍ଟ ମିଳିଥାଏ । ଅନ୍ୟପକ୍ଷରେ, ଯଦି ଦକ୍ଷିଣ ଆଫ୍ରିକା ଦଳ ୫ ଟି ମ୍ୟାଚ ମଧ୍ୟରୁ ୪ ଟି ଜିତିବାରେ ସଫଳ ହୁଏ, ତେବେ ସେ ୮ ପଏଣ୍ଟ ପାଇବ । ଏଭଳି ପରିସ୍ଥିତିରେ ଭାରତ ଓ ପାକିସ୍ତାନ ଦଳ ମଧ୍ୟରୁ କେବଳ ଗୋଟିଏ ଦଳ ସେମିଫାଇନାଲକୁ ଯାଇପାରିବ ।

ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଯଦି ରଦ୍ଦ ହୁଏ ତେବେ ଯେଉଁ ଦଳ ଦୁର୍ବଳ ଟିମ୍ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିବ, ଭଲ ରନ୍ ରେଟ ରଖିବ ସେ ଅଧିକ ଲାଭ ପାଇବ । ୨୦୧୨ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ସେମିଫାଇନାଲରୁ ବାଦ ପଡ଼ିଥିଲା,କାରଣ ଏହାର ରନ୍ ହାର ପାକିସ୍ତାନ ଓ ଅଷ୍ଟ୍ରେଲିଆଠାରୁ କମ୍ ଥିଲା । ଟି-୨୦ ବିଶ୍ୱକପ୍‌ର ଇତିହାସକୁ ଦେଖିଲେ ପାକିସ୍ତାନ ଦଳ ୫ ଥର ସେମିଫାଇନାଲରେ କିମ୍ବା ଏହା ଉପରକୁ ଅତିକ୍ରମ କରିବାରେ ସଫଳ ହୋଇଛି । ଅନ୍ୟପକ୍ଷରେ ଭାରତୀୟ ଦଳ ମାତ୍ର ୩ ଥର ଏହା କରିବାରେ ସକ୍ଷମ ହୋଇଛି । ଏହା ଛଡା ଦକ୍ଷିଣ ଆଫ୍ରିକା ଦଳ ଦୁଇଥର ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି ।

ଯଦି ଆମେ ଟି-୨୦ ବିଶ୍ୱକପ୍‌ର ରେକର୍ଡକୁ ଦେଖିବା, ତେବେ ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ୬ ଟି ମ୍ୟାଚ୍ ଖେଳାଯାଇଛି । ର୍ଥି ମଧ୍ୟରୁ ଟିମ୍ ଇଣ୍ଡିଆ ୫ ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଥିବା ବେଳେ କେବଳ ଗୋଟିଏ ମ୍ୟାଚରେ ପାକିସ୍ତାନ ବିଜୟୀ ହୋଇଛି । ସାମଗ୍ରିକ ଟି-୨୦ ରେକର୍ଡକୁ ଦେଖିଲେ ଭାରତ ୧୧ ଟି ମ୍ୟାଚ ମଧ୍ୟରୁ ୮ ଟି ଜିତିଛି, ୩ ଟି ହାରିଛି । ଏଥରୁ ଅନୁମେୟ ଯେ ମେଲବୋର୍ଣ୍ଣରେ ମ୍ୟାଚ ବାତିଲ ହେଲେ ଏହା ପାକିସ୍ତାନକୁ ଅଧିକ ଲାଭ ଦେଇପାରେ ।

ଏହା ବି ପଢ଼ନ୍ତୁ: India vs Pakistan: ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ସଚିନ୍ ତେନ୍ଦୁଲକର କଲେ ବଡ଼ ଭବିଷ୍ୟବାଣୀ