T20 World Cup 2022: ଆମ ମନରେ ଆପଣଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଯାଇଛି... ଋଷଭ ପନ୍ତଙ୍କ ଏହି 'ବଳିଦାନ'କୁ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ
Advertisement

T20 World Cup 2022: ଆମ ମନରେ ଆପଣଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଯାଇଛି... ଋଷଭ ପନ୍ତଙ୍କ ଏହି 'ବଳିଦାନ'କୁ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ

T20 World Cup 2022: ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ୧୦ ୱିକେଟରେ ପରାସ୍ତ କରିଛି । ଏହା ସହ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳର ଅଭିଯାନ ମଧ୍ୟ ଶେଷ ହୋଇଛି । ଏହି ସମୟରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଗୋଟିଏ କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଉଛି ।

T20 World Cup 2022: ଆମ ମନରେ ଆପଣଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଯାଇଛି... ଋଷଭ ପନ୍ତଙ୍କ ଏହି 'ବଳିଦାନ'କୁ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ

T20 World Cup 2022 India vs England Semi Final Match: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ସେମିଫାଇନାଲରେ ଭାରତୀୟ କ୍ରିକେଟ୍ ଦଳ (Indian Team) କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ନଭେମ୍ୱର ୧୦ (ଗୁରୁବାର)ରେ ଆଡିଲେଡରେ ଖେଳାଯାଇଥିବା ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ (IND vs ENG) ରେ ଇଂଲଣ୍ଡ ଟିମ୍ ଇଣ୍ଡିଆ (Team India) କୁ ୧୦ ୱିକେଟରେ ପରାସ୍ତ କରିଛି । ଏହା ସହ ରୋହିତ ଶର୍ମା (Rohit Sharma) ଙ୍କ ନେତୃତ୍ୱରେ ଦଳର ଅଭିଯାନ ମଧ୍ୟ ଶେଷ ହୋଇଛି । ଏହି ସମୟରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଙ୍କ ଗୋଟିଏ କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଉଛି । ଋଷଭ ପନ୍ତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ପାଇଁ କରିଥିବା 'ବଳିଦାନ'କୁ ଲୋକମାନେ ପ୍ରଶଂସା କରୁଛନ୍ତି । 

ଏଠାରେ କହି ରଖୁଛୁ ଯେ, ଏହି ମ୍ୟାଚରେ ଋଷଭ ପନ୍ତ ୪ଟି ବଲରେ ଗୋଟିଏ ଚୌକା ସହାୟତାରେ ୬ ରନ୍ କରିଥିଲେ । ଆଡିଲେଟର ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା । ଦୁଇ ବ୍ୟାଟ୍ସମ୍ୟାନ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲି ଟିମ୍ ଇଣ୍ଡିଆ ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୩୩ ବଲରେ ୬୩ ରନର ଧମାକାଦାର ଇଂନିସ ଖେଳି ଥିବାବେଳେ ବିରାଟ କୋହଲି ୪୦ ବଲରେ ୫୦ ରନ୍ କରିଥିଲେ । 

ଏହା ପରେ ଇଂଲଣ୍ଡ କୌଣସି ୱିକେଟ୍ ନ ହରାଇ ୧୬ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା । କ୍ୟାପଟେନ ଜୋସ୍ ବଟଲର ୮୦ ଓ ଆଲେକ୍ସ ହେଲ୍ସ ୮୬ ରନର ଇଂନିସ ଖେଳିଥିଲେ ଓ ଉଭୟ ଅପରାଜିତ ରହିଥିଲେ । ସେପଟେ ଭାରତର ଇନିଂସର ଶେଷ ଓଭରର ତୃତୀୟ ବଲରେ ଋଷଭ ପନ୍ତ ବ୍ୟାଟିଂ କରୁଥିଲେ । ସେ କ୍ରିସ ଜୋର୍ଡାନଙ୍କ ୟର୍କରଙ୍କୁ ବ୍ୟାଟର ସାହାରା ଦେବାକୁ ଚେଷ୍ଟା କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଏଥିରେ ରନ୍ ନେବାକୁ ଚାହୁଁଥିଲେ ଓ ସେ ତାଙ୍କ କ୍ରିଜ୍ ଛାଡି ବ୍ୟାଟିଂ କରିବା ଆଡକୁ ଦୌଡିଥିଲେ । ପନ୍ତ କିନ୍ତୁ ବିଳମ୍ବ କରିଦେଇଥିଲେ । ପାଣ୍ଡ୍ୟାଙ୍କୁ ଦେଖିବା ପରେ ସେ ରନ ନେବା ପାଇଁ ଦୌଡିଥିଲେ । ଜୋସ୍ ବଟଲର୍ କୌଣସି ଭୁଲ କରିନଥିଲେ ଓ ବଲକୁ ଜୋର୍ଡାନ ଆଡକୁ ଫୋପାଡ଼ି ଥିଲେ । ପନ୍ତ ଚାହିଁଲେ ନିଜ କ୍ରିଜରେ ରହିପାରିଥାନ୍ତେ, କିନ୍ତୁ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଡକୁ ଥମ୍ସ-ଅପର ଇସାରା କରିଥିଲେ । ସେ ରନ ଆଉଟ୍ ହୋଇ ପାଭିଲିୟନକୁ ଫେରି ଯାଇଥିଲେ ।

ଅଧିକ ପଢ଼ନ୍ତୁ:-ସେମିଫାଇନାଲରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଭଉଣୀ ଲେଖିଲେ ଭାବପ୍ରବଣ ପୋଷ୍ଟ୍, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-ପାକିସ୍ତାନ ପିଏମ ଶାହବାଜ ଭାରତର ପରାଜୟକୁ ନେଇ ଉଡ଼ାଇଲେ ମଜାକ, ଭାରତୀୟ ଫ୍ୟାନ୍ସ ଲଗାଇଲେ କ୍ଲାସ୍

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟର ସବୁଠାରୁ ବଡ଼ କାରଣ, ହୋଇଗଲା ଖୁଲାସା

 

ମ୍ୟାଚରେ ବ୍ୟାଟରୁ ଋଷଭ ପନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇ ନଥିଲେ, କିନ୍ତୁ ସୋସିଆଲ ମିଡିଆରେ ଏହି 'ବଳିଦାନ' ପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିଛନ୍ତି । ଲୋକମାନେ ବିଭିନ୍ନ ପ୍ରକାରର ମିମ୍ ମଧ୍ୟ ସେୟାର କରିଛନ୍ତି । ଜଣେ 'ମିର୍ଜାପୁର' ସିରିଜ୍ ସହିତ ଜଡିତ ଏକ ମିମ୍ ସେୟାର କରିଛନ୍ତି, ଯେଉଁଥିରେ ଏହା ଲେଖାଯାଇଛି ଯେ, ଆମ ମନରେ ଆପଣଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଯାଇଛି । ସେହି ସମୟରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ପନ୍ତ ଯେଉଁ ନିଜ ୱିକେଟର ବଳିଦାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ସଲାମ ।