T20 World Cup 2022: ରବିବାର ଦିନ ହେବ ବିଶ୍ୱକପରେ ୩ଟି ବଡ ମ୍ୟାଚ୍, କିନ୍ତୁ ମ୍ୟାଚ ପୂର୍ବରୁ ବଦଳିଗଲା ସମୟ, ଏଠାରେ ଜାଣନ୍ତୁ
Advertisement

T20 World Cup 2022: ରବିବାର ଦିନ ହେବ ବିଶ୍ୱକପରେ ୩ଟି ବଡ ମ୍ୟାଚ୍, କିନ୍ତୁ ମ୍ୟାଚ ପୂର୍ବରୁ ବଦଳିଗଲା ସମୟ, ଏଠାରେ ଜାଣନ୍ତୁ

T20 World Cup 2022: ନଭେମ୍ବର ୬ ଅର୍ଥାତ ରବିବାର ସମସ୍ତ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଦିନ ମୋଟ ତିନୋଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡକୁ ଭେଟିବ । ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ଦଳ ବାଂଲାଦେଶକୁ ଚ୍ୟାଲେଞ୍ଜ କରିବ । ଦିନର ଶେଷ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ଭେଟିବ ।

ସୌ: ସୋସିଆଲ ମିଡିଆ

T20 World Cup 2022: ଟି-୨୦ ବିଶ୍ୱକପ ୨୦୨୨ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୬ ତାରିଖ ସମସ୍ତ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ରବିବାର ଦିନ ମୋଟ ତିନୋଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡକୁ ( South Africa vs Netherlands) ଭେଟିବାକୁ ଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ଦଳ ବାଂଲାଦେଶକୁ (Pakistan vs Bangladesh) ଚ୍ୟାଲେଞ୍ଜ କରିବ । ଦିନର ଶେଷ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ (India vs Zimbabwe) ଭେଟିବ । ଏହି ତିନୋଟି ମ୍ୟାଚ୍ ସମସ୍ତ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଯଦି ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡ ବିପକ୍ଷରେ ବିଜୟ ହାସଲ କରେ ତେବେ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ । ଯଦି ଏହି ଦଳ ପରାସ୍ତ ହୁଏ, ତେବେ ଏହା ପାକିସ୍ତାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହେବ ଓ ପାକିସ୍ତାନ ଦଳ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିପାରିବ । ଅନ୍ୟପକ୍ଷରେ, ସୁପର-୧୨ ରାଉଣ୍ଡରେ ଶୀର୍ଷରେ ଥିବାବେଳେ ଜିମ୍ବାୱେକୁ ପରାସ୍ତ କରି ଭାରତୀୟ ଦଳ ସିଧାସଳଖ ସେମିଫାଇନାଲ ଯିବାକୁ ଚାହିଁବ ।

ଦକ୍ଷିଣ ଆଫ୍ରିକା ବନାମ ନେଦରଲ୍ୟାଣ୍ଡ:
ଦିନର ପ୍ରଥମ ମ୍ୟାଚ୍ ଆଡିଲେଡ୍ ଓଭାଲ୍ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ରେ ଉଭୟ ଦଳର ଅଧିନାୟକ ସକାଳ ପାଞ୍ଚଟାରେ ଟସ୍‌ ପାଇଁ ଗ୍ରାଉଣ୍ଡକୁ ଆସିବେ । ଏହି ସମୟରେ, ମ୍ୟାଚର ପ୍ରକୃତ ରୋମାଞ୍ଚ ଅଧା ଘଣ୍ଟା ପରେ ଯଥା ୫.୩୦ ରେ ଆରମ୍ଭ ହେବ ।

ପାକିସ୍ତାନ ବନାମ ବାଂଲାଦେଶ:
ଦିନର ଦ୍ୱିତୀୟ ମ୍ୟାଚ୍ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଆଡିଲେଡ୍ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚ୍‌ରେ ଉଭୟ ଦଳର ଅଧିନାୟକ ଟସ୍‌ ପାଇଁ ସକାଳ ନଅଟା ବେଳେ ଗ୍ରାଉଣ୍ଡକୁ ଆସିବେ । ଏଥି ସହିତ, ମ୍ୟାଚର ପ୍ରକୃତ ରୋମାଞ୍ଚକ ଅଧ ଘଣ୍ଟା ପରେ ଅର୍ଥାତ ୯.୩୦ ରେ ଆରମ୍ଭ ହେବ । ସେମିଫାଇନାଲ ରେସରେ ରହିବାକୁ ପାକିସ୍ତାନ ଦଳକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ ଜିତିବାକୁ ପଡିବ ।

ଭାରତ ବନାମ ଜିମ୍ବାୱେ:
ଦିନର ତୃତୀୟ ବା ଶେଷ ମ୍ୟାଚ୍‌ରେ ଭାରତୀୟ ଦଳ ଜିମ୍ବାୱେକୁ ଚ୍ୟାଲେଞ୍ଜ କରିବ । ଏହି ମ୍ୟାଚ୍ ମେଲବର୍ଣ୍ଣର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଉଭୟ ଦଳର ଅଧିନାୟକ ଅପରାହ୍ନ ୧:୦୦ PM ରେ ଟସ୍ ପାଇଁ ଗ୍ରାଉଣ୍ଡକୁ ଆସିବେ । ଏଥି ସହିତ, ମ୍ୟାଚର ପ୍ରକୃତ ରୋମାଞ୍ଚକ ଅଧ ଘଣ୍ଟା ପରେ ଅର୍ଥାତ ଅପରାହ୍ନ ୧.୩୦ PM ରେ ଆରମ୍ଭ ହେବ ।

ଏହା ବି ପଢ଼ନ୍ତୁ: T20 World Cup 2022: ସହିଦ ଆଫ୍ରିଦିଙ୍କ ମୁହଁ ବନ୍ଦ କଲେ ବିସିସିଆଇ ସଭାପତି, ପଚାରିଲେ ଏହି ପ୍ରଶ୍ନ

ଏହା ବି ପଢ଼ନ୍ତୁ: T20 World Cup 2022: ଆଇସିସି ନେଲା ବଡ଼ ପଦକ୍ଷେପ, ସେମିଫାଇନାଲ-ଫାଇନାଲ ପାଇଁ ବଦଳାଇଲା ନିୟମ