Richest cricketer of India: ବିରାଟ କି ସଚିନ୍ ନୁହଁନ୍ତି, ଇଏ ହେଉଛନ୍ତି ଦେଶର ସବୁଠାରୁ ଧନୀ ଖେଳାଳି
Advertisement

Richest cricketer of India: ବିରାଟ କି ସଚିନ୍ ନୁହଁନ୍ତି, ଇଏ ହେଉଛନ୍ତି ଦେଶର ସବୁଠାରୁ ଧନୀ ଖେଳାଳି

Richest cricketer: ବିରାଟଙ୍କୁ ବାଦ ଦେଲେ ପୂର୍ବତନ ଭାରତ ଓପନର୍ ସଚିନ ତେନ୍ଦୁଲକରଙ୍କ ମୋଟ ସମ୍ପତ୍ତି ୧,୨୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ପୂର୍ବତନ ଭାରତୀୟ ଅଧିନାୟକ ଏମଏସ୍ ଧୋନିଙ୍କ ନିକଟରେ ମୋଟ ୧,୦୪୦ କୋଟି ଟଙ୍କା ସମ୍ପତ୍ତି ଥିବା ଜଣାପଡ଼ିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ତିନି ଖେଳାଳିଙ୍କ ବ୍ୟତୀତ ଭାରତରେ ଆଉ ଜଣେ ଏପରି ଏକ ଖେଳାଳି ଅଛନ୍ତି ଯାହାଙ୍କ ସମ୍ପତ୍ତି ଏମାନଙ୍କ ତୁଳନାରେ ଢେର ଅଧିକ। 

ସୌ(ସୋସିଆଲ ମିଡିଆ)

Richest cricketer of India: ନିକଟରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ (virat kohli) ମୋଟ ସମ୍ପତ୍ତି ମୂଲ୍ୟ ୧୦୦୦ କୋଟି ଟଙ୍କା ଅତିକ୍ରମ କରିଥିଲା । ଯାହାକୁ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ଏହା କହିବା ମଧ୍ଯ ଭୁଲ ହେବ ନାହିଁ କି, କୋହଲି ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ସକ୍ରିୟ ଖେଳାଳି ଅଟନ୍ତି । ବିରାଟଙ୍କୁ ବାଦ ଦେଲେ ପୂର୍ବତନ ଭାରତ ଓପନର୍ ସଚିନ ତେନ୍ଦୁଲକରଙ୍କ (sachin tendulkar) ମୋଟ ସମ୍ପତ୍ତି ୧,୨୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ପୂର୍ବତନ ଭାରତୀୟ ଅଧିନାୟକ ଏମଏସ୍ ଧୋନିଙ୍କ (Ms dhoni) ନିକଟରେ ମୋଟ ୧,୦୪୦ କୋଟି ଟଙ୍କା ସମ୍ପତ୍ତି ଥିବା ଜଣାପଡ଼ିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ତିନି ଖେଳାଳିଙ୍କ ବ୍ୟତୀତ ଭାରତରେ ଆଉ ଜଣେ ଏପରି ଏକ ଖେଳାଳି ଅଛନ୍ତି ଯାହାଙ୍କ ସମ୍ପତ୍ତି ଏମାନଙ୍କ ତୁଳନାରେ ଢେର ଅଧିକ। ତେବେ ଆସନ୍ତୁ ଜଣାଇବା ଏହି ଖେଳାଳୀ ଜଣଙ୍କ କିଏ ।

ବାସ୍ତବରେ, ଆମେ ଏଠାରେ ସମରଜିତ୍ ସିଂ ଗାଇକୱାଡଙ୍କ (Samarjitsinh Gaekwad) କଥା କହୁଛୁ । ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ଯ ଏହା ସତ ଅଟେ । ଅଧିକାଂଶ କ୍ରିକେଟ ପ୍ରେମୀ ବିରାଟ କୋହଲି, ସଚିନ ତେନ୍ଦୁଲକର ଓ ଏମଏସ ଧୋନିଙ୍କୁ ସବୁଠାରେ ଧନୀ କ୍ରିକେଟର ବୋଲି ମାନିଥାଆନ୍ତି । କିନ୍ତୁ ବାସ୍ତବରେ ଏହା ସତ ନୁହେଁ । ସମରଜିତସିଂ ରଣଜିତ୍ ସିଂ ଗାଇକୱାଡଙ୍କ ହେଉଛନ୍ତି ଭାରତର ସବୁଠୁ ଧନୀ କ୍ରିକେଟର । ତାଙ୍କର ମୋଟ ସମ୍ପତ୍ତି ଏହି ତିନି ଖେଳାଳିଙ୍କ ତୁଳନାରେ ବେଶ ଅଧିକ ।

ଏତିକି କୋଟି ସମ୍ପତ୍ତିର ମାଲିକ ସମରଜିତସିଂ ରଣଜିତ୍ ସିଂ ଗାଇକୱାଡ଼

ପ୍ରକାଶ ଥାଉ କି, ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ସମରଜିତ୍ ସିଂ ରଣଜିତ ସିଂ ଗାଇକୱାଡ  (Samarjitsinh Gaekwad) ୧୯୬୭ ମସିହା ଏପ୍ରିଲ ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସମରଜିତ୍ ସିଂ ଗୁଜୁରାଟର ବରୋଦାର ପୂର୍ବତନ ରାଜା ଅଟନ୍ତି। ସମରଜିତ୍ ରଣଜିତ୍ ପ୍ରତାପ ସିଂ ଗାଇକୱାଡ ଓ ଶୁଭଙ୍ଗିନୀ ରାଜେଙ୍କ ଏକମାତ୍ର ପୁତ୍ର ଅଟନ୍ତି । ସେ ଦେହରାଡୁନର ଡୁନ୍ ସ୍କୁଲରେ ଅଧ୍ୟୟନ କରିଥିଲେ । ପିତାଙ୍କ ମୃତ୍ୟୁ ପରେ ସମରଜିତ୍ ସିଂ ମେ ୨୦୧୨ ମସିହାରେ ମହାରାଜା ମୁକୁଟ ପିନ୍ଧିଥିଲେ। ଏହାପରେ ସେ ପ୍ରାୟ ୨୦,୦୦୦ କୋଟିରୁ ଅଧିକ ମୂଲ୍ୟ ସମ୍ପତ୍ତି ଅଧିକାରୀ ହୋଇଥିଲେ ।

ଲକ୍ଷ୍ମୀ ଭିଲାସ ପ୍ୟାଲେସର ମାଲିକ

ଏହା ବ୍ୟତୀତ, ସମରଜିତ୍ ସିଂ ଲକ୍ଷ୍ମୀ ଭିଲାସ ପ୍ୟାଲେସର (Laxmi Vilas Palace Vadodara) ମାଲିକ ଅଟନ୍ତି  ଯାହା ବିଶ୍ୱର ସର୍ବ ବୃହତ ଘରୋଇ ବାସସ୍ଥାନ ଭାବେ ଜଣାସୁଣା । ସେ ମନ୍ଦିର ଟ୍ରଷ୍ଟକୁ ମଧ୍ୟ ନିୟନ୍ତ୍ରଣ କରନ୍ତି ଯାହା ଗୁଜୁରାଟ, ବନାରସ ସମେତ ଉତ୍ତରପ୍ରଦେଶର ପ୍ରାୟ ୧୭ଟି ମନ୍ଦିରକୁ ପରିଚାଳିତ କରିଥାଏ । ଏହା ବ୍ୟତୀତ ସମରଜିତ୍ ସିଂ ୱାନକାନେର ରାଜ ପରିବାରର (wankaner royal family)  ରାଜକୁମାରୀ ରାଧିକା ରାଜେଙ୍କୁ (Radhikaraje Gaekwad) ବିବାହ କରିଥିଲେ।

ପ୍ରକାଶ ଥାଉ କି, ସମରଜିତ୍ ସିଂ ବିରାଟ କୋହଲି ଓ ଏମଏସ୍ ଧୋନିଙ୍କ ପରି ଭାରତୀୟ ଦଳ ପାଇଁ ଖେଳିନାହାଁନ୍ତି । ସେ ରଣଜୀ ଟ୍ରଫିରେ ବରୋଦାର ପ୍ରତିନିଧିତ୍ୱ କରିଥିଲେ ଓ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବେ ସେ ୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ଏହା ବ୍ୟତୀତ ସେ ବରୋଦା କ୍ରିକେଟ୍ ଆସୋସିଏସନର (Baroda Cricket Association) ସଭାପତି ମଧ୍ୟ ରହିଛନ୍ତି।

ଏହା ବି ପଢନ୍ତୁ-Shocking News: ୭୪ ବର୍ଷ ଚାକିରିରେ ନେଇ ନଥିଲେ ଛୁଟି, ବିଦାୟୀ ବେଳେ କମ୍ପାନୀ ପକ୍ଷରୁ ମିଳିଲା ଏପରି ସମ୍ମାନ