World Cup 2023: ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମା ମାରିଲେ ଧୂଆଁଧାର ଶତକ; ଭାଙ୍ଗିଦେଲେ ତେନ୍ଦୁଲକରଙ୍କ ସବୁଠାରୁ ବଡ଼ ରେକର୍ଡ
Advertisement

World Cup 2023: ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମା ମାରିଲେ ଧୂଆଁଧାର ଶତକ; ଭାଙ୍ଗିଦେଲେ ତେନ୍ଦୁଲକରଙ୍କ ସବୁଠାରୁ ବଡ଼ ରେକର୍ଡ

Rohit Sharma Century: ଆଜି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ବିଶ୍ୱକପ ଇତିହାସରେ ନିଜର ସପ୍ତମ ଶତକ ହାସଲ କରିଛନ୍ତି । ଏହା ସହ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଭାଙ୍ଗି ଦେଇଛନ୍ତି । 

 

Rohit Sharma Century

Rohit Sharma Record: ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ ୨୦୨୩ ର ନବମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଏକ ତୋଫାନୀ ଶତକ ମାରିଛନ୍ତି । ଏହା ସହ ହିଟମ୍ୟାନ୍ ବିଶ୍ୱକପ୍ ଇତିହାସରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି । ସଚିନ ନିଜ କ୍ୟାରିୟର ସମୟରେ ବିଶ୍ୱକପ୍‌ରେ ମୋଟ ୬ଟି ଶତକ ହାସଲ କରିଥିଲେ । ଏହି ମ୍ୟାଚ୍ ପୂର୍ବରୁ ରୋହିତ ବିଶ୍ୱକପରେ ମାତ୍ର ୬ଟି ଶତକ ହାସଲ କରିଥିଲେ । ଆଜି ନିଜର ସପ୍ତମ ଶତକ ମାରି ସେ ଏହି ରେକର୍ଡ ପ୍ରସଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ରୋହିତ ଶର୍ମା ୬୩ ବଲରେ ନିଜ ଶତକ ପୂରଣ କରିଥିଲେ । ଏହି ଅବଧିରେ ସେ ନିଜ ଇନିଂସରେ ୧୨ ଚୌକା ଓ ୩ଟି ଛକା ମାରିଥିଲେ ।

ରୋହିତ ମଧ୍ୟ ନିଜ ନାମରେ ସର୍ବାଧିକ ଛକା ମାରିବାର ମଧ୍ୟ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ମଧ୍ୟ ହୋଇଛନ୍ତି । ସେ ତାଙ୍କର ୫୫୪ ତମ ଛକା ମାରିବା ମାତ୍ରେ ସେ ୱେଷ୍ଟଇଣ୍ଡିଜ୍ ପାୱାର୍ ହିଟର୍ କ୍ରିସ୍ ଗେଲକୁ ପଛରେ ପକାଇଥିଲେ, ଯିଏ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନମ୍ବର ୱାନ ଥିଲେ । ଗେଲ୍ ତାଙ୍କ କ୍ୟାରିଅର୍ ସମୟରେ ୫୫୩ଟି ଛକା ମାରିଥିଲେ । ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମା ଚୌକା ଓ ଛକା ବର୍ଷା କରିଥିଲେ । ସେ ମାତ୍ର ୩୦ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ଏଥିରେ ସନ୍ତୁଷ୍ଟ ନଥିଲେ । ମ୍ୟାଚ୍‌ରେ ତାଙ୍କର ବିସ୍ଫୋରକ ଇନିଂସ ଜାରି ରହିଥିଲା ​​ଓ ସେ ନିଜ ଶତକ ମଧ୍ୟ ପୂରଣ କରିଥିଲେ ।

ଆଫଗାନିସ୍ତାନ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠିତ ବିଶ୍ୱକପ ମ୍ୟାଚରେ ଦେଖିବାକୁ ମିଳିଛି ଯେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପିଚରେ ସର୍ବାଧିକ ରନ୍ ସ୍କୋର କରାଯାଉଛି । ଏଥର ମଧ୍ୟ ସମାନ ଘଟଣା ଘଟିଛି । ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନ୍ ମାନେ ଏହି ଗ୍ରାଉଣ୍ଡରେ ଅନେକ ଚୌକା ଓ ଛକା ମାରିଥିଲେ । ଭାରତ-ଆଫଗାନିସ୍ତାନ ମ୍ୟାଚ୍ ବିଷୟରେ କହିଲେ ଟିମ୍ ଇଣ୍ଡିଆ ସାମ୍ନାରେ ୨୭୩ ରନର ବିଜୟ ଲକ୍ଷ୍ୟ ରହିଛି ।