MI vs RCB: ମ୍ୟାଚ୍ ହାରିବା ପରେ ରାଗିଗଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!
Advertisement

MI vs RCB: ମ୍ୟାଚ୍ ହାରିବା ପରେ ରାଗିଗଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

Rohit Sharma On MI vs RCB: ଆଇପିଏଲର ୧୬ ତମ ସିଜନର ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ୱାଇ ଇଣ୍ଡିଆନ୍ସକୁ ୮ ୱିକେଟରେ ପରାସ୍ତ କରିଛି । ମୁମ୍ୱାଇ ଇଣ୍ଡିଆନ୍ସ,ର ଅଧିନାୟକ ରୋହିତ ଶର୍ମା ମ୍ୟାଚ୍ ପରେ ପରାଜୟର କାରଣ ବିଷୟରେ କହିଛନ୍ତି । ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚଳିତ ଆଇପିଏଲ ସିଜନର ପଞ୍ଚମ ମ୍ୟାଚ୍ ଖେଳାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୭ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । 

MI vs RCB: ମ୍ୟାଚ୍ ହାରିବା ପରେ ରାଗିଗଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

Rohit Sharma On MI vs RCB Match: ଧୁରନ୍ଧର ଓପନର୍ ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ପୁଣି ଥରେ ଆଇପିଏଲ (IPL 2023) ରେ ପରାଜୟ ସହ ଆରମ୍ଭ କରିଛି । ଗତକାଲି (ରବିବାର) ଅର୍ଥାତ ଏପ୍ରିଲ ୨ରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁମ୍ୱାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ (Mumbai Indians vs Royal Challengers Bangalore) ଖେଳାଯାଇଛି । ଆଇପିଏଲର ୧୬ ତମ ସିଜନର ଏହି ମ୍ୟାଚ (MI vs RCB) ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ୱାଇ ଇଣ୍ଡିଆନ୍ସକୁ ୮ ୱିକେଟରେ ପରାସ୍ତ କରିଛି । ମୁମ୍ୱାଇ ଇଣ୍ଡିଆନ୍ସ,ର ଅଧିନାୟକ (Mumbai Indians Captain) ରୋହିତ ଶର୍ମା (Rohit Sharma) ମ୍ୟାଚ୍ ପରେ ପରାଜୟର କାରଣ ବିଷୟରେ କହିଛନ୍ତି ।

ଗତକାଲି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଇପିଏଲ୍ ୨୦୨୩ (IPL 2023) ର ପଞ୍ଚମ ମ୍ୟାଚ୍ (RCB vs MI) ଖେଳାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ  (MI) ନିର୍ଦ୍ଧାରିତ ୨୦ ଓଭରରେ ୧୭ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । ଏହା ପରେ ବିରାଟ କୋହଲି (Virat Kohli) ଓ ଅଧିନାୟକ ଫାଫ୍ ଡୁପ୍ଲେସି (Faf du Plessis) ଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ୧୬.୨ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା । ମୁମ୍ବାଇ ଦଳ ପାଇଁ ତିଲକ ବର୍ମା (Tilak Varma) ସର୍ବାଧିକ ୮୪ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ତିଲକ ବର୍ମା ୪୬ଟି ବଲର ସାମ୍ନା କରିଥିଲେ । ତିଲକ ବର୍ମାଙ୍କ ଅପରାଜିତ ଇନିଂସରେ ୯ଟି ଚୌକା ଓ ୪ଟି ଛକା ସାମିଲ ରହିଛି ।

ଏହା ପରେ ବିରାଟ କୋହଲି ଚମତ୍କାର ଇନିଂସ ଖେଳି ଅଧିନାୟକ ଫାଫ ଡୁପ୍ଲେସିଙ୍କ ସହ ୧୪୮ ରନର ଏକ ଓପନିଂ ପାର୍ଟନରଶିପ୍ କରିଥିଲେ । ବିରାଟ କୋହଲି ୪୯ଟି ବଲରେ ୮୨ ରନର ଅପରାଜିତ ଇନିଂସ ଖେଳିଛନ୍ତି । ତାଙ୍କର ଏହି ଇନିଂସରେ ୬ଟି ଚୌକା ଓ ୫ଟି ଛକା ସାମିଲ ରହିଛି । ଏଥି ସହିତ ଅଧିନାୟକ ଫାଫ ଡୁପ୍ଲେସି ୪୩ ବଲରେ ୫ଟି ଚୌକା ଓ ୬ଟି ଛକା ସାହାଯ୍ୟରେ ୭୩ ରନ୍ କରିଥିଲେ । ଇନିଂସର ୧୫.୫ ତମ ଓଭରର ଅର୍ଶଦ ଖାନ ପାର୍ଟନରଶିପ୍ ଭାଙ୍ଗି ଥିଲେ । ଏହା ପରେ ଗ୍ଲେନ୍ ମ୍ୟାକ୍ସୱେଲ ୩ଟି ବଲରେ ୨ଟି ଛକା ମାରି ୧୨ ରନ୍ ସ୍କୋର କରିବା ପରେ ଅପରାଜିତ ଫେରିଥିଲେ । ବିରାଟ କୋହଲି ଅରଶଦ ଖାନଙ୍କ ବଲରେ ବିଜୟୀ ଛକା ମାରିଥିଲେ । ଫାଫ ଡୁପ୍ଲେସିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ଚୟନ କରାଯାଇଛି ।

fallback

ପରାଜୟ ପରେ ଅଧିନାୟକ ରୋହିତ ଶର୍ମା (Rohit Sharma) କହିଛନ୍ତି ଯେ, "ପ୍ରଥମ ୬ ଓଭରରେ ବ୍ୟାଟ୍ସରୁ ଆରମ୍ଭ ଭଲ ନଥିଲା । କିନ୍ତୁ ତିଲକ ଓ ଅନ୍ୟ କେତେକ ବ୍ୟାଟ୍ସମ୍ୟାନଙ୍କ ବାସ୍ତବରେ ଏହା ଏକ ଭଲ ପ୍ରୟାସ ଥିଲା । ଆମେ ବଲ୍ ସହିତ ଭଲ କରିନାହୁଁ । ମୁଁ ଭାବୁଛି ବ୍ୟାଟିଂ କରିବା ପାଇଁ ଏହା ଏକ ଭଲ ପିଚ୍ ଥିଲା । ତିଲକ ଜଣେ ସକରାତ୍ମକ ବ୍ୟକ୍ତି, ବହୁତ ପ୍ରତିଭାଶାଳୀ ମଧ୍ୟ । ସେ ଯେଉଁ କିଛି ସଟ୍ ଖେଳିଛନ୍ତି, ସେ ବହୁତ ସାହସ ଦେଖାଇଛନ୍ତି ।" ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ୧୧ ତମ ଥର ପାଇଁ ପରାଜୟ ସହିତ ଆଇପିଏଲ ସିଜନ ଆରମ୍ଭ କରିଛି । ରୋହିତ ଶର୍ମା ଆହୁରି କହିଛନ୍ତି ଯେ, "ଆମକୁ ଏକ ପ୍ରତିଯୋଗିତାମୂଳକ ସ୍କୋରକୁ ନେଇଥିବାରୁ ତିଲକଙ୍କୁ ସଲାମ । ଆମେ କୌଣସି ଲକ୍ଷ୍ୟ ସ୍ଥିର କରି ନଥିଲୁ । କିନ୍ତୁ ଆମର ସାମର୍ଥ୍ୟର ଅଧା ପର୍ଯ୍ୟନ୍ତ ବ୍ୟାଟିଂ କରିନାହୁଁ । ଆମେ ୧୭୦ ରନରେ ପହଞ୍ଚିଛୁ, ବୋଧହୁଏ ୩୦-୪୦ ରନ ଅଧିକ ରହିଥିଲେ, ଫଳାଫଳ ଅଲଗା ହୋଇଥାଇପାରନ୍ତା ।"

ଅଧିକ ପଢ଼ନ୍ତୁ-ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ୨ ବର୍ଷ ବଢ଼ିଲା ଅବସର ବୟସ

ଅଧିକ ପଢ଼ନ୍ତୁ-IPL ମଝିରେ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଭେଟେରାନ୍ ଖେଳାଳିଙ୍କ ନିଧନ