Rohit Sharma: ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିନିକିଆ ପୂର୍ବରୁ ସାମ୍ନାକୁ ଆସିଲା ବହୁତ ବଡ଼ ଖବର, ରୋହିତ ଶର୍ମାଙ୍କ ଯିବ ଅଧିନାୟକତ୍ୱ!
Advertisement

Rohit Sharma: ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିନିକିଆ ପୂର୍ବରୁ ସାମ୍ନାକୁ ଆସିଲା ବହୁତ ବଡ଼ ଖବର, ରୋହିତ ଶର୍ମାଙ୍କ ଯିବ ଅଧିନାୟକତ୍ୱ!

Rohit Sharma: ରୋହିତ ଶର୍ମା ମଧ୍ୟ ଚମତ୍କାର ଢଙ୍ଗରେ ନେତୃତ୍ୱ କରୁଛନ୍ତି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ଟିମ ଇଣ୍ଡିଆ ୩-୦ରେ ଜିତିଥିଲା । ସେପଟେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ୧୨ ରନରେ ଜିତିଥିଲା । ଏହାସହ ଭାରତୀୟ ଦଳ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । 

Rohit Sharma: ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିନିକିଆ ପୂର୍ବରୁ ସାମ୍ନାକୁ ଆସିଲା ବହୁତ ବଡ଼ ଖବର, ରୋହିତ ଶର୍ମାଙ୍କ ଯିବ ଅଧିନାୟକତ୍ୱ!

Rohit Sharma, Indian Cricket Team Captain: ବର୍ତ୍ତମାନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (India vs New Zealand ODI Series) ଚାଲିଛି । ଏହି ସିରିଜରେ ଭାରତୀୟ ଦଳ (Indian Cricket Team) ର କମାଣ ଓପନର୍ ରୋହିତ ଶର୍ମା (Rohit Sharma) ଙ୍କ ହାତରେ ରହିଛି ।  ରୋହିତ ଶର୍ମା ମଧ୍ୟ ଚମତ୍କାର ଢଙ୍ଗରେ ନେତୃତ୍ୱ କରୁଛନ୍ତି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ଟିମ ଇଣ୍ଡିଆ (Team India) ୩-୦ରେ ଜିତିଥିଲା । ସେପଟେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ (IND vs NZ 1st ODI) ରେ ଟିମ୍ ଇଣ୍ଡିଆ ୧୨ ରନରେ ଜିତିଥିଲା । ଏହାସହ ଭାରତୀୟ ଦଳ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । 

ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ODI ଜାନୁଆରୀ ୨୧ରେ ରାୟପୁରରେ ଖେଳାଯିବ । ଏହାପୂର୍ବରୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଏକ ରିପୋର୍ଟ ଦାବି କରିଛି ଯେ, ଆଗାମୀ ଆଇସିସି ODI ବିଶ୍ୱକପ ୨୦୨୩ ପର୍ଯ୍ୟନ୍ତ ରୋହିତ ଶର୍ମା (Rohit Sharma) ଅଧିନାୟକତ୍ୱର ଦାୟିତ୍ୱ ସମ୍ଭାଳିବେ । ଚଳିତ ବର୍ଷ ଶେଷରେ ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ (ODI World Cup 2023) ଆୟୋଜନ ହେବାର ଅଛି । ଏହି ଟୁର୍ଣ୍ଣାମେଣ୍ଟ ସହିତ ରୋହିତ ଶର୍ମା ଭାରତର ODI ଅଧିନାୟକ ଭାବରେ ତାଙ୍କର କାର୍ଯ୍ୟକାଳ ଶେଷ କରିବେ । ନବନିଯୁକ୍ତ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଆସନ୍ତା ବର୍ଷର ଟି-20 ବିଶ୍ୱକପ ୨୦୨୪ (T20 World Cup 2024) ପର୍ଯ୍ୟନ୍ତ ଭାରତର ସୀମିତ ଓଭରର ଅଧିନାୟକତ୍ୱ ସମ୍ଭାଳିବେ ।

ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ଇନସାଇଡ୍ ସ୍ପୋର୍ଟର ଏକ ରିପୋର୍ଟରେ କୁହାଯାଇଛି ଯେ ରୋହିତ ଶର୍ମା (Rohit Sharma) ଚଳିତ ବର୍ଷ ଶେଷ ସୁଦ୍ଧା ODI ଦଳର ଅଧିନାୟକତ୍ୱ ସମ୍ଭାଳିବେ । ରୋହିତ ଶର୍ମା ଟେଷ୍ଟ ଅଧିନାୟକ ଜାରି ରଖିବେ ବୋଲି ବିସିସିଆଇ ଆଶା ରଖିଛି । ତେବେ ତାଙ୍କ ଟେଷ୍ଟ ଅଧିନାୟକତ୍ୱ ଓ ଭବିଷ୍ୟତ ବିଷୟରେ ଦିନିକିଆ ବିଶ୍ୱକପ ୨୦୨୩ ପରେ ନିଷ୍ପତ୍ତି ନିଆଯିବ । ଏହି ସମୟରେ କେଏଲ ରାହୁଲ ଟେଷ୍ଟ ଦଳର କମାଣ ସମ୍ଭାଳିବାର ରେସରେ ସବୁଠାରୁ ଆଗରେ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ୱ, କରାଗଲା ଦଳର ଅଧିନାୟକ

ଅଧିକ ପଢ଼ନ୍ତୁ:-ରେଲୱେ କୋଟି କୋଟି ଯାତ୍ରୀଙ୍କୁ ଦେଲେ ବଡ଼ ଝଟକା, ଟ୍ରେନରୁ ହଟାଗଲା ଜେନେରାଲ କୋଚ, ବର୍ତ୍ତମାନ କରିପାରିବେନି ଯାତ୍ରା!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ଶତ୍ରୁ ପାଲଟିଲେ ଦ୍ରାବିଡ-ରୋହିତ! ଗୋଟିଏ ଝଟକାରେ କ୍ୟାରିୟରକୁ କଲେ ପ୍ରାୟ ଶେଷ

ବିସିସିଆଇ ଅଧିକାରୀ ଏହି ରିପୋର୍ଟରେ କହିଛନ୍ତି ଯେ, "ବର୍ତ୍ତମାନ ରୋହିତ ଶର୍ମା ଚଳିତ ବର୍ଷ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ । ଆମକୁ ଆଗକୁ କଣ କରିବାର ଅଛି , ସେହି ବିଷୟରେ ଯୋଜନା କରିବା ଆବଶ୍ୟକ । ପରବର୍ତ୍ତୀ ଅଧିନାୟକ କିଏ ହେବେ? କେବଳ ଘଟଣାଗୁଡିକ ଘଟିବାର ଅପେକ୍ଷା କରିପାରିବା ନାହିଁ । ମୁଁ ସେତେବେଳେ ଏହା ଉପରେ କିଛି ମତାମତ ଦେଇପାରିବି । ଯଦି ରୋହିତ ଶର୍ମା ଦିନିକିଆ ବିଶ୍ୱକପ ୨୦୨୩ ପରେ ODI ଫର୍ମାଟ୍ କିମ୍ବା ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଆମକୁ ଏକ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ।" 

ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, "ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି । ସେ ଯୁବ ଓ ଭବିଷ୍ୟତରେ ଆହୁରି ଭଲ ହୋଇଯିବେ । ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତଙ୍କ ପରେ ଦେଖାଯିବା ତାଙ୍କଠାରୁ ଭଲ ବିକଳ୍ପ ନାହିଁ । ତାଙ୍କୁ ସମର୍ଥନ କରାଯିବା ଆବଶ୍ୟକ ।"