Jagannath Temple Dress Code: ଆସନ୍ତା ବର୍ଷ ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରରେ କଡ଼ାକଡ଼ି ଭାବେ ଲାଗୁ ହେବ ଡ୍ରେସ କୋର୍ଡ ବ୍ଯବସ୍ଥା (Jagannath Temple Dress Code )। ଆଶାଳୀନ ଡ୍ରେସ ପିନ୍ଧିଥିବା ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ତେବେ ଶ୍ରୀମନ୍ଦିର ପ୍ରଶାସନ (Puri administration) ପକ୍ଷରୁ ଏନେଇ ସଚେତନା କରାଯାଉ ନଥିବା ବେଳେ ଆଗକୁ ଆସିଛନ୍ତି ସେବାୟତ ସମାଜ।
Trending Photos
Jagannath Temple Dress Code: ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ (Jagannath Temple) କଡ଼ାକଡ଼ି ଭାବେ ଲାଗୁ ହେବ ପୋଷାକ ପରିଧାନ କଟକଣା (Jagannath Temple Dress Code) । ଆଜି କିଛି ଭକ୍ତଙ୍କୁ ଶ୍ରୀ ମନ୍ଦିର ସିଂହଦ୍ବାର ଦ୍ୱାର ନିକଟରେ ସେବାୟତ ମାନେ ଧୋତି ପିନ୍ଧାଇବାର ଦୃଶ୍ୟ ଦେଖିବାକୁ ମିଳିଛି । ସେବାୟତ ସମାଜ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଛି।
ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରରେ କଡ଼ାକଡ଼ି ଭାବେ ଲାଗୁ ହେବ ଡ୍ରେସ କୋର୍ଡ ବ୍ଯବସ୍ଥା (Jagannath Temple Dress Code )। ଆଶାଳୀନ ଡ୍ରେସ ପିନ୍ଧିଥିବା ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ତେବେ ଶ୍ରୀମନ୍ଦିର ପ୍ରଶାସନ (Puri administration) ପକ୍ଷରୁ ଏନେଇ ସଚେତନା କରାଯାଉ ନଥିବା ବେଳେ ଆଗକୁ ଆସିଛନ୍ତି ସେବାୟତ ସମାଜ। ଆଜି ହାପ୍ ପ୍ଯାଣ୍ଟ ଓ ଟି -ସାର୍ଟ ପିନ୍ଧି ଶ୍ରୀମନ୍ଦିରକୁ ଆସିଥିବା ଭକ୍ତଙ୍କୁ ସିଂହଦ୍ବାର (Singha Dwara) ନିକଟରେ ଅଟକାଇବା ସହ ଧଳା ଧୋତି ପିନ୍ଧାଇ ସଚେତନ କରିଥିଲେ ସେବାୟତ। ଏହାପରେ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିଥିଲା । ଆଇନ କରି ହାତବାନ୍ଧି ବସିଥିବା ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଇନଥିବା ବେଳେ ସେବାୟତଙ୍କ ଏଭଳି କାର୍ଯ୍ଯକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
ଏହା ବି ପଢନ୍ତୁ- Metro Project: ପାଣ୍ତିଆନଙ୍କ ସୂଚନା, ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ପ୍ରକାଶ ଥାଉ କି, ଜିନ୍ସ , ହାପ ପ୍ୟାଣ୍ଟ କି ଅନ୍ୟ କୌଣସି ଆଧୁନିକ ପୋଷକ ପିନ୍ଧିଥିଲେ ଶ୍ରୀମନ୍ଦିରକୁ ଦର୍ଶନ ଲାଗି ଅନୁମତି ଦିଆନଯାଉ ବୋଲି ବହୁ ପୂର୍ବରୁ ଦଇତାପତି ନିଯୋଗ ଦାବି ଉଠାଇଥିଲେ । ଦକ୍ଷିଣ ଭାରତର ପ୍ରାୟ ସମସ୍ତ ପ୍ରମୁଖ ମନ୍ଦିର ମାନଙ୍କରେ ଡ୍ରେସ କୋଡ଼ର ନିୟମ ରହିଛି । ଏହି କ୍ରମରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ଲାଗି ମଧ୍ଯ ଡ୍ରେସ୍ କୋଡ଼ ବ୍ୟବସ୍ଥା କରିବା ନେଇ ଦଇତାପତି ନିଯୋଗ (Daitapati Nijog) ଦାବି କରିଥିଲେ । ଏନେଇ ବସିଥିଲା ସବ୍ କମିଟି ବୈଠକ (Sub-Committee Meeting) ।
ଏହି ବୈଠକ ପରେ ଭକ୍ତମାନେ ଯେଭଳି ହାଫ୍ ପ୍ୟାଣ୍ଟ, ଚିରାଫଟା ଓ ଆଧୁନିକ ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ ନ କରନ୍ତି, ତା’ ଉପରେ କଡ଼ା ନଜର ରଖାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ (Ranjan Kumar Das) ମତ ଦେଇଥିଲେ । ୩ ମାସର ସଚେତନତା ପରେ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ଏହି ନିୟମକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ସେ ସୂଚନା ଦେଇଥିଲେ । ସିଂହଦ୍ୱାରର ସମସ୍ତ ଦ୍ୱାରରେ ଏନେଇ ଚେକିଂ କରାଯିବ । ଜେଟିପି ଓ ପ୍ରତିହାରୀ ସେବକ ଏନେଇ ଚେକିଂ କରିବେ । ଏହାପରେ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ । କେବଳ ୧୨ ବର୍ଷରୁ କମ୍ ବୟସର ଶିଶୁ ବା ପିଲାଙ୍କୁ ହାଫ୍ ପ୍ୟାଣ୍ଟ ପିନ୍ଧିବା ନେଇ ଅନୁମତି ଦିଆଯାଇଛି ।