Prithvi Shaw Selfie Row: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ, ଯୁବତୀ କହିଲେ- ସେ ମୋର ପ୍ରାଇଭେଟ୍ ପାର୍ଟକୁ ଛୁଇଁଛନ୍ତି ଓ ମାରିଛନ୍ତି ଚାପୁଡ଼ା
Advertisement

Prithvi Shaw Selfie Row: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ, ଯୁବତୀ କହିଲେ- ସେ ମୋର ପ୍ରାଇଭେଟ୍ ପାର୍ଟକୁ ଛୁଇଁଛନ୍ତି ଓ ମାରିଛନ୍ତି ଚାପୁଡ଼ା

Prithvi Shaw Selfie Row: ଏହି ଖେଳାଳି ଆଉ ଅନ୍ୟ କେହି ନୁହଁନ୍ତି, ସେ ହେଉଛନ୍ତି ପୃଥ୍ୱୀ ଶ' । ପୃଥ୍ୱୀ ଶ'  ଓ ସୋସିଆଲ ମିଡିଆ ଇନଫ୍ଲୁଏନସର ସପନା ଗିଲଙ୍କ ମଧ୍ୟରେ ଚାଲିଥିବା ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ସମୟରେ ସପନା ଗିଲ ପୃଥ୍ୱୀ ଶ'ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।

Prithvi Shaw Selfie Row: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ, ଯୁବତୀ କହିଲେ- ସେ ମୋର ପ୍ରାଇଭେଟ୍ ପାର୍ଟକୁ ଛୁଇଁଛନ୍ତି ଓ ମାରିଛନ୍ତି ଚାପୁଡ଼ା

Prithvi Shaw Selfie Row: ଭାରତୀୟ କ୍ରିକେଟ୍ ଦଳର ଜଣେ ଖେଳାଳିଙ୍କ ଟେନସନ ବୃଦ୍ଧି ପାଇଛି । ଟିମ ଇଣ୍ଡିଆର ଏହି ଡ୍ୟାସିଂ ବ୍ୟାଟ୍ସମ୍ୟାନଙ୍କ ବିରୋଧରେ  ସୋସିଆଲ ମିଡିଆ ଇନଫ୍ଲୁଏନ୍ସର  ଅପରାଧିକ ମାମଲା ରୁଜୁ କରି ଗୁରୁତର ଅଭିଯୋଗ  ଅଭିଯୋଗ ଆଣିଛନ୍ତି । ଏହି ଖେଳାଳି ଆଉ ଅନ୍ୟ କେହି ନୁହଁନ୍ତି, ସେ ହେଉଛନ୍ତି ପୃଥ୍ୱୀ ଶ' (Prithvi Shaw) । ପୃଥ୍ୱୀ ଶ' (Prithvi Shaw) ଓ ସୋସିଆଲ ମିଡିଆ ଇନଫ୍ଲୁଏନସର ସପନା ଗିଲ (Sapna Gill) ଙ୍କ ମଧ୍ୟରେ ଚାଲିଥିବା ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ସମୟରେ ସପନା ଗିଲ ପୃଥ୍ୱୀ ଶ' (Prithvi Shaw) ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।

ପୃଥ୍ୱୀ ଶ' (Prithvi Shaw) ଙ୍କ ସହ ଅସଦାଚରଣ କରିବା ଓ ବେସବଲ ବ୍ୟାଟ୍‌ରେ ତାଙ୍କ କାର ଉପରେ ଆକ୍ରମଣ ଅଭିଯୋଗରେ ମୁମ୍ବାଇ କୋର୍ଟ ସୋମବାର ସପନା ଗିଲ (Sapna Gill) ଓ ତିନି ଅନ୍ୟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନରେ ଆସିବା ପରେ ସପନା ଗିଲ ପୃଥ୍ୱୀ ଶ' (Prithvi Shaw) ଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ମାମଲା ରୁଜୁ କରିବା ପରେ ସପନା ଗିଲ କହିଛନ୍ତି ଯେ, ଆମେ କାହାକୁ ପିଟି ନାହୁଁ କି ଟଙ୍କା ମାଗି ନାହୁଁ । ଆମ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଲଗାଯାଇଛି ।

ସପନା ଗିଲ (Sapna Gill) କହିଛନ୍ତି ଯେ, ମୁଁ କୌଣସି ସେଲଫି ମାଗି ନାହିଁ । ଯେତେବେଳେ ଆମେ ମସ୍ତି କରୁଥିଲୁ, ମୋର ବନ୍ଧୁ ଏକ ଭିଡିଓ କରିବାକୁ ଚେଷ୍ଟା କରିବା ଆରମ୍ଭ କଲେ । ସେତେବେଳେ ହିଁ ମୁଁ ଦେଖିଲି ସେହି ଲୋକମାନେ ମୋ ସାଙ୍ଗକୁ ପିଟିବା ଆରମ୍ଭ କଲେ । ମୋର ବନ୍ଧୁ ପ୍ରମାଣ ଦେଖାଇବାକୁ ଏକ ଭିଡିଓ କରିବାକୁ ଚେଷ୍ଟା କରୁଥିଲେ । ମୁଁ ମୋର ବନ୍ଧୁଙ୍କୁ ବଞ୍ଚାଇଲି, କିନ୍ତୁ ଏହା ପରେ ସେମାନେ ମୋତେ ବେସବଲ୍ ସହିତ ପିଟିବା ଆରମ୍ଭ କଲେ । ଜଣେ କିମ୍ବା ଦୁଇ ଜଣ ମୋତେ ପିଟିଲେ ଓ ମୋର ପ୍ରାଇଭେଟ୍ ପାର୍ଟକୁ ଛୁଇଁଲେ । ଏପରିକି ସେ ମୋତେ ଚାପୁଡ଼ା ମାରିଥିଲେ ।

ଅଧିକ ପଢ଼ନ୍ତୁ:-ସୁନା ଓ ରୁପା ପୁଣି ହେଲା ଶସ୍ତା, ଜାଣନ୍ତୁ ଆଜିର ନୂଆ ରେଟ୍

ଅଧିକ ପଢ଼ନ୍ତୁ:-ଜିଓ ଆଣିଲା ନୂଆ ପ୍ଲାନ୍! ୧୫୨ ରିଚାର୍ଜରେ ପୂରା ମାସ ପାଇଁ ମିଳିବ ଅସୀମିତ କଲିଂ, ଡାଟା

ଅଧିକ ପଢ଼ନ୍ତୁ:-୬୧୭ ବର୍ଷ ପରେ ଏକାସାଙ୍ଗରେ ସୃଷ୍ଟି ହେଉଛି ୪ ରାଜଯୋଗ, ଏହି ୪ଟି ରାଶିର ଲୋକଙ୍କ ଆକସ୍ମିକ ଧନ ଲାଭ ସହ ଭାଗ୍ୟୋଦୟର ପ୍ରବଳ ଯୋଗ

 

ସପନା ଗିଲ (Sapna Gill) ପୃଥ୍ୱୀ ଶ' (Prithvi Shaw) ଙ୍କ ଉପରେ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି । ପୃଥ୍ୱୀ ଶ' (Prithvi Shaw) ଙ୍କ ବ୍ୟତୀତ ଆଶିଷ ସୁରେନ୍ଦ୍ର ଯାଦବ, ବ୍ରିଜେଶ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଓକିଲ ଅଲି କାଶୀଫ ଦେଶମୁଖଙ୍କ ଅନୁଯାୟୀ, ସପନା ଗିଲ ଆଇପିସିର ଧାରା 34, 120 ବି, 144, 146, 148, 149, 323, 324, 351, 354, 509 ଅନୁଯାୟୀ ମାମଲା ଦାୟର କରିଛନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଫେବୃଆରୀ ୧୪ରେ ପୃଥ୍ୱୀ ଶ' (Prithvi Shaw) ଙ୍କ ସହ ମୁମ୍ବାଇର ସାଣ୍ଟା କ୍ରୁଜ୍ ଅଞ୍ଚଳରେ ଥିବା ଏକ ହୋଟେଲ ବାହାରେ ଝଗଡ଼ା ହେଇଥିଲା । ପୃଥ୍ୱୀ ଶ' (Prithvi Shaw) ଙ୍କ ସହ ମାରପିଟ ହେବାର ଅଭିଯୋଗ ହୋଇଛି କିନ୍ତୁ ସପନା ଗିଲ ଏହି ସବୁ ଅଭିଯୋଗକୁ ଖାରଜ କରିଛନ୍ତି ।