Pakistan vs England Final: ଇଂଲଣ୍ଡ ପାଇଁ ୧୩୮ ରନ୍‌ର ଲକ୍ଷ୍ୟ ରଖିଲା ପାକିସ୍ତାନ
Advertisement

Pakistan vs England Final: ଇଂଲଣ୍ଡ ପାଇଁ ୧୩୮ ରନ୍‌ର ଲକ୍ଷ୍ୟ ରଖିଲା ପାକିସ୍ତାନ

Pakistan vs England Final: ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୨ ର ଅନ୍ତିମ ମ୍ୟାଚ୍ ଖେଳାଯାଉଛି । ଇଂଲଣ୍ଡ ସମ୍ମୁଖରେ ପାକିସ୍ତାନ ୧୩୮ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ସୌ: ସୋସିଆଲ ମିଡିଆ

Pakistan vs England Final: ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୨ ର (T20 World Cup 202) ଅନ୍ତିମ ମ୍ୟାଚ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ହରାଇବା ପରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଇଂଲଣ୍ଡ (England Vs Pakistan) ସମ୍ମୁଖରେ ୧୩୮  ରନ୍ ଲକ୍ଷ୍ୟ ରଖିଛି । ପାକିସ୍ତାନ ପାଇଁ ସର୍ବାଧିକ ସ୍କୋରର ଥିଲେ ଶାନ ମାସୁଦ(Shan Masood), ଯିଏ ୩୮ ରନ ସ୍କୋର କରିଥିଲେ । ତା’ପରେ ବାବର ଆଜମ (Babar Azam) ୩୨ ରନ ସ୍କୋର କରିଥିଲେ । ଇଂଲଣ୍ଡ ପାଇଁ ସାମ କରନ ସର୍ବାଧିକ ତିନିଟି ୱିକେଟ୍ ନେଇଥିବାବେଳେ ଆଦିଲ ରସିଦ (Adil Rashid) ଓ କ୍ରିସ ଜୋର୍ଡାନ (Chris Jordan) ଦୁଇଟି ଲେଖାଏଁ ସଫଳତା ପାଇଛନ୍ତି ।

ଟି-୨୦ ବିଶ୍ୱକପ ଅଷ୍ଟମ ସିଜିନର ଫାଇନାଲରେ ବାବର ଆଜାମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ମୁହାଁମୁହିଁ ହୋଇଛନ୍ତି । ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ ପାଇଁ ୧୩୭ ସ୍କୋର କରିଥିଲା । ପ୍ରଥମ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଥିବାବେଳେ ଇଂଲଣ୍ଡ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି । ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ ଜିତିବାର ଉଭୟ ଦଳ ପାଖରେ ସୁଯୋଗ ରହିଛି ।

ଶାନ ମାସୁଦଙ୍କ ୩୮ ରନ ଓ ଅଧିନାୟକ ବାବର ଆଜାମଙ୍କ ୩୨ ରନ ଆଧାରରେ ପାକିସ୍ତାନ ଇଂଲଣ୍ଡ ସମ୍ମୁଖରେ ୧୩୮ରନ ଲକ୍ଷ୍ୟ ରଖିଛି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନର ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୭ ରନ୍ କରିବାରେ ସକ୍ଷମ ହୋଇଥିଲା । ଇଂଲଣ୍ଡ ପାଇଁ ସାମ କରନ ସର୍ବାଧିକ ୩ ୱିକେଟ୍ ନେଇଥିବାବେଳେ କ୍ରିସ୍ ଜୋର୍ଡାନ ଓ ଆଦିଲ ରସିଦ ପ୍ରତ୍ୟେକ ଦୁଇଟି ୱିକେଟ୍ ନେଇଥିଲେ ।

ଇଂଲଣ୍ଡ (ପ୍ଲେଇଂ ଇଲେଭେନ): ଜୋସ୍ ବଟଲର୍ (wk / c), ଆଲେକ୍ସ ହାଲ୍ସ, ଫିଲ୍ଲୀପ ସଲ୍ଟ, ବେନ୍ ଷ୍ଟୋକ୍ସ, ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଏନ୍ ଅଲି, ସମ୍ କରନ୍, କ୍ରିସ୍ ୱୁକ୍ସ, କ୍ରିସ୍ ଜୋର୍ଡାନ, ଆଦିଲ ରସିଦ

ପାକିସ୍ତାନ (ପ୍ଲେଇଂ ଇଲେଭେନ): ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (Wk), ମହମ୍ମଦ ହରିସ, ଶାନ ମାସୁଦ, ଇଫ୍ଟିଖର ଅହମ୍ମଦ, ଶାଦବ ଖାନ, ମହମ୍ମଦ ନୱାଜ, ମହମ୍ମଦ ୱାସିମ ଜୁନିୟର, ନାସିମ ଶାହା, ହରିସ ରାଉଫ, ଶାହିନ ଆଫ୍ରିଦି

ଏହା ବି ପଢନ୍ତୁ: ICC U-19 Global Tournaments: ଆସନ୍ତା ପାଞ୍ଚ ବର୍ଷର ସିଡ୍ୟୁଲ ଘୋଷିତ, ତାଲିକାରେ ନାହିଁ ଭାରତର ନାମ

ଏହା ବି ପଢନ୍ତୁ: Sania Mirza Shoaib Malik Update: ସମ୍ପର୍କରେ ଫାଟ ନା ଶସ୍ତା ପ୍ରମୋସନ, ଏହି ଶୋ'କୁ ହୋଷ୍ଟ କରିବେ ସାନିଆ ଶୋଏବ

ଏହା ବି ପଢନ୍ତୁ: Ajay Jadeja On Team India: ଜାଡେଜା ରୋହିତଙ୍କ ଅଧିନାୟକତ୍ୱ ଉପରେ ଉଠାଇଲେ ପ୍ରଶ୍ନ