Babar Azam: କ୍ୟାମେରାରେ କଏଦ ହେଲା ବାବର ଆଜମଙ୍କ କାରନାମା, ଦେଖନ୍ତୁ ଭିଡ଼ିଓ
Advertisement

Babar Azam: କ୍ୟାମେରାରେ କଏଦ ହେଲା ବାବର ଆଜମଙ୍କ କାରନାମା, ଦେଖନ୍ତୁ ଭିଡ଼ିଓ

Babar Azam Hasan Ali Video: ଇସଲାମାବାଦ ୟୁନାଇଟେଡ-ପେଶୱାର ଜଲମି ମଧ୍ୟରେ ଖେଳାଯାଇଥିବା ମ୍ୟାଚର  ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି।

Babar Azam: କ୍ୟାମେରାରେ କଏଦ ହେଲା ବାବର ଆଜମଙ୍କ କାରନାମା, ଦେଖନ୍ତୁ ଭିଡ଼ିଓ

Babar Azam Viral Video: ବର୍ତ୍ତମାନ ପାକିସ୍ତାନରେ ଖେଳାଯାଉଛି ପାକିସ୍ତାନ ସୁପର ଲିଗ୍। ଯାହାର କ୍ରେଜ ପାକିସ୍ତାନୀ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବଢିବାରେ ଲାଗିଛି। ଗତ ଗୁରୁବାର କରାଚିସ୍ଥିତ ଜାତୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପେଶୱାର ଜଲମି, ଇସଲାମାବାଦ ୟୁନାଇଟେଡ ପାଖରୁ ୬ ୱିକେଟରେ ପରାସ୍ତ ହୋଇଛି। ଏହି ପିଏସଏଲ ମୁକାବିଲାରେ ବାବର ଆଜାମଙ୍କ ଅର୍ଦ୍ଧଶତକ ମଧ୍ୟ ବୃଥା ହୋଇଯାଇଥିଲା। କାରଣ ଇସଲାମାବାଦ ୟୁନାଇଟେଡ ୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୫ ଓଭରରେ ଏହି ମ୍ୟାଚ୍ ଜିତି ନେଇଥିଲା। 

ଏହି ମ୍ୟାଚରେ ବାବର ଆଜାମଙ୍କ ଅର୍ଦ୍ଧଶତକକୁ ପଛରେ ଆଫଗାନିସ୍ତାନର ଓପନର୍ ରହମାନୁଲ୍ଲା ଗୁରୁଜବ ୩୧ ବଲ ଖେଳି ୬୨ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୭ ଚୌକା ଏବଂ ୪ ଛକା ସାମିଲ ରହିଥିଲା। ରହମାନୁଲ୍ଲା ଗୁରୁଜବଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଇସଲାମାବାଦ ୟୁନାଇଟେଡ ବାବର ଆଜମଙ୍କ ପେଶୱାର ଜଲମିକୁ ୬ ୱିକେଟରେ ପରାସ୍ତ କରିଥିଲା।ଇସଲାମାବାଦ ୟୁନାଇଟେଡ-ପେଶୱାର ଜଲମି ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଗୋଟିଏ ଓଭରରେ ହାସନ ଅଲିଙ୍କ ସମ୍ମୁଖୀନ ହୋଇ ବାବର ଆଜମ ଏକ ରନ୍ ନେଇଥିଲେ। ହେଲେ ରନ୍ ନେବାବେଳେ ଆଜମ ହଠାତ୍ ବ୍ୟାଟ୍ ଉଠାଇ ଅଲିଙ୍କ ପଛରେ ଦୌଡ଼ିବା ଆରମ୍ଭ କରିଥିଲେ। ଆଜମ ତାଙ୍କ ଆଡକୁ ମାଡ଼ି ଆସୁଥିବା ଦେଖି ଅଲି ତାଙ୍କ ଠାରୁ ଦୂରେଇ ଯାଇଥିଲେ।

ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ଯଦିଓ ବାବର ଆଜମ ଏହି କାର୍ଯ୍ୟକୁ ମଜାରେ କରିଥିଲେ। ଉଭୟ ଖେଳାଳିଙ୍କ ସ୍ୱରରୁ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ସେମାନେ ଏହି ଅଭିନୟକୁ ଥଟ୍ଟାରେ କରିଥିଲେ। ବାବର ଆଜାମ ତାଙ୍କ ଦଳ ପେଶୱାର ଜଲମି ପାଇଁ ଯଦିଓ ମ୍ୟାଚ୍ ଜିତିପାରିନଥିଲେ, ହେଲେ ମନୋରଞ୍ଜନ କରିବାର ସୁଯୋଗ ହାତଛଡ଼ା କରିନଥିଲେ। ହାସନ ଅଲି ୪ ଓଭର ବୋଲିଂ କରି ୩୫ ରନ ବ୍ୟୟ କରି ତିନୋଟି ୱିକେଟ ନେଇଥିଲେ। ତାଙ୍କର  ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ସମ୍ମାନିତ କରାଯାଇଥିଲା।