India vs Pakistan: ଭାରତ ଠାରୁ ହାରିବା ପରେ ପାକିସ୍ତାନକୁ ଲାଗିଲା ଆଉ ଏକ ବଡ଼ ଝଟକା! ଦଳରୁ ବାଦ ପଡ଼ିଲେ ଏହି ସବୁ ଖେଳାଳି
Advertisement

India vs Pakistan: ଭାରତ ଠାରୁ ହାରିବା ପରେ ପାକିସ୍ତାନକୁ ଲାଗିଲା ଆଉ ଏକ ବଡ଼ ଝଟକା! ଦଳରୁ ବାଦ ପଡ଼ିଲେ ଏହି ସବୁ ଖେଳାଳି

Asia Cup 2023: ଏସିଆ କପ୍ ୨୦୨୩ ରେ ପାକିସ୍ତାନ ଏକ ଲଜ୍ଜାଜନକ ପରାଜୟରେ ସମ୍ମୁଖୀନ ହୋଇଥିଲା । ଭାରତ ସୁପର-୪ ମ୍ୟାଚ୍‌ରେ ବାବର ଆଜମ ଆଣ୍ଡ କମ୍ପାନୀକୁ ୨୨୮ ରନରେ ପରାସ୍ତ କରିଛି । ବର୍ତ୍ତମାନ ଖବର ଆସୁଛି ଯେ ପାକିସ୍ତାନ ଦଳର ଦୁଇ ତାରକା ଖେଳାଳି ଆହତ କାରଣରୁ ପୁରା ଟୁର୍ଣ୍ଣାମେଣ୍ଟ ଖେଳି ପାରିବେ ନାହିଁ ।

 

ସୌ: ସୋସିଆଲ ମିଡିଆ

Asia Cup 2023: Ind vs Pak, ଭାରତ ଏସିଆ କପ୍ ୨୦୨୩ ର ଏକ ସୁପର-୪ ମ୍ୟାଚ୍ (Super-4 match) ରେ ପାକିସ୍ତାନକୁ (Pakistani team) ୨୨୮ ରନରେ ପରାସ୍ତ କରିଛି । ଏହି ବଡ଼ ପରାଜୟ ପରେ ବର୍ତ୍ତମାନ ପାକିସ୍ତାନ ଦଳକୁ ଆଉ ଏକ ଝଟକା ଲାଗିଛି । ପାକିସ୍ତାନ ଦ୍ରୁତ ବୋଲର ହାରିସ ରୌଫ (Haris Rauf) ଓ ନସିମ ଶାହା (Naseem Shah) ଆହତ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍‌ରେ ଏମାନଙ୍କ ଖେଳିବା କଷ୍ଟସାଧ୍ୟ । ପାକିସ୍ତାନ ଟିମ୍ ମ୍ୟାନେଜମେଣ୍ଟ କହିଛି ଯେ ସତର୍କତାମୂଳକ ପଦକ୍ଷେପ ଭାବରେ ଶାହନାୱାଜ ଧାନି ଓ ଜମାନ ଖାନଙ୍କୁ ରାଉଫ ଓ ନସିମଙ୍କୁ ବ୍ୟାକଅପ୍ ଖେଳାଳି ଭାବରେ ଦଳରେ ସାମିଲ କରାଯାଇଛି । ୧୪ ସେପ୍ଟେମ୍ବରରେ ସୁପର-୪ ର ଅନ୍ତିମ ମ୍ୟାଚରେ ପାକିସ୍ତାନ ଦଳକୁ ଶ୍ରୀଲଙ୍କାକୁ ଦଳକୁ ଭେଟିବ ।

ପାକିସ୍ତାନ ଦଳ ଏହି ବୟାନରେ କହିଛି ଯେ ଶାହନାୱାଜ ଧାନି ଓ ଜମାନ ଖାନଙ୍କୁ ବ୍ୟାକଅପ୍ ଭାବରେ ଦଳରେ ସାମିଲ କରାଯାଇଛି । ଭାରତ ବିପକ୍ଷ ମ୍ୟାଚରେ ହରିସ ରୌଫ ଓ ନାସିମ ଶାହାଙ୍କ ଆଘାତ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଦିନିକ ବିଶ୍ୱକପ ୨୦୨୩ ପୂର୍ବରୁ ଖେଳାଳିଙ୍କ ଫିଟନେସକୁ ଧ୍ୟାନରେ ରଖି ଏହା ଏକ ସତର୍କତା ଭାବରେ କରାଯାଇଛି ବୋଲି ଟିମ୍ ମ୍ୟନେଜମେଣ୍ଟ କହିଛି ।

ଆହତ ହୋଇଛନ୍ତି ନସିମ  
ରବିବାର ଦିନ ହରିସ୍ ରୌଫଙ୍କ ପାଞ୍ଚ ଓଭର ବୋଲିଂ କରିଥିଲେ ମଧ୍ୟ ସୋମବାର ଦିନ ରିଜର୍ଭ ଡେ ଖେଳ ଆରମ୍ଭ ହେବା ପରେ ସେ ପଡ଼ିଆକୁ ଆସିନଥିଲେ । ପରେ ସେ ବ୍ୟାଟିଂ କରିବାକୁ ମଧ୍ୟ ଆସିନଥିଲେ । ନସିମ ୧୦ ଓଭରର କୋଟା ପୂରଣ କରିଥିଲେ ମଧ୍ୟ ଭାରତୀୟ ଇନିଂସର ୪୯ ତମ ଓଭରରେ ସେ ପଡ଼ିଆ ଛାଡି ଚାଲି ଯାଇଥିଲେ । ତାଙ୍କ ହାତରେ ଆଘାତ ଲାଗିଥିଲା ​ଓ ସେ ମଧ୍ୟ ବ୍ୟାଟିଂ କରିବାକୁ ଆସି ନଥିଲେ । ପାକିସ୍ତାନର ଇନିଂସ ୮ ୱିକେଟ୍ ପାଇଁ ୧୨୮ ରନରେ ଶେଷ ହୋଇଥିଲା ଓ ଏହିପରି ଭାବେ ଭାରତ ରେକର୍ଡ ସମେତ ୨୨୮ ରନରେ ମ୍ୟାଚକୁ ଜିତି ନେଇଥିଲା ।

ଯଦି ୧୪ ସେପ୍ଟେମ୍ବରରେ ସୁପର-୪ ର ଅନ୍ତିମ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିବାରେ ପାକିସ୍ତାନ ଦଳ ସଫଳ ହୁଏ, ତେବେ ସେ ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିପାରିବ । ଏହା ମଧ୍ୟ ନିଶ୍ଚିତ ନୁହେଁ ଯେ ହରିସ ରୌଫ ଓ ନାସିମ ଶାହା ଫାଇନାଲ ଖେଳିବେ । ୨୦୧୨ ପରଠାରୁ ପାକିସ୍ତାନ ଦଳ ଏସିଆ କପ୍ ଟାଇଟଲ ଜିତିବାରେ ସକ୍ଷମ ହୋଇ ନାହିଁ । ଭାରତ ବିପକ୍ଷ ମ୍ୟାଚରେ ବ୍ୟାଟିଂ କରୁଥିବାବେଳେ ସଲମାନ ଆଘା ମଧ୍ୟ ଆହତ ହୋଇଥିଲେ ।

ଏହାବି ପଢ଼ନ୍ତୁ: King Kohli: ଗୋଟିଏ ଶତକ ବଳରେ ଏକାଧିକ ରେକର୍ଡ ରଚିଲେ କିଙ୍ଗ କୋହଲି

ଏହାବି ପଢ଼ନ୍ତୁ: Asia Cup 2023: କୋହଲିଙ୍କ ବିରାଟ ରେକର୍ଡ଼, ପଛରେ ପଡ଼ିଲେ ସଚିନ ଓ ରିକି ପଣ୍ଟିଂ