Asia Cup 2023 IND vs PAK​: ଦିନିକିଆ ବିଶ୍ୱକପ ୨୦୨୩ ଖେଳିବନି ପାକିସ୍ତାନ! ଜାଣନ୍ତୁ କ'ଣ ରହିଛି କାରଣ
Advertisement

Asia Cup 2023 IND vs PAK​: ଦିନିକିଆ ବିଶ୍ୱକପ ୨୦୨୩ ଖେଳିବନି ପାକିସ୍ତାନ! ଜାଣନ୍ତୁ କ'ଣ ରହିଛି କାରଣ

Asia Cup 2023​: ଶନିବାର ଅର୍ଥାତ ଫେବୃଆରୀ ୪ରେ ବହାରେନରେ ଅନୁଷ୍ଠିତ ଏକ ବୈଠକରେ ଏସୀୟ କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ତଥା ବିସିସିଆଇ ସଚିବ ଜୟ ଶାହ ପୁଣି ଥରେ କହିଛନ୍ତି ଯେ, ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ ନାହିଁ ଓ ଟୁର୍ଣ୍ଣାମେଣ୍ଟ ଅନ୍ୟ କୌଣସି ସ୍ଥାନରେ ରଖାଯାଉ । ଆସନ୍ତା ମାସରେ ନୂତନ ସ୍ଥାନ ବିଷୟରେ ନିଷ୍ପତ୍ତି ଘୋଷଣା ହେବାର ସମ୍ଭାବନା ଅଧିକ ରହିଛି ।

Asia Cup 2023 IND vs PAK​: ଦିନିକିଆ ବିଶ୍ୱକପ ୨୦୨୩ ଖେଳିବନି ପାକିସ୍ତାନ! ଜାଣନ୍ତୁ କ'ଣ ରହିଛି କାରଣ

ODI World Cup 2023, India vs Pakistan: ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଏସିଆ କପ୍ ୨୦୨୩ (Asia Cup 2023) କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ ସନ୍ଦେହ ଘେରରେ ରହିଛି । କାରଣ ବିସିସିଆଇ (BCCI) କହିଛି ଯେ, ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଭାରତୀୟ ଦଳ (Indian Cricket Team) ପାକିସ୍ତାନ ଗସ୍ତ କରିବ ନାହିଁ । ଶନିବାର ଅର୍ଥାତ ଫେବୃଆରୀ ୪ରେ ବହାରେନରେ ଅନୁଷ୍ଠିତ ଏକ ବୈଠକରେ ଏସୀୟ କ୍ରିକେଟ୍ ପରିଷଦ (ACC) ର ଅଧ୍ୟକ୍ଷ ତଥା ବିସିସିଆଇ ସଚିବ (BCCI एecretary ) ଜୟ ଶାହ (Jay Shah) ପୁଣି ଥରେ କହିଛନ୍ତି ଯେ, ଟିମ୍ ଇଣ୍ଡିଆ (Team India) ପାକିସ୍ତାନ (Pakistan) ଗସ୍ତ କରିବ ନାହିଁ ଓ ଟୁର୍ଣ୍ଣାମେଣ୍ଟ ଅନ୍ୟ କୌଣସି ସ୍ଥାନରେ ରଖାଯାଉ । ଆସନ୍ତା ମାସରେ ନୂତନ ସ୍ଥାନ ବିଷୟରେ ନିଷ୍ପତ୍ତି ଘୋଷଣା ହେବାର ସମ୍ଭାବନା ଅଧିକ ରହିଛି ।

ଏଠାରେ କହି ରଖୁଛୁ ଯେ, ୨୦୦୮ ପରଠାରୁ ଭାରତ (India) ପାକିସ୍ତାନ (Pakistan) ଗସ୍ତ କରି ନାହିଁ । ମେନ ଇନ୍ ବ୍ଲୁ ଚଳିତ ବର୍ଷ ପ୍ରାୟ ୧୫ ବର୍ଷ ପରେ ପାକିସ୍ତାନ ଗସ୍ତ କରିବାର ସମ୍ଭାବନା ଥିଲା, କିନ୍ତୁ ତାହା ଘଟୁ ଥିବାର ନଜରକୁ ଆସୁନାହିଁ । ଶନିବାର ଏସୀୟ କ୍ରିକେଟ୍ ପରିଷଦ ବୈଠକରେ ବିସିସିଆଇ ତରଫରୁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ ନ କରିବା କଥା ସ୍ପଷ୍ଟ କରିଛି । ସେପଟେ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମଧ୍ୟ ସ୍ପଷ୍ଟ କରିଛି ଯେ ଯଦି ଚଳିତ ବର୍ଷ ଏସିଆ କପ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରୁ ବାହାରକୁ ଯାଏ ତେବେ ପାକିସ୍ତାନର ପୁରୁଷ କ୍ରିକେଟ୍ ଦଳ ଦିନିକିଆ ବିଶ୍ୱକପ୍‌ ୨୦୨୩ (ODI World Cup 2023) ରେ ଭାଗ ନେବାକୁ ଭାରତ ଯିବ ନାହିଁ । 

ପାକିସ୍ତାନୀ ସାମ୍ବାଦିକ ଫରିଦ ଖାନ ଓ ଅନ୍ୟାନ୍ୟ ପାକିସ୍ତାନୀ ଚ୍ୟାନେଲ ଅନୁଯାୟୀ, ଏସିସି ବୈଠକରେ ପିସିବି ମୁଖ୍ୟ ନଜାମ ସେଠୀ ଜୟ ଶାହାଙ୍କୁ ଭେଟି ତାଙ୍କୁ ପାକିସ୍ତାନର ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି । ଗତ ବର୍ଷ ରମିଜ ରାଜାଙ୍କ ସ୍ଥାନ ନେଇଥିବା ନଜାମ ସେଠୀ କହିଛନ୍ତି ଯେ, "ଯଦି ଆପଣ ପାକିସ୍ତାନରେ ଖେଳିବାକୁ ଆସୁ ନାହାଁନ୍ତି, ତେବେ ଆମେ ଭାରତରେ ମଧ୍ୟ ଖେଳିବାକୁ ଯିବୁ ନାହିଁ । ୨୦୨୩ ବିଶ୍ୱକପରେ ପାକିସ୍ତାନ ରହିବ ନାହିଁ ।"

ଅଧିକ ପଢ଼ନ୍ତୁ:-ସନ୍ତାନ ଜନ୍ମ କରିବା ପାଇଁ ସଠିକ୍ ବୟସ କ'ଣ? ଅଧିକାଂଶ ଲୋକ କନଫୁଜ୍, ଜାଣନ୍ତୁ କ'ଣ କହୁଛି ବିଜ୍ଞାନ

ଅଧିକ ପଢ଼ନ୍ତୁ:-ପାକିସ୍ତାନ ନୁହେଁ, ଏହି ଦେଶରେ ଖେଳାଯିବ ଏସିଆ କପ୍ ୨୦୨୩! କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଅଧିକ ପଢ଼ନ୍ତୁ:-ଭାରତକୁ ଲାଗିଲା ଜୋରଦାର ଝଟକା, କ୍ରିକେଟରୁ ଅବସର ନେଲେ ଏହି ଦ୍ରୁତ ବୋଲର

ସେପଟେ ଖାଲିଜ ଟାଇମ୍ସର ରିପୋର୍ଟରେ କୁହାଯାଇଛି ଯେ, ଚଳିତ ବର୍ଷ ପାକିସ୍ତାନରେ ଏସିଆ କପ୍‌ କରିବା ଅତ୍ୟନ୍ତ କଷ୍ଟକର । ରିପୋର୍ଟରେ ସୂତ୍ରରୁ ପ୍ରକାଶ ଯେ, ନୂତନ ଭାବେ ନିର୍ବାଚିତ ପିସିବି ମୁଖ୍ୟ ନଜାମ ସେଠୀ ଏସିସି ମୁଖ୍ୟ ଜୟ ଶାହ ଓ ଅନ୍ୟ ସଦସ୍ୟମାନଙ୍କ ସହିତ ଏକ ଜରୁରୀ ବୈଠକ ଚାହୁଁଥିଲେ । ଦୁବାଇରେ ILT20 ର ଉଦଘାଟନୀ ସମାରୋହରେ ସେ ଏସିସି ସଦସ୍ୟଙ୍କ ସାମ୍ନାରେ ଏହି ଇଚ୍ଛା ପ୍ରକାଶ କରିଥିଲେ । ବୈଠକର ମୁଖ୍ୟ ଏଜେଣ୍ଡା ହେଉଛି ଏସିଆ କପ୍ ୨୦୨୩ର ଭାଗ୍ୟ ସ୍ଥିର କରିବା, ଏହା ପାକିସ୍ତାନରେ ଅନୁଷ୍ଠିତ ହେବ କି ନାହିଁ । ସମ୍ଭବତଃ ଏହା ପାକିସ୍ତାନ ପରିବର୍ତ୍ତେ ଅନ୍ୟ କୌଣସି୍ ଦେଶରେ ଅନୁଷ୍ଠିତ ହେବ ।

ସଂଯୁକ୍ତ ଆରବ ଏମିରେଟ୍ସ ବା ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପଛରେ ଆଉ ଏକ କାରଣ ଅଛି । ଏହା ସହ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ସହିତ ହୋଷ୍ଟିଂ ଅଧିକାର ବଜାୟ ରହିବ ବୋଲି ଆଶା କରାଯାଉଛି । ଯଦି ଏହା ନହୁଏ ତେବେ ଶ୍ରୀଲଙ୍କା ଅନ୍ୟ ଏକ ବିକଳ୍ପ ହୋଇପାରେ । ଏହାପୂର୍ବରୁ ଜୟ ଶାହା ସ୍ପଷ୍ଟ ଭାବେ କହିଥିଲେ ଯେ ଭାରତୀୟ ଦଳ ଏସିଆ କପ୍ ପାଇଁ ପାକିସ୍ତାନ ଯିବ ନାହିଁ । ଏହି କାରଣରୁ ବିସିସିଆଇ ଏହାର ପକ୍ଷ ପରିବର୍ତ୍ତନ କରିବ ନାହିଁ ବୋଲି ମନେ କରାଯାଉଛି ।