T20 World Cup: ପାକିସ୍ତାନର ପରାଜୟକୁ ନେଇ ଅଖତରଙ୍କୁ ପରିହାସ କରି ଏହା ଲେଖିଲେ ଶାମି, କହିଲେ- ଏହାକୁ କୁହନ୍ତି...
Advertisement

T20 World Cup: ପାକିସ୍ତାନର ପରାଜୟକୁ ନେଇ ଅଖତରଙ୍କୁ ପରିହାସ କରି ଏହା ଲେଖିଲେ ଶାମି, କହିଲେ- ଏହାକୁ କୁହନ୍ତି...

Shoaib Akhtar On Mohammad Shami: ରବିବାର ଦିନ ମେଲବର୍ଣ୍ଣରେ ଅନୁଷ୍ଠିତ ଫାଇନାଲରେ ପାକିସ୍ତାନକୁ ଇଂଲଣ୍ଡ ୫ ୱିକେଟ ହରାଇବା ପରେ ମହମ୍ମଦ ଶାମି ସୋସିଆଲ ମିଡିଆକୁ ଯାଇ ଶୋଏବ ଅଖତରଙ୍କ ଏକ ଟ୍ୱିଟରେ ଜବାବ ଦେଇଛନ୍ତି, ଯାହା ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ସୌ: ସୋସିଆଲ ମିଡିଆ

Shoaib Akhtar On Mohammad Shami: ଭାଗ୍ୟ ଯୋଗୁଁ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିବା ପାକିସ୍ତାନର (Pakistan) ଯାତ୍ରା ପରାଜୟ ସହ ଶେଷ ହୋଇଛି । ଇଂଲଣ୍ଡ ଟାଇଟଲ ମ୍ୟାଚରେ ପାକିସ୍ତାନ ଦଳକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ ଜିତିନେଇଛି । ଭାରତକୁ ସେମିଫାଇନାଲରେ ଇଂଲଣ୍ଡ ୧୦ ୱିକେଟ୍ ପରାସ୍ତ କରିଥିଲା, ଏହା ପରେ ଭାରତୀୟ ଦଳ ଓ ବିଶେଷ କରି ବୋଲରମାନଙ୍କୁ ଅନେକ ଆଲୋଚନାରେ ଶିକାର ହେବାକୁ ପଡିଥିଲା । ଏହି ସମୟ ମଧ୍ୟରେ ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ଭାରତକୁ କଡ଼ା ସମାଲୋଚନା କରିଥିଲେ । ବର୍ତ୍ତମାନ ପାକିସ୍ତାନ ଫାଇନାଲରେ ହାରିବା ପରେ ଭାରତୀୟ ପ୍ରଶଂସକମାନଙ୍କ ସହିତ, କ୍ରିକେଟରମାନେ ମଧ୍ୟ ପାକିସ୍ତାନର କ୍ରିକେଟରମାନଙ୍କ ସହ ସେମାନଙ୍କ ଭେଟେରାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି ।

ପାକିସ୍ତାନ ଟାଇଟଲ ମ୍ୟାଚ୍ ହାରିଯିବା ପରେ ଟି-୨୦ ବିଶ୍ୱକପ ୨୦୨୨ ରେ ଭାରତୀୟ ଦଳର ଅଂଶ ଥିବା ମହମ୍ମଦ ଶାମି ସୋସିଆଲ ମିଡିଆରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କୁ କଟାକ୍ଷ କରିଥିବାର ନଜର ଆସିଛନ୍ତି । ବାସ୍ତବରେ, ପାକିସ୍ତାନର ପରାଜୟ ପରେ ଶୋଏବ ଅଖତର ଟ୍ୱିଟରରେ ଏକ ଭଙ୍ଗା ହୃଦୟ ଇମୋଜି ପୋଷ୍ଟ କରିଛନ୍ତି, ଯାହା ଉପରେ କମେଣ୍ଟ ଦେଇ ଭାରତୀୟ କ୍ରିକେଟର ଶାମି ଲେଖିଛନ୍ତି, 'ସରି ଭାଇ, ଏହାକୁ କର୍ମା କୁହନ୍ତି ।'

fallback

ମ୍ୟାଚ୍ ବିଷୟରେ କହିବାକୁ ଗଲେ ରବିବାର ଦିନ ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରି ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟାଇଟଲ ଜିତିଛି । ପାକିସ୍ତାନର ଆଠ ୱିକେଟ ନେଇ ୧୩୭ ରେ ସୀମିତ ରଖିବା ପରେ ଇଂଲଣ୍ଡ ୧୯ ଓଭରରେ ପାଞ୍ଚ ୱିକେଟ୍ ହରାଇ ଟାର୍ଗେଟକୁ ପଛରେ ପକାଇ ଦେଇଥିଲା । ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଇଂଲଣ୍ଡ ପାଇଁ ଅପରାଜିତ ଅର୍ଦ୍ଧଶତକ ଖେଳିଥିଲେ ।

ଆଜି ମେଲବର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ଅନ୍ତିମ ମ୍ୟାଚ୍ ଖେଳାଯାଇଥିଲା । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୭ ସ୍କୋର କରିଥିଲା । ଏହାର ଜବାବରେ ଇଂଲଣ୍ଡ ଦଳ ଏହି ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ।  ଏହି ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ହରାଇ ବିଶ୍ଵବିଜେତା ହୋଇଛି ।

ବେନ ଷ୍ଟୋକ୍ସଙ୍କ ଲଢୁଆ ଇନିଂସ ଆଧାରରେ ଟି-୨୦ ବିଶ୍ୱକପ ୨୦୨୨ ର ଅନ୍ତିମ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଇଂଲଣ୍ଡ ଟାଇଟଲ ଜିତିଛି । ଏହା ହେଉଛି ଇଂଲଣ୍ଡର ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ, ଏହା ପୂର୍ବରୁ ସେମାନେ ୨୦୧୨୦ ରେ ଏହି ଟ୍ରଫି ଜିତିଥିଲେ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଇଂଲଣ୍ଡ ସମ୍ମୁଖରେ ୧୩୮ ରନ୍ ସଂଗ୍ରହ କରିଥିଲା । ବେନ ଷ୍ଟୋକ୍ସଙ୍କ ଅପରାଜିତ ୫୨ ରନ୍ ଇନିଂସ ଆଧାରରେ ଇଂଲଣ୍ଡ ଏହି ସ୍କୋର ଜିତିଥିଲା ।

ଏହା ବି ପଢ଼ନ୍ତୁ: PAK Vs ENG: ଟି-୨୦ ବିଶ୍ୱକପ ଜିତି ପାରିଲା ନାହିଁ ପାକିସ୍ତାନ, ଜାଣନ୍ତୁ ପରାଜୟ ପଛର ୫ଟି ବଡ଼ କାରଣ