ENG vs NZ: କନୱେ-ରଚିନଙ୍କ ଆଗରେ ମାଟି କାମୁଡ଼ିଲା ଇଂଲଣ୍ଡ, ବିଶ୍ୱକପର ପ୍ରଥମ ମ୍ୟାଚକୁ ସହଜରେ ଜତିନେଲା ନ୍ୟୁଜିଲ୍ୟାଣ୍ଡ
Advertisement

ENG vs NZ: କନୱେ-ରଚିନଙ୍କ ଆଗରେ ମାଟି କାମୁଡ଼ିଲା ଇଂଲଣ୍ଡ, ବିଶ୍ୱକପର ପ୍ରଥମ ମ୍ୟାଚକୁ ସହଜରେ ଜତିନେଲା ନ୍ୟୁଜିଲ୍ୟାଣ୍ଡ

ENG vs NZ: ଡୱେନ କନୱେ ଓ ରଚିନ୍ ରବିନ୍ଦ୍ରଙ୍କ ଉଜ୍ଜ୍ୱଳ ଶତକୀୟ ଇନିଂସ ଯୋଗୁଁ ବିଶ୍ୱକପର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରିଛି । ନ୍ୟୁଜିଲ୍ୟାଣ୍ଡ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ ।

 

ସୌ: ସୋସିଆଲ ମିଡିଆ (NG vs NZ Match )

NG vs NZ Match Report: ବିଶ୍ୱକପର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ପରାଜୟର ସମ୍ମୁଖୀନ ହୋଇଛି । ଡୱେନ କନୱେ ଓ ରଚିନ୍ ରବିନ୍ଦ୍ରଙ୍କ ଉଜ୍ଜ୍ୱଳ ଶତକୀୟ ଇନିଂସ ଯୋଗୁଁ ଇଂଲଣ୍ଡକୁ ୯ ୱିକେଟରେ ନ୍ୟୁଜିଲ୍ୟାଣ୍ଡ ପରାସ୍ତ କରିଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଆଗରେ ୨୮୩ ରନର ଲକ୍ଷ୍ୟ ଦେଇଥିଲା । 
ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୩୬.୨ ଓଭରରେ ୧ ୱିକେଟ୍ ପାଇଁ ୨୮୩ ରନର ଲକ୍ଷ୍ଯ ହାସଲ କରି ମ୍ୟାଚ୍ ଜିତି ନେଇଥିଲା । ନ୍ୟୁଜିଲ୍ୟାଣ୍ଡ ପାଇଁ ଡୱେନ କନୱେ ଓ ରଚିନ୍ ରବିନ୍ଦ୍ର ଚମତ୍କାର ଶତକ ହାସଲ କରିଥିଲେ ।

ଡୱେନ କନୱେ ଓ ରଚିନ୍ ରବିନ୍ଦ୍ର ମାରିଲେ ଉଜ୍ଜ୍ୱଳ ଶତକ
ଇଂଲଣ୍ଡ ଦେଇଥିବା ୨୮୨ ରନ୍‌ର ଲକ୍ଷ୍ୟକୁ ହାସଲ କରିବା ପାଇଁ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲ୍ୟାଣ୍ଡର ଓପନର ଭଲ ଆରମ୍ଭ ଦେଇ ପାରି ନଥିଲେ । ୧୦ ରନ୍ ସ୍କୋରରେ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଝଟକା ଲାଗିଥିଲା । ୟଙ୍ଗ କୌଣସି ରନ୍ ସ୍କୋର ନକରି ପାଭିଲିୟନକୁ ଫେରିଥିଲେ । କିନ୍ତୁ ଏହା ପରେ ଡୱେନ କନୱେ ଓ ରଚିନ୍ ରବିନ୍ଦ୍ର ଇଂଲଣ୍ଡକୁ କୌଣସି ସୁଯୋଗ ଦେଇନଥିଲେ ।

ଡୱେନ୍ କନୱେ ଓ ରାଚିନ୍ ରବିନ୍ଦ୍ରଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୨୭୩ ରନର ଏକ ଅବିଭକ୍ତ ଭାଗିଦାରୀ ହୋଇଥିଲା । ୧୨୧ ବଲରେ ୧୫୨ ରନ୍ ସ୍କୋର କରିବା ପରେ ଡୱେନ କନୱେ ଅପରାଜିତ ଫେରିଥିଲେ । ସେ ତାଙ୍କ ଇନିଂସରେ ୧୯ଟି ଚୌକା ଓ ୩ଟି ଛକା ମାରିଥିଲେ । ୯୬ ବଲରେ ୧୨୩ ରନ୍ ସ୍କୋର କରିବା ପରେ ରଚିନ୍ ରବିନ୍ଦ୍ର ଅପରାଜିତ ରହିଥିଲେ । ସେ ନିଜ ଇନିଂସରେ ୧୧ଟି ଚୌକା ଓ ୫ଟି ଛକା ମାରିଥିଲେ । ଏଥି ସହିତ କେବଳ ସାମ କରନ ଇଂଲଣ୍ଡ ପାଇଁ ସଫଳତା ପାଇଥିଲେ ।

ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ୍ ଲାଥାମ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟସ୍ ହାରିବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୨ ରନ୍ ସଂଗ୍ରହ କରିଥିଲା । ଇଂଲଣ୍ଡ ପାଇଁ ଜୋ ରୁଟ୍ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ଜୋ ରୁଟ୍ ୮୬ ବଲରେ ୭୭ ରନ୍ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପାଇଁ ଦ୍ରୁତ ବୋଲର ମ୍ୟାଟ ହେନେରୀ ସର୍ବାଧିକ ୩ ୱିକେଟ୍ ନେଇଥିଲେ । ଯେଉଁଠାରେ ମିଚେଲ ସାଣ୍ଟନର୍ ଏବଂ ଗ୍ଲେନ୍ ଫିଲିପ୍ସଙ୍କୁ ୨ଟି ଲେଖାଁଏ ସଫଳତା ପାଇଥିଲେ ।