Indonesian football league: ଫୁଟବଲ୍ ପାଇଁ କଳା ଦିବସ! ଷ୍ଟାଡିୟମରେ 'ମହାଭାରତ' ପରେ 'ଲଙ୍କାକାଣ୍ଡ', ୧୫୦ରୁ ଊର୍ଦ୍ଧ୍ୱ ମୃତ
Advertisement

Indonesian football league: ଫୁଟବଲ୍ ପାଇଁ କଳା ଦିବସ! ଷ୍ଟାଡିୟମରେ 'ମହାଭାରତ' ପରେ 'ଲଙ୍କାକାଣ୍ଡ', ୧୫୦ରୁ ଊର୍ଦ୍ଧ୍ୱ ମୃତ

Indonesian football league: ଫୁଟବଲ ମ୍ୟାଚ ବେଳେ ଘଟିଥିବା ଏକ ଦଙ୍ଗାରେ ୧୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୮୦ ଜଣ ଆହତ ହୋଇଛନ୍ତି। ଇଣ୍ଡୋନେସିଆରେ ଏହି ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

 

 

Indonesian football league: ଫୁଟବଲ୍ ପାଇଁ କଳା ଦିବସ! ଷ୍ଟାଡିୟମରେ 'ମହାଭାରତ' ପରେ 'ଲଙ୍କାକାଣ୍ଡ', ୧୫୦ରୁ ଊର୍ଦ୍ଧ୍ୱ ମୃତ

Indonesian football league, ନୂଆଦିଲ୍ଲୀ: ଫୁଟବଲ ଇତିହାସ ପାଇଁ କଳା ଦିବସ। ଶନିବାର ଇଣ୍ଡୋନେସିଆର ପୂର୍ବ ଜାଭାରେ ଏକ ଅଘଟଣ ଘଟିଯାଇଛି। ମାଲାଙ୍ଗ ରେଜେଂସିରେ ଆୟୋଜିତ ଫୁଟବଲ ଲିଗ୍ ମ୍ୟାଚ ବେଳେ ଷ୍ଟାଡିୟମରେ ହିଂସା ଓ ଦଳା ଚକଟା ହୋଇଛି। ଫଳରେ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ ଆହତ ହୋଇଛନ୍ତି। ଆରେମା ଓ ପର୍ସେବାୟା ସୁରବାୟା ନାମକ ଦୁଇଟି କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ୩-୨ ଗୋଲରେ ଆରେମା ପରାଜୟ ହେଲା ପରେ ଷ୍ଟାଡିୟମରେ ହିଂସାକାଣ୍ଡ ହୋଇଥିବା ସୂଚନା ମିଳିଛି। ଫିଫା ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇଛି।

ମିଳିଥିବା ସୂଚନାନୁସାରେ, ଶନିବାର ରିତିରେ ମାଲାଙ୍ଗ ରେଜେଂସିରେ ଆୟୋଜିତ ଫୁଟବଲ ଲିଗ୍ ମ୍ୟାଚ ବେଳେ ଷ୍ଟାଡିୟମରେ ହିଂସା ଓ ଦଳା ଚକଟା ହୋଇଛି। ଏଥିରେ ୧୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଶତାଧିକ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ମାଲାଙ୍ଗ ରେଜେନ୍ସି ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ମୁଖ୍ୟ ୱିଆଣ୍ଟୋ ୱିଜୋ କହିଛନ୍ତି ଯେ, ଅଧିକାରୀମାନେ ମୃତକ ଓ ଆହତଙ୍କ ସଂଖ୍ୟା ସଂଗ୍ରହ କରୁଛନ୍ତି। ହିଂସାକାଣ୍ଡରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ହିଂସା, ଅତ୍ୟଧିକ ଭିଡ, ଦଳାଚକଟା ଏବଂ ଅଣନିଶ୍ୱାସୀ ହୋଇ ଲୋକେ ମୃତ୍ୟୁ ବରଣ କରିଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଆହତଙ୍କୁ ଚିକିତ୍ସା ପାଇଁ ସହରର ବିଭିନ୍ନ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି।

ଫୁଟବଲ ମ୍ୟାଚରେ ଆରେମା କ୍ଲବକୁ ପର୍ସେବାୟା ହରାଇବା ପରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଆରେମା ହାରିବା ପରେ ତାର ହଜାର ହଜାର ଫ୍ୟାନ୍ ହିଂସ୍ର ହୋଇ ପଡ଼ିଆକୁ ଦୌଡିଥିଲେ। ଫଳରେ ଦୁଇଟି ଟିମର ସମର୍ଥକ ମୁହାଁମୁହିଁ ହୋଇଥିଲେ। ପର୍ସବାୟା ଖେଳାଳିମାନେ ତୁରନ୍ତ ପଡ଼ିଆ ଛାଡିଥିଲେ, କିନ୍ତୁ ପଡ଼ିଆରେ ଥିବା ଅନେକ ଆରେମା ଖେଳାଳି ଆକ୍ରମଣର ଶିକାର ହୋଇଥିଲେ। ଭିଡ ନିୟନ୍ତ୍ରଣ କରିବା ପାଇଁ ପୋଲିସ, ଫୁଟବଲ ଷ୍ଡାଡିୟମରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ରିପୋର୍ଟ ମୁତାବକ, ପୋଲିସ ଜନଗହଳିପୂର୍ଣ୍ଣ ଷ୍ଟାଡିୟମରେ ଲୁହବୁହା ଗ୍ୟାସ ଫିଙ୍ଗିବା ପରେ ଅନେକ ଆହତ ହୋଇଛନ୍ତି। ଏହି ହିଂସାକାଣ୍ଡ ଯୋଗୁଁ ଇଣ୍ଡୋନେସିଆ ଲିଗକୁ ଏକ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି।

Also Read: ବିଶ୍ୱକପ ବିଜେତା ଦଳ ଉପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେତେ ମିଳିବ ପୁରସ୍କାର ରାଶି

PT Liga Indonesia Baruର ନିର୍ଦ୍ଦେଶକ ଅହମ୍ମଦ ହାଦିଆନ୍ ଲୁକିତା କହିଛନ୍ତି, "ଆମେ ଏହି ଘଟଣାରେ ଚିନ୍ତିତ ଏବଂ ଗଭୀର ଦୁଃଖିତ। ଆମେ ପୀଡିତ ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ ଏବଂ ଆଶା କରୁଛୁ ଏହା ଆମ ସମସ୍ତଙ୍କ ପାଇଁ ଏକ ମୂଲ୍ୟବାନ ଶିକ୍ଷା ହେବ।" ଇଣ୍ଡୋନେସିଆ ଫୁଟବଲ ଆସୋସିଏସନ (PSSI) ଖେଳ ପରେ କ’ଣ ଘଟିଲା ତାହାର ତଦନ୍ତ ଆରମ୍ଭ କରିବ। ସପେଟେ ଏହି ମାମଲାକୁ FIFA ଗୁରୁତର ଭାବେ ନେଇଛି। FIFAର ନିୟମ ଅନୁସାରେ, ଫଡିଆରେ ଲୁହବୁହା ଗ୍ୟାସ ବ୍ୟବହାର କରିବା ନିଷିଦ୍ଧ। ଏହି ଲୁହବୁହା ଗ୍ୟାସରୁ ବଞ୍ଚିବାକୁ ଯାଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ଅନ୍ୟପଟେ ଷ୍ଟାଡିୟମରେ ମହାଭାରତ ଘିଟବା ପରେ ଜାଭା ସଡକରେ ଲଙ୍କାକାଣ୍ଡ ଆରମ୍ଭ ହୋଇଛି। ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗର ପ୍ରତିବାଦରେ ଶହ ଶହ ଲୋକ ବିଭିନ୍ନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୋଲିସ ଉପରେ ଆକ୍ରମଣ କରିବା ସହ ଲୋକେ ଗାଡି ପୋଡାଜଳା କରୁଛନ୍ତି। ଅଶାନ୍ତ ପରିବେଶକୁ ଦେଖି ପୂର୍ବ ଜାଭାରେ ହାଇଆଲର୍ଟ ଜାରି କରାଯାଇଛି। ସହରରେ ବିପୁଳ ଫୋର୍ସ ମୁତୟନ ହୋଇଥିବା ବେଳେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରାଯାଉଛି। ତେବେ ପୋଲିସର ଅତ୍ୟାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଷ୍ଟାଡିୟମରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋହ ହୋଇଛି।