Matthew Wade T20 World Cup 2022: ଅଷ୍ଟ୍ରେଲିଆକୁ ଲାଗିଲା ଜୋରଦାର ଝଟକା, ଏହି ଖତରନାକ୍ ଖେଳାଳି ହେଲେ କୋରୋନା ସଂକ୍ରମିତ
Advertisement

Matthew Wade T20 World Cup 2022: ଅଷ୍ଟ୍ରେଲିଆକୁ ଲାଗିଲା ଜୋରଦାର ଝଟକା, ଏହି ଖତରନାକ୍ ଖେଳାଳି ହେଲେ କୋରୋନା ସଂକ୍ରମିତ

Matthew Wade: ମାଥ୍ୟୁ ୱେଡ ଗୁରୁବାର ଜଙ୍କସନ ଓଭାଲରେ ଅଷ୍ଟ୍ରେଲିଆର ଇନଡୋର ଅଭ୍ୟାସ ଅଧିବେଶନରେ ଅଂଶ ଗ୍ରହଣ କରି ନଥିଲେ । ତାଙ୍କ ପୂର୍ବରୁ ଆଡାମ ଜାମ୍ପା କୋରୋନା ପଜିଟିଭ୍ ଥିବାରୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାଗ ନେଇନଥିଲେ । ଟୁର୍ଣ୍ଣାମେଣ୍ଟର ନିୟମ ଅନୁଯାୟୀ, ୱେଡ କୋରୋନା ପଜିଟିଭ୍ ସତ୍ତ୍ୱେ ମ୍ୟାଚ୍ ଖେଳିପାରିବେ । 

Matthew Wade T20 World Cup 2022: ଅଷ୍ଟ୍ରେଲିଆକୁ ଲାଗିଲା ଜୋରଦାର ଝଟକା, ଏହି ଖତରନାକ୍ ଖେଳାଳି ହେଲେ କୋରୋନା ସଂକ୍ରମିତ

Matthew Wade Australia vs England T20 World Cup 2022 Match: ଚଳିତ ଥର ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ଅଷ୍ଟ୍ରେଲିଆରେ ଆୟୋଜିତ ହେଉଛି । ବର୍ତ୍ତମାନ ସୁପର-12 ପର୍ଯ୍ୟାୟର ମ୍ୟାଚ୍ ଜାରି ରହିଛି । ଟି-20 ବିଶ୍ୱକପ ୨୦୨୨ ଟାଇଟଲ ଜିତିବାର ପ୍ରବଳ ଦାବିଦାର୍ ମନେ କରାଯାଉଥିବା ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳକୁ ଏକ ବଡ଼ ଝଟକା ଲାଗିଛି । ବାସ୍ତବରେ ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳ (Australian Cricket Team) ର ସବୁଠାରୁ ଖତରନାକ୍ କ୍ରିକେଟର ତଥା ମ୍ୟାଚ୍ ୱିନର୍ କୋଭିଡ ପଜିଟିଭ୍ (COVID19 Positive) ବୋଲି ଜଣାପଡିଛି । ତିନି ଦିନ ମଧ୍ୟରେ ଅଷ୍ଟ୍ରେଲିଆ କ୍ୟାମ୍ପ ପାଇଁ ଏହା ହେଉଛି ଦ୍ୱିତୀୟ ବଡ଼ ଝଟକା । 

ଶୁକ୍ରବାର ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟି-20 ବିଶ୍ୱକପର ସୁପର-୧୨ ପର୍ଯ୍ୟାୟର ମ୍ୟାଚ୍ ପୂର୍ବରୁ ୱିକେଟ୍ କିପର ମାଥ୍ୟୁ ୱେଡ୍ (Matthew Wade) କୋରୋନା ସଂକ୍ରମିତ (Coronavirus Positive) ହୋଇଥିବା ଜଣାପଡିଛି । ମାଥ୍ୟୁ ୱେଡ ଗୁରୁବାର ଜଙ୍କସନ ଓଭାଲରେ ଅଷ୍ଟ୍ରେଲିଆର ଇନଡୋର ଅଭ୍ୟାସ ଅଧିବେଶନରେ ଅଂଶ ଗ୍ରହଣ କରି ନଥିଲେ । ତାଙ୍କ ପୂର୍ବରୁ ଆଡାମ ଜାମ୍ପା କୋରୋନା ପଜିଟିଭ୍ ଥିବାରୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାଗ ନେଇନଥିଲେ । ଟୁର୍ଣ୍ଣାମେଣ୍ଟର ନିୟମ ଅନୁଯାୟୀ, ୱେଡ କୋରୋନା ପଜିଟିଭ୍ ସତ୍ତ୍ୱେ ମ୍ୟାଚ୍ ଖେଳିପାରିବେ ।  ମାଥ୍ୟୁ ୱେଡ୍ (Matthew Wade) ଙ୍କର ସାମାନ୍ୟ ଲକ୍ଷଣ ଥିଲା । ତଥାପି, ୱେଡକୁ ବାକି ସଦସ୍ୟମାନଙ୍କ ସହିତ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଏଥିସହ ସେ ମ୍ୟାଚ୍ ପୂର୍ବରୁ କିମ୍ବା ମ୍ୟାଚ୍ ସମୟରେ ଡ୍ରେସିଂ ରୁମ୍ ବ୍ୟବହାର କରିପାରିବେ ନାହିଁ ।

ଏଭଳି ପରିସ୍ଥିତିରେ ୱେଡଙ୍କୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଖେଳୁଥିବା ଦେଖିବାକୁ ମିଳିବ । ମାଥ୍ୟୁ ୱେଡଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଛି । ତାଙ୍କ ବିନା ଅଷ୍ଟ୍ରେଲିଆ ଦଳର କୌଣସି ବ୍ୟାକଅପ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ନାହାଁନ୍ତି । ପ୍ରକୃତରେ ଜୋସ୍ ଇଂଲିସ୍ ଅଷ୍ଟ୍ରେଲିୟ ଦଳର ଅଂଶ ଥିଲେ । କିନ୍ତୁ ଟି-20 ବିଶ୍ୱକପ ୨୦୨୨ ପୂର୍ବରୁ ଗଲ୍ଫ ଖେଳିବା ସମୟରେ ଆହତ ହୋଇଥିଲେ । କ୍ୟାମେରନ୍ ଗ୍ରୀନଙ୍କୁ ବ୍ୟାକଅପ୍ ଭାବରେ ଅଷ୍ଟ୍ରେଲିଆ ଦଳ ଚୟନ କରିଥିଲା । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ଦଳ ପାଇଁ ମାଥ୍ୟୁ ୱେଡଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

ଅଧିକ ପଢ଼ନ୍ତୁ:-ଉର୍ବଶୀ ରୌତେଲାଙ୍କ 'ଭାଙ୍ଗିଲା ହୃଦୟ', ଭାରତ-ପାକିସ୍ତାନ ମ୍ୟାଚ ପରେ 'ମୁଭ୍ ଅନ୍' କରିବାକୁ ନିଷ୍ପତ୍ତି!

ଅଧିକ ପଢ଼ନ୍ତୁ:-ବର୍ଷିବ ଶନି ଦେବଙ୍କ କୃପା, ବର୍ତ୍ତମାନ ଏସବୁ ରାଶିର ଲୋକଙ୍କ ଖୋଲିବ ଭାଗ୍ୟ; ପୂରଣ ହେବ ମନସ୍କାମନା

ଅଧିକ ପଢ଼ନ୍ତୁ:-ଯଦି ଲକ୍ଷ୍ମୀ-ଗଣେଶଙ୍କ ଯୋଗୁଁ କିଛି ଅସୁବିଧା ହେଉଛି ତେବେ ପାକିସ୍ତାନ ଚାଲି ଯାଆନ୍ତୁ, ବିଜେପିକୁ କହିଲେ ଆପ୍ ବିଧାୟକ

ମାଥ୍ୟୁ ୱେଡଙ୍କ ପୂର୍ବରୁ ଆଡାମ ଜାମ୍ପା ମଧ୍ୟ କୋଭିଡ-19 ଟେଷ୍ଟରେ ପଜିଟିଭ ହୋଇଥିଲେ । ଗ୍ରୁପ୍ -୧ରେ ଇଂଲଣ୍ଡ ପୂର୍ବ ମ୍ୟାଚରେ ଆୟର୍ଲାଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ଏହା ପରେ ଅଷ୍ଟ୍ରେଲିଆ ଶ୍ରୀଲଙ୍କା ବିପକ୍ଷରେ ୭ ୱିକେଟରେ ବିଜୟ ହାସଲ କରିଥିଲା । ପଏଣ୍ଟ ଟେବୁଲ ବିଷୟରେ କହିବାକୁ ଗଲେ ଇଂଲଣ୍ଡ ତୃତୀୟ ଓ ଅଷ୍ଟ୍ରେଲିଆ ପଞ୍ଚମ ସ୍ଥାନରେ ରହିଛି । ଏହି ମ୍ୟାଚ୍ ଜିତିବା ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।