Virat Kohli Writes to BCCI: ଗୌତମଙ୍କ ସହ 'ଗମ୍ଭୀର' ଲଢ଼େଇ ପରେ ଆକ୍ସନ ମୁଡରେ ବିରାଟ କୋହଲି; ବିସିସିଆଇକୁ ଲେଖିଲେ ଏହି ଚିଠି
Advertisement

Virat Kohli Writes to BCCI: ଗୌତମଙ୍କ ସହ 'ଗମ୍ଭୀର' ଲଢ଼େଇ ପରେ ଆକ୍ସନ ମୁଡରେ ବିରାଟ କୋହଲି; ବିସିସିଆଇକୁ ଲେଖିଲେ ଏହି ଚିଠି

Virat Kohli Writes to BCCI: ୧ ମେ'ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏକ ମ୍ୟାଚ୍ ହୋଇଥିଲା । ଏହି ମ୍ୟାଚ୍ ପରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ମ୍ୟାଚ ପରେ ଝଗଡା ହୋଇଥିଲା । ଏହା ପରେ ବିସିସିଆଇ ଉଭୟଙ୍କ ଉପରେ ୧୦୦ ପ୍ରତିଶତ ମ୍ୟାଚ୍ ଫି ଜରିମାନା ଆଦାୟ କରିଥିଲା । କୋହଲି ଏହି ପ୍ରସଙ୍ଗରେ ବିସିସିଆଇକୁ ଏକ ଚିଠି ଲେଖିଛନ୍ତି ।

ସାଙ୍କେତିକ ଛବି

IPL 2023: Virat Kohli Writes to BCCI, ଆଇପିଏଲ୍ ୨୦୨୩ ରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (Lucknow Super Giants) ମଧ୍ୟରେ ୧ ମଇରେ ଏକ ମ୍ୟାଚ୍ ହୋଇଥିଲା । ଏହି ମ୍ୟାଚକୁ ଆରସିବି ଜିତିଥିଲା । ସେହି ମ୍ୟାଚରେ ବିରାଟ କୋହଲି (Virat Kohli ) ୩୧ ରନର ଏକ ଇନିଂସ ଖେଳିଥିଲେ । କିନ୍ତୁ, ତାଙ୍କ ଇନିଂସ ଅପେକ୍ଷା ସେ ଆଉକିଛି ପାଇଁ ଚର୍ଚ୍ଚାରେ ରହିଥିଲେ । ମ୍ୟାଚ୍ ସମୟରେ ଓ  ପରେ ଯାହା ହୋଇଥିଲା ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଯାହା କିଛି ଘଟିଥିଲା, ତାହା ଆଜି ମଧ୍ୟ ହେଡଲାଇନରେ ରହିଛି । ଏହି ବିବାଦକୁ ପାଞ୍ଚ ଦିନ ବିତିଗଲାଣି । ତଥାପି ଏହା ଏକ ଚର୍ଚ୍ଚା ବିଷୟ ହୋଇ ରହିଛି । ଏହି ସମୟରେ, ଖବର ଆସିଛି ଯେ ଲକ୍ଷ୍ନୌ ସୁପରଗିଆଣ୍ଟ୍ସର ମେଣ୍ଟର ଗୌତମ ଗମ୍ଭୀର (Gautam Gambhir) ଓ ନବୀନ-ଉଲ୍-ହକଙ୍କ (Naveen-ul-Haq) ସହ ପଡିଆରେ ହୋଇଥିବା ଝଗଡା ପରେ ବିରାଟ କୋହଲି ବିସିସିଆଇକୁ (BCCI) ଏକ ଚିଠି ଲେଖିଛନ୍ତି । ବିରାଟ ଚିଠିରେ କହିଛନ୍ତି ଯେ ଏହି ବିବାଦରେ ଦୋଷୀ ନୁହଁନ୍ତି ଓ ସେ କିଛି ଭୁଲ କରିନାହାଁନ୍ତି ।

ଦୌନିକ ଜାଗରଣର ରିପୋର୍ଟ ଅନୁଯାୟୀ ବିରାଟ କୋହଲି ଶତପ୍ରତିଶତ ମ୍ୟାଚ ଫି କଟାଯିବା ପରେ ନିରାଶ ହୋଇଛନ୍ତି । ଏହି ରିପୋର୍ଟ ଅନୁଯାୟୀ, କୋହଲି ତାଙ୍କ ଚିଠିରେ ଲେଖିଛନ୍ତି ଯେ ସେ ଲକ୍ଷ୍ନୌ ଖେଳାଳି ନବୀନ-ଉଲ-ହକ କିମ୍ବା ଏହାର ମେଣ୍ଟର ଗୌତମ ଗମ୍ଭୀରଙ୍କୁ ଏପରି କିଛି କହି ନାହାଁନ୍ତି, ଯାହାପାଇଁ ତାଙ୍କୁ ଏପରି ଦଣ୍ଡ ଦିଆଯାଇଛି । କହିରଖୁଛୁ ଯେ ଏହି ବିବାଦ ପରେ ଉଭୟ ବିରାଟ ଓ ଗୌତମଙ୍କ ଶତପ୍ରତିଶତ ମ୍ୟାଚ୍ ଫି କଟି ଯାଇଥିଲା । ନବୀନ-ଉଲ-ହକଙ୍କ ମଧ୍ୟ ୫୦ ପ୍ରତିଶତ ଜରିମାନା କରାଯାଇଛଥିଲା ।

ବିସିସିଆଇକୁ ଏକ ଚିଠି ଲେଖିଛନ୍ତି  କୋହଲି 
ରିପୋର୍ଟ ଅନୁଯାୟୀ, ଆରସିବି ଓ ଲକ୍ଷ୍ନୌ ମଧ୍ୟରେ ହୋଇଥିବା ମ୍ୟାଚରେ ମହମ୍ମଦ ସିରାଜ ନବୀନ-ଉଲ-ହକଙ୍କୁ ତାଙ୍କ ବାଉନ୍ସର୍ ଉପରେ କ୍ରୋଧିତ କରିଥିଲେ । କୋହଲି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସେ ସିରାଜଙ୍କୁ କେବଳ ବାଉନ୍ସର୍ ବୋଲିଂ କରିବାକୁ, ନା କି ନବୀନଙ୍କୁ ମାରିବାକୁ କହିଥିଲେ ।

ଜରିମାନା ପାଇଁ ଆହତ ହୋଇଛନ୍ତି କୋହଲି 
କୋହଲି କିନ୍ତୁ ଅନୁଭବ କରୁଛନ୍ତି ଯେ ତାଙ୍କ ଆଚରଣ ଏପରି ନଥିଲା ଯେ ତାଙ୍କୁ ଏତେ ଜୋରିମାନା କରାଯାଇଥିଲା । କୋହଲିଙ୍କ ପାଇଁ ଏହି ଜରିମାନାର ପରିମାଣ ପ୍ରାୟ ୧.୨୫ କୋଟି ଟଙ୍କା ହେବ । ଏବେ ପ୍ରଶ୍ନ ଉଠୁଛି କି କୋହଲିଙ୍କ ଉପରେ ଲଗାଯାଇଥିବା ଜରିମାନା ତାଙ୍କ ଦରମାଠାରୁ କଟାଯିବ ନା ତାଙ୍କ ଫ୍ରାଞ୍ଚାଇଜ ଆରସିବି ଏହି ପରିମାଣ ଦେବେ । ଏହାର ଉତ୍ତର ହେଉଛି ବିରାଟଙ୍କୁ ଗୋଟିଏ ପଇସା ମଧ୍ୟ ଦେବାକୁ ପଡିବ ନାହିଁ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପଲିସି ଅନୁସାରେ, ପଡ଼ିଆରେ କୌଣସି ପ୍ରକାର ବିବାଦ ପାଇଁ ସେମାନେ ଖେଳାଳିଙ୍କ କୌଣସି ମ୍ୟାଚ୍ ଫି କାଟନ୍ତି ନାହିଁ । ଜରିମାନା ହେଲେ ଫ୍ରାଞ୍ଚାଇଜି ନିଜେ ଟଙ୍କା ଦିଅନ୍ତି ।