KKR vs SRH: କାମ ଦେଲାନି ରିଙ୍କୁଙ୍କ ଲଢୁଆ ଇନିଂସ; ନିଜ ଘରେ ହାଇଦ୍ରାବାଦ ଠାରୁ ୨୩ ରନରେ ହାରିଲା କୋଲକାତା
Advertisement

KKR vs SRH: କାମ ଦେଲାନି ରିଙ୍କୁଙ୍କ ଲଢୁଆ ଇନିଂସ; ନିଜ ଘରେ ହାଇଦ୍ରାବାଦ ଠାରୁ ୨୩ ରନରେ ହାରିଲା କୋଲକାତା

KKR vs SRH Highlights: ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଇନିଂସ ଆରମ୍ଭ କରିବାକୁ ଆସିଥିବା ହ୍ୟାରି ବ୍ରୁକ ୫୫ ବଲରେ ୧୦୦ ରନର ଅପରାଜିତ ଶତକ ହାସଲ କରିଥିଲେ । ହାଇଦ୍ରାବାଦ ଦେଇଥିବା ୨୨୮ ରନକୁ ଲକ୍ଷ୍ୟକୁ ପିଛାକରି କୋଲକାତା ୨୦୫ ରନ୍ କରିବାରେ ସକ୍ଷମ ହୋଇଥିଲା ।

ସୌ: ସୋସିଆଲ ମିଡିଆ

IPL 2023: KKR vs SRH, ଇଣ୍ଡିଆନ୍ ପ୍ରିମିୟର ଲିଗର ୧୯ ତମ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ନିର୍ଦ୍ଧାରିତ ୨୦ ଓଭରରେ ୨୨୮ ରନ୍ ସ୍କୋର କରିଥିଲେ କିନ୍ତୁ ଏହାର ଜବାବରେ କୋଲକାତା ଦଳ ଏହି ଲକ୍ଷ୍ୟ ହାସଲ କରିପାରି ନଥିଲା । କୋଲକାତା ଦଳ ମାତ୍ର ୨୦୫ ରନ୍ ସ୍କୋର କରିପାରିବାରେ ସକ୍ଷମ ହୋଇଥିଲା । ହାଇଦ୍ରାବାଦର ବିଜୟର ସ୍କ୍ରିପ୍ଟ ହ୍ୟାରି ବ୍ରୁକ୍ ଓ ଆଡେନ ମାର୍କ୍ରାମ ଲେଖିଥିଲେ । ବ୍ରୁକ୍ ଏକ ଚମତ୍କାର ଶତକ ହାସଲ କରିଥିଲେ । ଏଥି ସହିତ କ୍ୟାପଟେନ ମାର୍କ୍ରାମଙ୍କ ବ୍ୟାଟରୁ ୫୦ ରନ୍‌ର ଦ୍ରୁତ ଇନିଂସ ସାମ୍ନାକୁ ଆସିଥିଲା ।

ଇଡେନ୍ ଗାର୍ଡେନ୍ସରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଦଳ ନିର୍ଦ୍ଧାରିତ ୨୦ ଓଭରରେ ଚାରି ୱିକେଟ୍ ହରାଇ ୨୨୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ଦଳ ପାଇଁ ଇନିଂସ ଆରମ୍ଭ କରିବାକୁ ଆସିଥିବା ହ୍ୟାରି ବ୍ରୁକ ୫୫ ବଲରେ ୧୦୦ ରନର ଅପରାଜିତ ଶତକ ସ୍କୋର କରିଥିଲେ । ଏହା ବ୍ୟତୀତ କ୍ୟାପଟେନ ଇଡେନ ମାର୍କ୍ରାମ ମଧ୍ୟ ୨୬ ବଲରେ ୫୦ ରନ୍ ସ୍କୋର କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ କେକେଆରକୁ ନିର୍ଦ୍ଧାରିତ ଓଭରରେ ୨୨୯ ରନ୍ ସ୍କୋର ଆବଶ୍ୟକ ଥିଲା । ରିଙ୍କୁଙ୍କ ଲଢୁଆ ଇନିଂସ ସ୍ଵତ୍ତ୍ୱେ କୋଲକାତା ୨୦୫ ରନ୍ କରିବାରେ ସକ୍ଷମ ହୋଇଥିଲା ।

କେକେଆର ବିପକ୍ଷରେ ହାଇଦ୍ରାବାଦ ଏକ ଭଲ ଆରମ୍ଭ କରିଥିଲା । ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ଏହି ମ୍ୟାଚ୍‌ରେ ନିଜ ବିସ୍ଫୋରକ ଇନିଂସ ଖେଳାଇ ଫ୍ରାଞ୍ଚାଇଜି ଦେଇଥିବା ଟଙ୍କାକୁ ପ୍ରମଣିତ କରିଛନ୍ତି । ହାଇଦ୍ରାବାଦ ଏହି ଖେଳାଳିଙ୍କୁ ନିଜଫ୍ରାଞ୍ଚାଇଜରେ ସାମିଲ କରିବା ପାଇଁ ୧୩.୨୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବ୍ରୁକ୍ ପ୍ରଥମ ୩ଟି ମ୍ୟାଚରେ ଆଶା କରାଯାଉଥିବା ପରି ପ୍ରଦର୍ଶନ କରିପାରି ନ ଥିଲେ । କିନ୍ତୁ ଚତୁର୍ଥ ମ୍ୟାଚରେ ଏହି ଖେଳାଳି ପ୍ରତିପକ୍ଷ ଦଳ ଉପରେ ନିଜର ପ୍ରଭାବ ପକାଇଥିଲେ । କିନ୍ତୁ ଏପରି ଏକ ସମୟ ଥିଲା, ଯେତେବେଳେ ସେ କେକେଆରର ଯୁବ ସ୍ପିନର ସୁୟାଶ ଶର୍ମାଙ୍କ ଉଜ୍ଜ୍ୱଳ ବୋଲିଂରେ ଫସି ଯାଇଥିଲେ । ସେ ଏକ ସିଧା ମାରିବାକୁ ଯାଇ ସୁୟାଶଙ୍କୁ ଏକ ସରଳ କ୍ୟାଚ୍ ଦେଇଥିଲେ, କିନ୍ତୁ ସୁୟାଶଙ୍କ ହାତରୁ ବଲ୍ ଖସିଯାଇଥିଲା ଓ ଏହା ପରେ ବ୍ରୁକ୍ ଆଉ ପଛକୁ ଚାହିଁ ନ ଥିଲେ ।

ହ୍ୟାରି ବ୍ରୁକ୍ କେକେଆର୍ ବୋଲରମାନଙ୍କୁ ନିର୍ଦ୍ଧୁମ ପିଟିଥିଲେ । ଏହି ବ୍ୟାଟ୍ସମ୍ୟାନ୍ ୧୨ ଟି ଚୌକା ଓ ୩ଟି ଛକା ସହାୟତାରେ ମାତ୍ର ୫୫ ବଲରେ ଏକ ଜବରଦସ୍ତ ଶତକ ମାରିଥିଲେ । ସୁୟାଶ ଶର୍ମାଙ୍କଠାରୁ ଲାଇଫ୍ ଲାଇନ୍ ପାଇବା ପରେ ଏହି ବ୍ୟାଟ୍ସମ୍ୟାନ୍ ବୋଲରମାନଙ୍କୁ ଧୋଇଦେଇଥିଲେ ଓ ଦଳକୁ ୨୦୦ ରୁ ଅଧିକ ସ୍କୋରକୁ ନେଇ ଯାଇଥିଲେ । ବ୍ରୁକ୍ ବ୍ୟତୀତ ଅଧିନାୟକ ଆଡାମ ମାର୍କ୍ରାମ ମଧ୍ୟ ଏକ ଅର୍ଦ୍ଧଶତକ ସ୍କୋର କରିଥିଲେ । ଏଥି ସହିତ ଅଭିଷେକ ଶର୍ମା ମଧ୍ୟ ୧୭ଟି ବଲରେ ୩୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ।

ରିଙ୍କୁ-ନୀତୀଶ ଦଳ ପାଇଁ ଖେଳିଥିଲେ ଲଢୁଆ ଇନିଂସ
କୋଲକାତା ଦଳ ହାରିଗଲା କିନ୍ତୁ ରିଙ୍କୁ ସିଂ ଓ ନୀତୀଶ ରାଣା ଏଥିପାଇଁ କଠିନ ପରିଶ୍ରମ କରିଥିଲେ । କୋଲକାତାର ରହମାନୁଲ୍ଲା ଗୁରୁବାଜ ଖାତା ନ ଖୋଲି ତୃତୀୟ ବଲରେ ଆଉଟ ହୋଇ ଯାଇଥିଲେ । ଏଥି ସହିତ ଭେଙ୍କଟେଶ ଆୟର୍ ମଧ୍ୟ ୧୦ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ । ପ୍ରଥମ ବଲରେ ସୁନୀଲ ନାରିନ ମଧ୍ୟ ୱିକେଟ୍ ହରାଇଥିଲେ । କିନ୍ତୁ ଜଗଦୀଶନ ୩୬ ରନ ସ୍କୋର ଖେଳିଥିଲେ । ଏହା ପରେ ନୀତୀଶ ରାଣା ୬ଟି ଛକା ଓ ୫ଟି ଚୌକା ସାହାଯ୍ୟରେ ୭୫ ରନ ସ୍କୋର କରିଥିଲେ । ୩୧ ଟି ବଲରେ ରିଙ୍କୁ ସିଂ ମଧ୍ୟ ୫୮ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ଏହି ଉଭୟ ବ୍ୟାଟ୍ସମ୍ୟାନଙ୍କ ଲଢୁଆ ଇନିଂସ ଶେଷରେ କାମ ଦେଇନଥିଲା ।

ଏହା ବି ପଢ଼ନ୍ତୁ: IPL ରେ କେଉଁ ଖେଳାଳି GOAT? ଏବି ଡି ଭିଲିୟର୍ସ ନେଲେ ଏହି ଭାରତୀୟ ଭେଟେରାନଙ୍କ ନାମ