Asia Cup 2023: ଆଇପିଏଲ୍ ଫାଇନାଲ୍ ପରେ ଏସିଆ କପ୍ ଉପରେ ନିଷ୍ପତ୍ତି; ବିସିସିଆଇ ସଚିବ ଜୟ ଶାହା ଦେଲେ ଏକ ବଡ ଅପଡେଟ୍
Advertisement

Asia Cup 2023: ଆଇପିଏଲ୍ ଫାଇନାଲ୍ ପରେ ଏସିଆ କପ୍ ଉପରେ ନିଷ୍ପତ୍ତି; ବିସିସିଆଇ ସଚିବ ଜୟ ଶାହା ଦେଲେ ଏକ ବଡ ଅପଡେଟ୍

Jay shah On Asia cup 2023: ବିସିସିଆଇ ସଚିବ ଜୟ ଶାହା ଗୁରୁବାର ଦିନ କହିଛନ୍ତି ଯେ ଏସିଆ କପ୍ ୨୦୨୩ ଟୁର୍ଣ୍ଣାମେଣ୍ଟକୁ ନେଇ ଭବିଷ୍ୟତରେ ଚର୍ଚ୍ଚା କରାଯିବ । ସେ ଏହା ସହ ଏସିଆ କପକୁ ନେଇ ଏକ ବଡ ଅପଡେଟ୍ ଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

Asia Cup 2023: ଭାରତରେ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର (BCCI) ସଚିବ ଜୟ ଶାହା (Jay shah) ଗୁରୁବାର ଦିନ କହିଛନ୍ତି ଯେ ଏସିଆ କପ୍ ୨୦୨୩ ର ଭବିଷ୍ୟତ ବିଷୟରେ ଆଲୋଚନା କରାଯିବ । ଗତ ବର୍ଷ ଶାହା ଘୋଷଣା କରିଥିଲେ ଯେ ଭାରତୀୟ ଦଳ ଏସିଆ କପ୍ ୨୦୨୩ (Asia cup 2023) ଖେଳିବା ପାଇଁ ପାକିସ୍ତାନ (Pakistan) ଯାତ୍ରା କରିବ ନାହିଁ । ଜୟ ଶାହା ଏକ ବଡ ଅପଡେଟ୍ ପ୍ରଦାନ କରି କହିଛନ୍ତି ଯେ ୨୮ ମଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ-୨୦୨୩ ଫାଇନାଲ (IPL 2023 Final) ପାଇଁ ଗୁଜରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଭାପତିମାନେ ଉପସ୍ଥିତ ରହିବେ ।

ଆଇପିଏଲ୍ ପରେ ଏସିଆ କପ୍ ଉପରେ ନିଷ୍ପତ୍ତି ନିଆଯିବ
ଜୟ ଶାହା କହିଛନ୍ତି - ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସମ୍ପୃକ୍ତ ସଭାପତିମାନେ ଆସନ୍ତା ୨୮ ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଟାଟା ଆଇପିଏଲ୍ ୨୦୨୩ ଫାଇନାଲର ସୋଭା ବଢାଇବେ । ଏସିଆକୁ ନେଇ ଭବିଷ୍ୟତର କାର୍ଯ୍ୟାବଳୀ ସ୍ଥିର କରିବାକୁ ଆମେ ସେମାନଙ୍କ ସହ ଆଲୋଚନା କରିବୁ । ଏହାପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ (ଏସଏଲସି) ଓ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଚଳିତ ବର୍ଷର ଏସିଆ କପ୍ ଟୁର୍ଣ୍ଣାମେଣ୍ଟକୁ ପାକିସ୍ତାନରୁ ବାହାର କରିବାକୁ ନେଇ ବିସିସିଆଇକୁ ସମର୍ଥନ କରିଥିଲା ।

'ହାଇବ୍ରିଡ୍ ମଡେଲ୍' ଚାହୁଁଛି ପାକିସ୍ତାନ
କୌଣସି ପରିସ୍ଥିତିରେ ଏସିଆ କପ୍ ନିଜ ଦେଶରେ ଆୟୋଜନ କରିବାକୁ ପାକିସ୍ତାନ ଆଗ୍ରହୀ । ନିଜ ଦେଶରେ ଏସିଆ କପ୍ ଆୟୋଜନକୁ ନଜାମ ସେଠୀ ବୟାନ ଦେଇ ସାରିଛନ୍ତି । ପାକିସ୍ତାନ ମଧ୍ୟ ଏକ ହାଇବ୍ରିଡ ମଡେଲ ଚାହୁଁଛି । ଏକ ହାଇବ୍ରିଡ୍ ମଡେଲ୍ ଉପରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ PCB ର ପ୍ରସ୍ତାବକୁ ସଦସ୍ୟ ରାଷ୍ଟ୍ରମାନେ ପ୍ରତ୍ୟାଖ୍ୟାନ କରିଥିଲେ । ଏହି ମଡେଲରେ କୁହାଯାଇଥିଲା ଯେ ପାକିସ୍ତାନ ନିଜ ଦେଶରେ ସମସ୍ତ ମ୍ୟାଚ୍ ଖେଳିବ । ଏଥି ସହିତ ଟିମ୍ ଇଣ୍ଡିଆ ୟୁଏଇ, ଦୁବାଇ, ଓମାନ କିମ୍ବା ଶ୍ରୀଲଙ୍କାରେ ନିଜ ମ୍ୟାଚ୍ ଖେଳିପାରେ ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ଫାଇନାଲ 
ଆଇପିଏଲର ଫାଇନାଲ ମେ' ୨୮ ରେ ଗୁଜୁରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ମଙ୍ଗଳବାର ଦିନ କ୍ୱାଲିଫାୟର-୧ ରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରିବା ପରେ ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ୨୦୨୩ ର ଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଦଳ ହୋଇ ଯାଇଛି । କ୍ୱାଲିଫାୟର-୨ ରେ ନିଜର ସ୍ଥାନ ସିଲ୍ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ଦିନ ଏଲିମିନେଟରରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୮୧ ରନ୍ରେ ପରାସ୍ତ କରିଛି ।

ଏହା ବି ପଢନ୍ତୁ: World Cup 2023: ବିଶ୍ୱକପ୍ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ, ଜାଣନ୍ତୁ କେବେ ଏବଂ କେଉଁଠାରେ ଖେଳାଯିବ ମ୍ୟାଚ୍

ଏହା ବି ପଢ଼ନ୍ତୁ: WTC Final 2023: ନିଜ ଗୋଡରେ କୁରାଢ଼ୀ ମାରିଲା ଟିମ୍ ଇଣ୍ଡିଆ, ବର୍ତ୍ତମାନ ଛାଡିବ ନାହିଁ ଅଷ୍ଟ୍ରେଲିଆ, ଫାଇନାଲ ଜିତିବା କଷ୍ଟକର!