IPL 2023: ରାଜସ୍ଥାନ ବିପକ୍ଷରେ ମୁମ୍ବାଇ ସହଜ ବିଜୟ
Advertisement
Article Detail0/zeeodisha/odisha1675115

IPL 2023: ରାଜସ୍ଥାନ ବିପକ୍ଷରେ ମୁମ୍ବାଇ ସହଜ ବିଜୟ

ମୁମ୍ବାଇ: ଯଶସ୍ୱୀ ଜୟସ୍ୱାଲଙ୍କ ଶତକୀୟ ଇନିଂସ ସତ୍ତ୍ୱେ ପରାଜୟର ମୁଁହ ଦେଖିଛି ରାଜସ୍ଥାନ ରୟାଲ୍ସ। ଚଳିତ ଆଇପିଏଲର ୪୨ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିଥିଲେ। ଟସ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଘରୋଇ ମୁମ୍ବାଇ ପାଇଁ ୨୧୩ରନର ଏକ ବିଶାଳ ବିଜୟ

IPL 2023: ରାଜସ୍ଥାନ ବିପକ୍ଷରେ ମୁମ୍ବାଇ ସହଜ ବିଜୟ

RR vs MI: ମୁମ୍ବାଇ: ଯଶସ୍ୱୀ ଜୟସ୍ୱାଲଙ୍କ ଶତକୀୟ ଇନିଂସ ସତ୍ତ୍ୱେ ପରାଜୟର ମୁଁହ ଦେଖିଛି ରାଜସ୍ଥାନ ରୟାଲ୍ସ। ଚଳିତ ଆଇପିଏଲର ୪୨ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିଥିଲେ। ଟସ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଘରୋଇ ମୁମ୍ବାଇ ପାଇଁ ୨୧୩ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ମୁମ୍ବାଇ ୩ଟି ବଲ ବାକି ଥାଇ ବିଜୟଲକ୍ଷ୍ୟକୁ ସହଜରେ ହାସଲ କରିନେଇଛି। 

ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ରାଜସ୍ଥାନ ଦଳ। ଦଳ ପକ୍ଷରୁ ଯଶସ୍ୱ ଜୟସ୍ୱାଲ ଓ ଜୋସ ବଟଲର ପାଳି ଆରମ୍ଭ କରିଥିଲେ। ତେବେ ଗୋଟିଏ ପଟେ ଜୟସ୍ୱାଲ ଧର୍ଯ୍ୟର ସହ ଲମ୍ବା ଇନିଂସ ଖେଳୁଥିବା ବେଳେ ଅନ୍ୟ ପଟେ ଦଳ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହରାଇ ଚାଲିଥିଲା।  ଓପନିଂ ଯୋଡ଼ି ପ୍ରଥମ ଓ୍ୱିକେଟ ପାଇଁ ୭୨ରନ ଯୋଡ଼ିଥିଲେ। ଏହି ସମୟରେ ଜସ ବଟଲର ୧୮ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ଚାଲିଥିଲା। ସଞ୍ଜୁ ସାମସନ ୧୪, ଜେସନ ହୋଲଡର ୧୧ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେହି ଦୁଇ ଅଙ୍କ ବିଶିଷ୍ଟ ରନ କରିପାରିନଥିଲେ। ଦେବିଦତ୍ତ ପାଡିକାଲ ୨, ସିମରନ ହେଟମେୟାର ୮, ଧୃବ ଜୁରେଲ ୨, ରବିଚନ୍ଦ୍ରନ ଅଶ୍ୱିନ ୮ ଓ ଟ୍ରେଣ୍ଟ ବୋଲ୍ଟ ୦ ରନ କରିଥିଲେ। 

ସେପଟେ କିନ୍ତୁ  ଯଶସ୍ୱ ଜୟସ୍ୱାଲ ଦଳ ପାଇଁ ଦମଦାର ଶତକୀୟ ଇନିଂସ ଖେଳିଥିଲେ। ସେ ଦଳ ପାଇଁ ସର୍ବାଧିକ ୧୨୪ରନର ଏକ ବିଶାଳ ଇନିଂସ ଖେଳିଥିଲେ। ଫଳରେ ରାଜସ୍ଥାନ ପାଇଁ ୨୧୨ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲେ। ମୁମ୍ବାଇର ଅରସଦ ଖାନଙ୍କ ବଲରେ କ୍ୟାଚ ଆଉଟ ହୋଇ ଯାଇଥିଲେ। ମୁମ୍ବାଇ ପକ୍ଷରୁ ଅନ୍ୟ ମାନଙ୍କ ମଧ୍ୟରେ ଅରସଦ ଖାନ ସବୁଠାରୁ ଅଧିକ ୩ଟି ଓ୍ୱିକେଟ ନେଇଥିବା ବେଳେ ପିୟୁଷ ଚାଓ୍ୱଲା ୨ଟି ଓ ଜୋଫ୍ରା ଆର୍ଚର ଓ ରିଲେ ମେରେଡିଥ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ। 

ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ପାଳି ଆରମ୍ଭ କରିଥିଲେ। ମାତ୍ର ୧୪ ରନରେ ପ୍ରଥମ ଓ୍ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ମୁମ୍ବାଇ। ପ୍ରଥମ ଓ୍ୱିକେଟ ଭାବେ ରୋହିତ ଆଉଟ ହୋଇ ଦଳ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ତେବେ ପରବର୍ତ୍ତ ସମୟରେ ଇଶାନ କିଶାନ ଓ କ୍ୟାମେରୁନ ଗ୍ରୀନ ଦଳ ପାଇଁ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳିଥିଲେ। ସେହିପରି ସୂର୍ଯ୍ୟକୁମାର ମଧ୍ୟ ଦଳ ପାଇଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଇଶାନ ବ୍ୟକ୍ତିଗତ ୧୪ ରନ କରି ଆଉଟ ହୋଇଥିବା ବେଳେ କ୍ୟାମେରୁନ ୪୪ ରନ ଓ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକୀୟ (୫୫)ରନର ମଜବୁତ ଇନିଂସ ଖେଳିଦଳକୁ ବିଜୟ ଦ୍ୱାର ନିକଟରେ ପହଞ୍ଚାଇଥିଲେ। ତେବେ ଟିମ ଡାଭିଡ଼ (୪୫ରନ) ଓ ତିଲକ ବର୍ମା (୨୯) ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଫଳରେ ୩ଟି ବଲ ବାକି ଥାଇ ମୁମ୍ବାଇ ବିଜୟ ହାସଲ କରିନେଇଥିଲା।  ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୨ଟି ଓ୍ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ସନ୍ଦିପ ଶର୍ମା ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ। 

Also Read: Purushottam Express: ପୁରୀରୁ ନୂଆଦିଲ୍ଲୀ ଆସୁଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ, ଅଟକିଲା ଟ୍ରେନ

Also Read: IPL 2023: ଦ୍ରୁତତମ ଶତକ କ୍ଲବରେ ସାମିଲ ହେଲେ ଏହି ଖେଳାଳି