IPL 2023: BCCIର ବଡ଼ ଆକ୍ସନ, ଏସବୁ ଖେଳାଳିଙ୍କଠାରୁ ଆଦାୟ କଲା ଭାରି ଜରିମାନା; ବର୍ତ୍ତମାନ ଲାଗିବ ବ୍ୟାନ୍!
Advertisement
Article Detail0/zeeodisha/odisha1661623

IPL 2023: BCCIର ବଡ଼ ଆକ୍ସନ, ଏସବୁ ଖେଳାଳିଙ୍କଠାରୁ ଆଦାୟ କଲା ଭାରି ଜରିମାନା; ବର୍ତ୍ତମାନ ଲାଗିବ ବ୍ୟାନ୍!

IPL 2023: ଚଳିତ ଆଇପିଏଲରେ ବିସିସିଆଇ ମଧ୍ୟ କିଛି ଖେଳାଳିଙ୍କଠାରୁ ଜରିମାନା ଆଦାୟ କରିଛି । ଏଥିସହିତ ଏହି ସମସ୍ତ ଖେଳାଳିଙ୍କ ଉପରେ ବ୍ୟାନ୍ ଲାଗିବାର ଆଶଙ୍କା ମଧ୍ୟ ବଢ଼ୁଛି । ଏହି ସମସ୍ତ ଖେଳାଳିଙ୍କୁ ଆଇପିଏଲର ଚଳିତ ସିଜନରେ ଅଧିନାୟକତ୍ୱ ପରିଚାଳନା କରୁଥିବାବେଳେ ଜରିମାନା ଦେବାକୁ ପଡ଼ିଛି ।

IPL 2023: BCCIର ବଡ଼ ଆକ୍ସନ, ଏସବୁ ଖେଳାଳିଙ୍କଠାରୁ ଆଦାୟ କଲା ଭାରି ଜରିମାନା; ବର୍ତ୍ତମାନ ଲାଗିବ ବ୍ୟାନ୍!

IPL 2023, Slow Over Rate: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ (IPL 2023) ରେ ଏପର୍ଯ୍ୟନ୍ତ ମୋଟ ୨୮ଟି ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚଗୁଡିକରେ କ୍ରିକେଟ ପ୍ରେମୀଙ୍କୁ ଏକରୁ ଅଧିକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି । କିନ୍ତୁ ଆଇପିଏଲ୍ ୨୦୨୩ (IPL 2023) ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ମଧ୍ୟ କିଛି ଖେଳାଳିଙ୍କଠାରୁ ଜରିମାନା ଆଦାୟ କରିଛି । ଏଥିସହିତ ଏହି ସମସ୍ତ ଖେଳାଳିଙ୍କ ଉପରେ ବ୍ୟାନ୍ ଲାଗିବାର ଆଶଙ୍କା ମଧ୍ୟ ବଢ଼ୁଛି । ଏହି ସମସ୍ତ ଖେଳାଳିଙ୍କୁ ଆଇପିଏଲର ଚଳିତ ସିଜନ (IPL Season 16) ରେ ଅଧିନାୟକତ୍ୱ ପରିଚାଳନା କରୁଥିବାବେଳେ ଜରିମାନା ଦେବାକୁ ପଡ଼ିଛି ।

ଆଇପିଏଲ୍ ୨୦୨୩ (IPL 2023) ରେ ଏପର୍ଯ୍ୟନ୍ତ ଗୁଜୁରାଟ ଟାଇଟାନ୍ସର ଅଧିନାୟକ (Gujarat Titans captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ (Royal Challengers Bangalore captain) ଫାଫ୍ ଡୁ ପ୍ଲେସିସ୍ (Faf du Plessis), ରାଜସ୍ଥାନ ରୟାଲ୍ସର ଅଧିନାୟକ (Rajasthan Royals captain) ସଞ୍ଜୁ ସାମସନ୍ (Sanju Samson), ମୁମ୍ବାଇ ଇଣ୍ଡିଆନ୍ ଅଧିନାୟକ (Mumbai Indians captain) ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ କେ.ଏଲ୍ ରାହୁଲ (KL Rahul) ଙ୍କୁ ସ୍ଲୋ ଓଭର ରେଟ (Slow Over Rate) ର ଜରିମାନା ଦେବାକୁ ପଡ଼ିଛି । ଏହି ସମସ୍ତ ଖେଳାଳିଙ୍କଠାରୁ ୧୨-୧୨ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ବର୍ତ୍ତମାନ ଏହି ସମସ୍ତ ଅଧିନାୟକଙ୍କ ଉପରେ ବ୍ୟାନ୍ ଲାଗିବାର ବିପଦ ମଧ୍ୟ ସାମ୍ନାକୁ ଆସୁଛି ।

ସ୍ଲୋ ଓଭର ରେଟ (Slow Over Rate) ର ନିୟମ ଅନୁଯାୟୀ ପ୍ରଥମ ଥର ପାଇଁ ଏପରି ଭୁଲ କରିବା ପାଇଁ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିଥାଏ । ଯଦି ଏହି ଭୁଲ ପୁନରାବୃତ୍ତି ହୁଏ, ତେବେ ଅଧିନାୟକଙ୍କ ଜରିମାନା ୨୪ ଲକ୍ଷ ଟଙ୍କା ହେବ ଏବଂ ବାକି ଦଳର ଖେଳାଳିଙ୍କୁ ମ୍ୟାଚ୍ ଫିର ୨୫ ପ୍ରତିଶତ ଜୋରିମାନା ଦେବାକୁ ପଡ଼ିବ । ଏଥି ସହିତ ତୃତୀୟ ଥର ପାଇଁ ସ୍ଲୋ ଓଭର ରେଟ (Slow Over Rate) ର ଭୁଲ ପାଇଁ ଅଧିନାୟକଙ୍କୁ ୩୦ ଲକ୍ଷ ଜୋରିମାନା ଦେବାକୁ ପଡିବ ଓ ଗୋଟିଏ ମ୍ୟାଚ ପାଇଁ ମଧ୍ୟ ବ୍ୟାନ୍ କରାଯାଇପାରେ । ଏଥି ସହିତ ଦଳର ଖେଳାଳିଙ୍କୁ ମ୍ୟାଚ୍ ଫିର ୫୦ ପ୍ରତିଶତ ଜରିମାନା ଦେବାକୁ ପଡିବ । ଏପରି ପରିସ୍ଥିତିରେ ଯଦି ଏହି ଅଧିନାୟକ ଏହି ଭୁଲକୁ ଆହୁରି ୨ ଥର କରନ୍ତି, ତେବେ ତାଙ୍କୁ ବ୍ୟାନ୍ କରାଯାଇପାରେ ।

fallback

ଆଇପିଏଲରେ ଗୋଟିଏ ଇନିଂସରେ ୨୦ ଓଭର ଫିଙ୍ଗିବା ପାଇଁ ଆଦର୍ଶ ପରିସ୍ଥିତିର ୯୦ ମିନିଟର ସମୟ ସ୍ଥିର କରାଯାଇଛି । ସମସ୍ତ ଦଳକୁ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରିବାକୁ ପଡ଼ିବ । ଯଦି ମ୍ୟାଚର ୨୦ ଓଭର 85 ମିନିଟରେ ଆରମ୍ଭ ହୁଏ, ତେବେ ଅଧିନାୟକ ଏବଂ ଦଳ ଉପରେ ସ୍ଲୋ ଓଭର ରେଟ ପାଇଁ ଦଣ୍ଡିତ କରାଯିବ ନାହିଁ । କିନ୍ତୁ ଯଦି କୌଣସି ଦଳ ୮୫ ମିନିଟ ମଧ୍ୟରେ ୨୦ ତମ ଓଭର ଆରମ୍ଭ କରିବାକୁ ସକ୍ଷମ ନୁହଁନ୍ତି, ତେବେ ତାକୁ ସ୍ଲୋ ଓଭର ରେଟର ପେନାଲ୍ଟି ଦେବାକୁ ପଡ଼ିଥାଏ ।

ଅଧିକ ପଢ଼ନ୍ତୁ-ବୁଧଙ୍କ ରାଶିରେ ଗୋଚର କରିବେ ଶୁକ୍ର ଗ୍ରହ, ଏହି ୩ଟି ରାଶି ଉପରେ ବର୍ଷିବ ବିପୁଳ ଧନ!

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ସରକାର କଲେ ବଡ଼ ଘୋଷଣା, ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

ଅଧିକ ପଢ଼ନ୍ତୁ-କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି; ବର୍ତ୍ତମାନ ବଢ଼ିବ ପେନସନ ଓ ଦରମା, କର୍ମଚାରୀଙ୍କ ଲାଗିଲା ଲଟେରୀ!