Weekly Health Horoscope 18th to 24th November: ପ୍ରସିଦ୍ଧ ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ଜାଣିବା ନୂଆ ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ କିପରି ରହିବ।
ମେଷ ରାଶି
ଆପଣଙ୍କ ପାଇଁ ମଧ୍ୟମଧରଣର ଫଳାଫଳ ମିଳିବ । ନିଜେ ନିଜର ଯତ୍ନ ନେବାକୁ ପ୍ରୟାସ କରନ୍ତୁ । ଯେତେବେଳେ ଆପଣ ଅଧିକ ଥକିଯିବା ପରି ଅନୁଭବ କରୁଛନ୍ତି ସେତେବେଳେ ବିଶ୍ରାମ ନିଅନ୍ତୁ ।
ବୃଷ ରାଶି
ଏକ ସୁସ୍ଥ ଜୀବନ ବଞ୍ଚିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ଅଭ୍ୟାସ କରନ୍ତୁ । ଆପଣଙ୍କର ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ନିଜ ଶରୀରର ଆବଶ୍ୟକତା ବିଷୟରେ ଧ୍ୟାନ ଦିଅନ୍ତୁ ।
ମିଥୁନ ରାଶି
ଏହି ସପ୍ତାହରେ ସୁସ୍ଥ ସନ୍ତୁଳନ ବଜାୟ ରଖିବା ଆବଶ୍ୟକ । ସ୍ୱାସ୍ଥ୍ୟ ଭଲ ରହିବା କାରଣରୁ ଶକ୍ତିଶାଳୀ ଅନୁଭବ କରିବେ । ଅଧିକ କାମ କରିବା ପରେ ଶରୀରକୁ ଆରାମ ଦେବା ପାଇଁ ସମୟ ଦିଅନ୍ତୁ ।
କର୍କଟ ରାଶି
ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଆପଣଙ୍କର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍ । ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ସଠିକ ଯତ୍ନ ନିଅନ୍ତୁ । ଯେଉଁ କାମରେ ଆପଣ ଖୁସି ସେଥିରେ ନିୟୋଜିତ ହୁଅନ୍ତୁ ।
ସିଂହ ରାଶି
ଆପଣଙ୍କ ନିଜ ଦେହର ଉପଯୁକ୍ତ ଯତ୍ନ ନିଅନ୍ତୁ । ଉଭୟ ଶାରୀରିକ ଏବଂ ମାନସିକ ଭାବେ ଦୃଢ ରହିବା ପାଇଁ ବ୍ୟାୟାମ ଏବଂ ଯୋଗ ଅଭ୍ୟାସ କରନ୍ତୁ ।
କନ୍ୟା ରାଶି
ସୁସ୍ଥତା ଆପଣଙ୍କ ପ୍ରାଥମିକତା ହେବା ଉଚିତ୍ । ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ । ଅଧିକ ତେଲ ମସଲା ଗ୍ରହଣ କରନ୍ତୁ ନାହିଁ ।
ତୁଳା ରାଶି
ଆପଣଙ୍କ ପାଇଁ ସପ୍ତାହରେ ମଧ୍ୟମ ଧରଣର ଫଳ ମିଳିବ । ସ୍ୱାସ୍ଥ୍ୟ ଆପଣଙ୍କର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍ । ଶାରୀରିକ ଏବଂ ମାନସିକ ସ୍ଥିତି ସଠିକ ରଖିବା ପାଇଁ ନିଜ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତୁ ।
ବିଛା ରାଶି
ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍ । ନିଜ ଡାଏଟରେ ଫଳ ଅନ୍ତର୍ଭୁକ୍ତ କରନ୍ତୁ । ସୁସ୍ଥ ଖାଦ୍ୟ ପ୍ରେୟ ଆପଣଙ୍କୁ ଅଧିକ ସୁସ୍ଥ ରଖିବାରେ ସାହାଯ୍ୟ କରିବ ।
ଧନୁ ରାଶି
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ଉଚିତ୍ । ଆଳସ୍ୟ ଛାଡି କାର୍ଯ୍ୟରେ ନିୟୋଜିତ ହୁଅନ୍ତୁ । ସୁସ୍ଥ ଜୀବନଶୈଳୀ ବଜାୟ ରଖିବାରେ ସକ୍ଷମ ହେବେ । ନିୟମିତ ବ୍ୟାୟାମ ସହ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ । ପର୍ଯ୍ୟାପ୍ତ ବିଶ୍ରାମ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଜରୁରୀ ।
ମକର ରାଶି
ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଆପଣଙ୍କ ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍ । ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏହା ଭଲ ସମୟ ।
କୁମ୍ଭ ରାଶି
ଶାରୀରିକ ବ୍ୟାୟାମ ସହ ଏବଂ ମାନସିକ ସ୍ୱାସ୍ଥ୍ୟ ସଠିକ ରଖିବା ପାଇଁ ଧ୍ୟାନ ସହ ଯୋଗ କରନ୍ତୁ । ଶରୀରରକୁ ପୋଷଣ ଯୋଗାଇବା ପାଇଁ ଆପଣ ଫଳ ରସ ବ୍ୟବହାର କରିବା ଆବଶ୍ୟକ ।
ମୀନ ରାଶି
ଆପଣ ସୁସ୍ଥ ରହିବା ପାଇଁ ଘରୋଇ ଖାଦ୍ୟ ଖାଆନ୍ତୁ । ଜଙ୍କଫୁଡ୍ ଠାରୁ ନିଜକୁ ଦୂରରେ ରଖନ୍ତୁ ନଚେତ ପେଟ ଜନିକ ସମସ୍ୟା ଦେଖାଦେଇପାରେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़