Cameron Green: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ୧୭.୫ କୋଟି ଟଙ୍କାର 'ଚୂନା', IPL 2023ରେ ବୋଲିଂ କରିପାରିବେନି ଏହି ଖେଳାଳି!
Advertisement

Cameron Green: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ୧୭.୫ କୋଟି ଟଙ୍କାର 'ଚୂନା', IPL 2023ରେ ବୋଲିଂ କରିପାରିବେନି ଏହି ଖେଳାଳି!

IPL 2023 Cameron Green: ଆଇପିଏଲ୍ ଅକ୍ସନ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ୧୭.୫ କୋଟି ଟଙ୍କା ଖର୍ଚ୍ଚ କରି ଅଷ୍ଟ୍ରେଲିଆର ଖତରନାକ୍ ଅଲରାଉଣ୍ଡରଙ୍କୁ ନିଜ ଦଳରେ ସାମିଲ କରିଥିଲା । କିନ୍ତୁ ଏହି ଖେଳାଳିଙ୍କୁ ଏହି ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ବୋଲିଂ କରିବାକୁ ଦେଖିବାକୁ ମିଳିବ ନାହିଁ । ତେବେ ଏହି ଅଲରାଉଣ୍ଡରଙ୍କୁ ବ୍ୟାଟ୍ସମ୍ୟାନ୍ ଭାବରେ ମୁମ୍ବାଇ ଇଣ୍ଡିଆନ୍ସର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ ।

Cameron Green: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ୧୭.୫ କୋଟି ଟଙ୍କାର 'ଚୂନା', IPL 2023ରେ ବୋଲିଂ କରିପାରିବେନି ଏହି ଖେଳାଳି!

IPL 2023 Cameron Green: ଆଇପିଏଲ (Indian Premier League) ର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ପରବର୍ତ୍ତୀ ସିଜିନ ପୂର୍ବରୁ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଆଇପିଏଲ୍ ଅକ୍ସନ ୨୦୨୩ (IPL Auction 2023)  ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ୧୭.୫ କୋଟି ଟଙ୍କା ଖର୍ଚ୍ଚ କରି ଅଷ୍ଟ୍ରେଲିଆର ଖତରନାକ୍ ଅଲରାଉଣ୍ଡରଙ୍କୁ ନିଜ ଦଳରେ ସାମିଲ କରିଥିଲା । କିନ୍ତୁ ଏହି ଖେଳାଳିଙ୍କୁ ଏହି ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ବୋଲିଂ କରିବାକୁ ଦେଖିବାକୁ ମିଳିବ ନାହିଁ । ତେବେ ଏହି ଅଲରାଉଣ୍ଡରଙ୍କୁ ବ୍ୟାଟ୍ସମ୍ୟାନ୍ ଭାବରେ ମୁମ୍ବାଇ ଇଣ୍ଡିଆନ୍ସର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ ।

 ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଆଇପିଏଲ ଅକ୍ସନ ୨୦୨୩ ((IPL Auction 2023) ରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର (Australian All-Rounder) କ୍ୟାମେରନ୍ ଗ୍ରୀନ (Cameron Green) ଙ୍କୁ ୧୭.୫ କୋଟି ଟଙ୍କାରେ କିଣିଛି । ନିକଟ ଅତୀତରେ ଏହି ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ଆହତ ହୋଇଛନ୍ତି । ଏହି ଆଘାତ ଯୋଗୁଁ କ୍ୟାମେରନ୍ ଗ୍ରୀନ (Cameron Green) ଏପ୍ରିଲ ୧୩ ପର୍ଯ୍ୟନ୍ତ ଆଇପିଏଲରେ ବୋଲିଂ କରିପାରିବେ ନାହିଁ । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଯଦି କ୍ୟାମେରନ୍ ଗ୍ରୀନ ଭାରତ ବିପକ୍ଷ ୪ଟି ଟେଷ୍ଟ ମ୍ୟାଚରେ ଭାଗ ନିଅନ୍ତି, ତେବେ ସେ ଏପ୍ରିଲ ୧୩ ପର୍ଯ୍ୟନ୍ତ ବୋଲିଂ କରିପାରିବେ ନାହିଁ । ଦୁଇ ଦଳ ମଧ୍ୟରେ ଏହି ଟେଷ୍ଟ ସିରିଜ୍ ଆଇପିଏଲ୍ ୨୦୨୩ (IPL 2023) ପୂର୍ବରୁ ଖେଳାଯିବ ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ସିଇଓ ଓ ଆଇପିଏଲ୍ ସିଇଓ ହେମାଙ୍ଗ ଆମିନ ୧୦ଟି ଫ୍ରାଞ୍ଚାଇଜ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ କ୍ରିକେଟ୍ ଅଷ୍ଟ୍ରେଲିଆ ଆଜି ସକାଳେ ସୂଚନା ଦେଇଛି କି କ୍ୟାମେରନ୍ ଗ୍ରୀନ (Cameron Green) ସମ୍ପୂର୍ଣ୍ଣ ରୂପେ ଆଇପିଏଲରେ ଉପଲବ୍ଧ ହେବେ । ତେବେ ଯଦି କ୍ୟାମେରନ୍ ଗ୍ରୀନ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy) ର ସମସ୍ତ ୪ଟି ଟେଷ୍ଟ ମ୍ୟାଚରେ ଖେଳନ୍ତି, ତେବେ ମାର୍ଚ୍ଚ ୯ରୁ ମାର୍ଚ୍ଚ ୧୩, ୨୦୨୩ ପର୍ଯ୍ୟନ୍ତ ହେବାକୁ ଥିବା ଚତୁର୍ଥ ଟେଷ୍ଟ ଶେଷ ହେବା ପରଠାରୁ ସେ ଚାରି ସପ୍ତାହ ପର୍ଯ୍ୟନ୍ତ ବୋଲିଂ କରିପାରିବେ ନାହିଁ ।

ଅଧିକ ପଢ଼ନ୍ତୁ:-କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ? ରେସରେ ସବୁଠୁ ଆଗରେ ଅଛନ୍ତି ଏହି ଓଡ଼ିଆ ନେତା

ଅଧିକ ପଢ଼ନ୍ତୁ:-ବାଂଲାଦେଶରୁ ଫେରିବା ମାତ୍ରେ ହଇଚଇ ସୃଷ୍ଟି କଲେ ଅଧିନାୟକ, ପ୍ରଥମ ଓଭରରେ ହିଁ ନେଲେ ହ୍ୟାଟ୍ରିକ୍

ଅଧିକ ପଢ଼ନ୍ତୁ:-ଲୋକସଭା ନିର୍ବାଚନର ଦେଢ଼ ବର୍ଷ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୮୧ କୋଟିରୁ ଅଧିକ ଲୋକଙ୍କୁ ମିଳିବ ମାଗଣାରେ ଏହି ଜିନିଷ

 

ଏଠାରେ କହି ରଖୁଛୁ ଯେ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇ ଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ସମୟରେ କ୍ୟାମେରନ୍ ଗ୍ରୀନ୍  (Cameron Green) ଆହତ ହୋଇଥିଲେ । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏନ୍ରିକ୍ ନର୍କିଆର ଦ୍ରୁତ ବଲ୍ ସିଧା କ୍ୟାମେରନ୍ ଗ୍ରୀନଙ୍କ ଗ୍ଲୋଭସକୁ ବାଜିଥିଲା । ଏହା ପରେ ତାଙ୍କ ଆଙ୍ଗୁଠିରୁ ରକ୍ତ ବାହାରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଆଘାତ ଯୋଗୁଁ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିଲା । କେବଳ ଏତିକି ନୁହେଁ, ତାଙ୍କୁ ବିବିଏଲ୍ (Big Bash League) ରୁ ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରିବାକୁ ପଡିଥିଲା ।