IPL 2023 Auction: ବାଂଲାଦେଶ ଗସ୍ତ ମଧ୍ୟରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ପାଇଁ ଖରାପ ଖବର, ଆଇପିଏଲରେ କେହିଁ କିଣିଲେ ନାହିଁ
Advertisement

IPL 2023 Auction: ବାଂଲାଦେଶ ଗସ୍ତ ମଧ୍ୟରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ପାଇଁ ଖରାପ ଖବର, ଆଇପିଏଲରେ କେହିଁ କିଣିଲେ ନାହିଁ

IPL 2023 Auction:  ଇଣ୍ଡିଆନ ପ୍ରିମିୟର୍ ଲିଗ୍ ପରବର୍ତ୍ତୀ ସିଜନ୍ ପାଇଁ ଖେଳାଳିଙ୍କ ନିଲାମ ଡିସେମ୍ବର ୨୩ରେ କୋଚିରେ ଅନୁଷ୍ଠିତ ହୋଇଥିଲା । ଏହି ଆଇପିଏଲ୍ ଅକ୍ସନରୁ ଟିମ୍ ଇଣ୍ଡିଆର ଜଣେ ଖେଳାଳିଙ୍କୁ ଏକ ବଡ଼ ଝଟକା ଲାଗିଛି । ଏହି ଖେଳାଳିଙ୍କୁ କୌଣସି କ୍ରେତା ମିଳି ନାହିଁ । ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଏହି ଖେଳାଳି ଟିମ୍ ଇଣ୍ଡିଆ ଦଳର ଏକ ଅଂଶ ଅଛନ୍ତି ।

IPL 2023 Auction: ବାଂଲାଦେଶ ଗସ୍ତ ମଧ୍ୟରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ପାଇଁ ଖରାପ ଖବର, ଆଇପିଏଲରେ କେହିଁ କିଣିଲେ ନାହିଁ

IPL 2023 Auction: ଟିମ୍ ଇଣ୍ଡିଆ (Team India) ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି । ଏହି ଗସ୍ତରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (India vs Bangladesh Test Series) ଖେଳାଯାଉଛି । ଅନ୍ୟପଟେ, ଇଣ୍ଡିଆନ ପ୍ରିମିୟର୍ ଲିଗ୍ (IPL) ପରବର୍ତ୍ତୀ ସିଜନ୍ ପାଇଁ ଖେଳାଳିଙ୍କ ନିଲାମ ଡିସେମ୍ବର ୨୩ରେ କୋଚିରେ ଅନୁଷ୍ଠିତ ହୋଇଥିଲା । ଏହି ଆଇପିଏଲ୍ ଅକ୍ସନ (IPL Auction 2023) ରୁ ଟିମ୍ ଇଣ୍ଡିଆର ଜଣେ ଖେଳାଳିଙ୍କୁ ଏକ ବଡ଼ ଝଟକା ଲାଗିଛି । ଏହି ଖେଳାଳିଙ୍କୁ କୌଣସି କ୍ରେତା ମିଳି ନାହିଁ । ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଏହି ଖେଳାଳି ଟିମ୍ ଇଣ୍ଡିଆ ଦଳର ଏକ ଅଂଶ ଅଛନ୍ତି ।

ଆଇପିଏଲ୍ ୨୦୨୩ (IPL 2023) ପାଇଁ ଅକ୍ସନ ବହୁତ ଐହାସିକ ରହିଛି । ଏଥର ଅକ୍ସନରେ ରେକର୍ଡ ଟଙ୍କାର ବର୍ଷା ହୋଇଛି । କିନ୍ତୁ ଟିମ୍ ଇଣ୍ଡିଆ (Team India) ର ଯୁବ ବ୍ୟାଟ୍ସମ୍ୟାନ୍ ଅଭିମନ୍ୟୁ ଇଶ୍ୱରନ୍ (Abhimanyu Easwaran) ଙ୍କୁ କ୍ରେତା ମିଳି ନାହାଁନ୍ତି । ଅଭିମନ୍ୟୁ ଇଶ୍ୱରନଙ୍କ ଉପରେ କୌଣସି ଦଳ ବିଡିଂ କରି ନଥିଲେ ଓ ସେ ବିକ୍ରି ହୋଇନଥିବା ଖେଳାଳି ତାଲିକାରେ ସାମିଲ ହୋଇଯାଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ,  ଅଭିମନ୍ୟୁ ଇଶ୍ୱରନ୍ (Abhimanyu Easwaran) ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଟିମ୍ ଇଣ୍ଡିଆ (Team India) ର ଏକ ଅଂଶ ଅଛନ୍ତି ।

ଭାରତୀୟ ଦଳର ନିୟମିତ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଙ୍କ ଆଘାତ ପରେ ଅଭିମନ୍ୟୁ ଇଶ୍ୱରନ୍ (Abhimanyu Easwaran) ବାଂଲାଦେଶ ଗସ୍ତରେ ସ୍ଥାନ ପାଇଛନ୍ତି । ଯଦିଓ ଅଭିମନ୍ୟୁ ଇଶ୍ୱରନ ଏହି ସିରିଜରେ ଖେଳୁଥିବା ଦେଖିବାକୁ ମିଳିନାହିଁ । ଅଭିମନ୍ୟୁ ଇଶ୍ୱରନ୍ ଉଭୟ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ନିଜର ସ୍ଥାନ ପକ୍କା କରିପାରି ନଥିଲେ । ଅଭିମନ୍ୟୁ ଇଶ୍ୱରନ୍ ଏହି ସିରିଜ୍ ପୂର୍ବରୁ ମଧ୍ୟ ଅନେକ ଥର ଟିମ୍ ଇଣ୍ଡିଆର ଏକ ଅଂଶ ସାରିଛନ୍ତି । କିନ୍ତୁ ଅଭିମନ୍ୟୁ ଇଶ୍ୱରନଙ୍କୁ ଏପର୍ଯ୍ୟନ୍ତ ଡେବ୍ୟୁ ମ୍ୟାଚ୍ ଖେଳିବାର ସୁଯୋଗ ମିଳିପାରି ନାହିଁ ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରୟାଲ୍ସ ଏତେ ଶସ୍ତା ମୂଲ୍ୟରେ କିଣିନେଲା ସଠିକ୍ ଦମଦାର ଖେଳାଳି!

ଅଧିକ ପଢ଼ନ୍ତୁ:-ଲାଇଭ ମ୍ୟାଚରେ ଋଷଭ ପନ୍ତଙ୍କ ଉପରେ ରାଗି ପାଚି ଲାଲ ହେଲେ ବିରାଟ କୋହଲି, ଏହି ଘଟଣାକୁ ନେଇ ହୋଇଥିଲା ବବାଲ

ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀମାନେ ପାଇବେ ଟ୍ରିପଲ୍ ଉପହାର, ଜାଣନ୍ତୁ କ'ଣ କ'ଣ ମିଳିବ?

 

ସୂଚନାଯୋଗ୍ୟ, ଘରୋଇ କ୍ରିକେଟରେ ଅଭିମନ୍ୟୁ ଇଶ୍ୱରନ୍ (Abhimanyu Easwaran) ବଙ୍ଗଳା ପାଇଁ ଖେଳନ୍ତି । ଗତ କିଛି ସିଜନରେ ଅଭିମନ୍ୟୁ ଇଶ୍ୱରନ୍ ଚମତ୍କାର ପ୍ରଦର୍ଶନ ମଧ୍ୟ କରିଛନ୍ତି । କିନ୍ତୁ ଅଭିମନ୍ୟୁ ଇଶ୍ୱରନ୍ ଏପର୍ଯ୍ୟନ୍ତ ଭାରତ ପାଇଁ ଗୋଟିଏ ବି ମ୍ୟାଚ୍ ଖେଳିପାରି ନାହାଁନ୍ତି । ଅଭିମନ୍ୟୁ ଇଶ୍ୱରନ୍ ବର୍ତ୍ତମାନ ପର୍ଯ୍ୟନ୍ତ ୭୦ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୪୩.୨୨ର ଏଭେରେଜେରେ ୪,୮୪୧ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୧୫ଟି ଶତକ ଓ ୨୦ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି । ତାଙ୍କର ସର୍ବାଧିକ ସ୍କୋର ୨୩୩ ଓ ସେ ଲିଷ୍ଟ-ଏ ଏବଂ ଘରୋଇ ଟି-20 ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ।