Chess Olympiad 2024: ଚେସ୍ ଅଲିମ୍ପିଆଡ଼ରେ ଭାରତ ପ୍ରଥମ ଥର ପାଇଁ ଜିତିଲା ସ୍ୱର୍ଣ୍ଣ, ୧୮ ବର୍ଷୀୟ ଗୁକେଶ ରଚିଲେ ଇତିହାସ
Advertisement
Article Detail0/zeeodisha/odisha2442089

Chess Olympiad 2024: ଚେସ୍ ଅଲିମ୍ପିଆଡ଼ରେ ଭାରତ ପ୍ରଥମ ଥର ପାଇଁ ଜିତିଲା ସ୍ୱର୍ଣ୍ଣ, ୧୮ ବର୍ଷୀୟ ଗୁକେଶ ରଚିଲେ ଇତିହାସ

India wins maiden gold in 45th Chess Olympiad: ଡି ଗୁକେଶ ବୁଦ୍ଧାପେଷ୍ଟରେ ଚେସ୍ ଅଲିମ୍ପିଆଡରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତାଇଛନ୍ତି। ଗୁକେଶଙ୍କ ବ୍ୟତୀତ ଭାରତୀୟ ପୁରୁଷ ଦଳରେ ଆର ପ୍ରଜ୍ଞାନନ୍ଦ ଅର୍ଜୁନ, ଏରିଗାଇସି ବିଦିତ ଗୁଜରାଟୀ ପାଣ୍ଟାଲା ହରିକୃଷ୍ଣା ଓ ଶ୍ରୀନାଥ ନାରାୟଣନ ସାମିଲ ଥିଲେ। ଚୀନ୍ ଆମେରିକା ବିପକ୍ଷରେ କିଛି ବୋର୍ଡ ହରାଇଥିବାରୁ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବା ନିଶ୍ଚିତ ହୋଇଥିଲା।

India wins maiden gold in 45th Chess Olympiad
Chess Olympiad 2024: ଡି ଗୁକେଶ ଚେସ ଜଗତର ନୂତନ କିଙ୍ଗ ହୋଇଛନ୍ତି। ୧୮ ବର୍ଷୀୟ ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଚେସ ଅଲିମ୍ପିଆଡ଼ରେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଚେସ୍ ଅଲିମ୍ପିଆଡ୍ ୨୦୨୪ ରେ ଓପନ୍ ସେକ୍ସନରେ ଭାରତ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ଜିତିଛି। ରବିବାର ଦିନ ହଙ୍ଗେରୀର ବୁଡାପେଷ୍ଟରେ ଭାରତ ଏହି ଚମତ୍କାର ବିଜୟ ହାସଲ କରିଛି।
 
ଫାଇନାଲ୍ ରାଉଣ୍ଡରେ ଦ୍ୱିତୀୟ ସ୍ଥାନରେ ଥିବା ଚୀନ୍ ଆମେରିକାର ସମ୍ମୁଖୀନ ହୋଇଥିଲା, ଯେଉଁଠାରେ ଚୀନ୍ ଏକ ପରାଜୟର ସମ୍ମୁଖୀନ ହୋଇଥିଲା। ସ୍ଲୋଭେନିଆ ବିପକ୍ଷ ମ୍ୟାଚରେ ଅର୍ଜୁନ ଜାନ ସୁବେଲଜଙ୍କୁ ପରାସ୍ତ କରିଥିବାବେଳେ ଗୁକେଶ ଭ୍ଲାଦିମିର ଫେଡୋସିଭଙ୍କୁ ପରାସ୍ତ କରିଛନ୍ତି। ଅର୍ଜୁନଙ୍କ ବିଜୟ ପରେ ଗୋଲ୍ଡ  ଜିତିବା ପାଇଁ ଭାରତ ଗୋଟିଏ ପଏଣ୍ଟ ଆବଶ୍ୟକ କରିଥିଲା ଯାହା ଗୁକେଶ ହାସଲ କରିଥିଲେ।
କୁହାଯାଏ ସମୟଠାରୁ କିଛି ବଡ଼ ହୋଇନଥାଏ। ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନେ ନିଶ୍ଚିତ ଭାବରେ ଗୋଟିଏ ଦିନ ସଫଳତା ପାଆନ୍ତି। ଚେସ୍ ଅଲିମ୍ପିଆଡ୍ ୨୦୨୪ ରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ଡି ଗୁକେଶଙ୍କୁ ନେଇ ବର୍ତ୍ତମାନ ଅନେକ କଥା କୁହାଯାଉଛି। ଗୁକେଶ ନିଜ କମ୍ ବୟସ ସତ୍ତ୍ୱେ ବହୁତ ଶିଖରରେ ପହଞ୍ଚିଛନ୍ତି। ଯଦି ଗୁକେଶ ଏହି ପର୍ଯ୍ୟାୟରେ ପହଞ୍ଚିପାରିଛନ୍ତି, ତେବେ ତାଙ୍କ ପଛରେ ତାଙ୍କ ପିତା ଡକ୍ଟର ରଜନୀକାନ୍ତ ସମ୍ପୂର୍ଣ୍ଣ ହାତ ରହିଛି। ବୃତ୍ତି ଅନୁଯାୟୀ ଜଣେ ENT ବିଶେଷଜ୍ଞ ରଜନୀକାନ୍ତ ପୁଅର କ୍ୟାରିୟର କରିବା ପାଇଁ ନିଜ କ୍ୟାରିଅରରେ ବ୍ରେକ୍ ଲଗାଇଥିଲେ।
 
 
ପୁଅର କ୍ୟାରିୟର କରିବାକୁ ସେ ବିଦେଶ ଯାତ୍ରା କରିଥିଲେ। ଅନେକ ଥର ତାଙ୍କ ବାପା ବିଦେଶରେ ରହିବା ପାଇଁ ଟଙ୍କା ସଞ୍ଚୟ କରିବା ପାଇଁ ବିମାନବନ୍ଦରରେ ପୁଅ ସହିତ ଶୋଇଥିଲେ। ଏହା ଦର୍ଶାଏ ଯେ କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡେ। ବର୍ତ୍ତମାନ ଡି ଗୁକେଶ ଚେସ ଅଲିମ୍ପିଆଡ ୨୦୨୪ ର ଓପନ୍ ସେକ୍ସନରେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଅଲିମ୍ପିଆଡ଼ରେ ଭାରତ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି। ଏକାଦଶ ରାଉଣ୍ଡରେ ସ୍ଲୋଭେନିଆ ବିପକ୍ଷରେ ଗୁକେଶ ଏବଂ ଅର୍ଜୁନ ନିଜ ନିଜ ମ୍ୟାଚ୍ ଜିତିଥିଲେ। ଦ୍ୱିତୀୟ ମାନ୍ୟତା ଥିବା ଚୀନ୍ ଆମେରିକା ବିପକ୍ଷରେ ଦୁଇଟି ବୋର୍ଡ ପଏଣ୍ଟ ହରାଇଥିଲା, ଏହା ପରେ ଭାରତ ସ୍ୱର୍ଣ୍ଣ ଜିତିବାର ସୁଯୋଗ ପାଇଥିଲା।
 
ଏହାପୂର୍ବରୁ ୨୦୨୨ ମସିହାରେ ଭାରତ ଘରୋଇ ମାଟିରେ ଆୟୋଜିତ ଚେସ ଅଲିମ୍ପିଆଡରେ ବ୍ରୋଞ୍ଜ ପଦକ ଜିତିଥିଲା।୨୦୧୪ ରେ ମଧ୍ୟ ଭାରତ ବ୍ରୋଞ୍ଜ ଜିତିଥିଲା।