Advertisement
Photo Details/zeeodisha/odisha2441970
photoDetails0hindi

Monday Lucky Rashi: ସୋମବାର ମହାଦେବଙ୍କ ବର୍ଷିବ କୃପା, ଏହି ୬ରାଶିର ଉନ୍ନତି ସହ ପାଇବେ ଖୁସିଖବର

Monday Lucky Rashi: ବୈଦିକ ଜ୍ୟୋତିଷ ଶାସ୍ତ୍ର ରେ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି। ପ୍ରତିଟି ରାଶିର ସ୍ୱାମୀ ଗ୍ରହ ହୋଇଥାନ୍ତି। ଗ୍ରହ ନକ୍ଷତ୍ରଙ୍କ ଚଳନରୁ ରାଶିଫଳର ଆକଳନ କରାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ୨୩ ସେପ୍ଟେମ୍ବର ୨୦୨୪ ସୋମବାର ପଡୁଛି। ହିନ୍ଦୁଧର୍ମରେ ସୋମବାର ଦିନ ଭଗବାନ ଭୋଳାନାଥଙ୍କ ପୂଜା ଆରାଧନା କରାଯାଏ। ମାନ୍ୟତା ଅଛି ଯେ, ଶିବଙ୍କ ପୂଜା କଲେ ଜୀବନରେ ସୁଖ ସମୃଦ୍ଧି ଓ ଖୁସିରେ ଭରିଯାଏ। ଜ୍ୟୋତିଷ ଗଣନା ଅନୁସାରେ, ୨୩ ସେପ୍ଟେମ୍ବର ଅର୍ଥାତ୍ ସୋମବାର କିଛି ରାଶିଙ୍କ ପାଇଁ ଶୁଭ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ୬ଟି ରାଶି ବିଷୟରେ ସବୁକିଛି...

1/6
ମେଷ ରାଶି ଏହି ରାଶିଙ୍କର ପ୍ରୋଫେସନାଲ କ୍ୟାରିୟରରେ ଉନ୍ନତି ଦେଖିବାକୁ ମିଳିବ। ପାରିବାରିକ ଜୀବନରେ ସୁଖ ସମୃଦ୍ଧି ଦେଖାଦେବ। ପରିବାର ସହିତ ଦୂରଯାତ୍ରା କରିପାରନ୍ତି। ଲଭ ଲାଇଫ ରେ ଦମ୍ପତି ଓ ପ୍ରେମୀଯୁଗଳଙ୍କ ମଧ୍ୟରେ ରୋମାଞ୍ଚକର ସମୟ ଅତିବାହିତ ହେବେ। ପାର୍ଟନରଙ୍କ ସହ ଡିନର ପ୍ଲାନ କରିବା ସହ ନାଇଟ୍ ଟ୍ରିପ୍ କରିପାରନ୍ତି । ଏହାଦ୍ୱାରା ସମ୍ପର୍କରେ ମଧୁରତା ଭରିଯିବ।      Also Read: Rahu Ketu Gochar: ଶେଷ ହେବାକୁ ଯାଉଛି ୩ରାଶିର ସମସ୍ୟାର ଦିନ, ରାହୁକେତୁଙ୍କ ଅପାର କୃପାରୁ ମିଳିବ ଲାଭ

2/6
କର୍କଟ ରାଶି ଏହି ରାଶିଙ୍କର ପୁରୁଣା ନିବେଶରେ ବେଶ ଲାଭ ହେବାକୁ ଯାଉଛି। ଚାକିରୀ କ୍ଷେତ୍ରରେ ଯେଉଁମାନେ ଉଚ୍ଚ ପଦବୀରେ ରହିଛନ୍ତି ସେମାନେ ଆହୁରି ଉନ୍ନତି କରିବେ। ପରିବାର ସହ ଫ୍ୟାମିଲି ଟ୍ରିପ୍ କରିବେ ଓ ହସଖୁସିରେ ଜୀବନ ଭରିବ।  ସୋମବାର ନିଜ ପାର୍ଟନରଙ୍କ ସହ କିଛି ଭଲ ସମୟ ବିତାଇପାରନ୍ତି। 

3/6
କନ୍ୟା ରାଶି ଏହିରାଶିର ଆଜି ଭାଗ୍ୟ ଫିଟିବ। କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କୁ ବିଜିନେସରୁ ଭଲ ଲାଭ ମିଳିବାକୁ ଯାଉଛି। ହେଲେ ଅଫିସ କାମରେ ଟିକେ ସଜାଗ ରହିବା ଜରୁରୀ। ନୂଆ ପ୍ରପର୍ଟି କିଣିବା ପାଇଁ ସୋମବାର ହେଉଛି ବହୁତ ଭଲ ଦିନ। ପାରିପାରିବ ଜୀବନ ସୁଖମୟ ରହିବ। ଲଭ ଲାଇଫ ବହୁତ ରୋମାଞ୍ଚକର ରହିବ। ସ୍ୱାସ୍ଥ୍ୟ ସମସ୍ୟା ବି ଦୂର ହେବ। 

4/6
ତୂଳା ରାଶି ସୋମବାର ମହାଦେବଙ୍କ କୃପାରୁ ନୂଆ ବିଜିନେସ ଆରମ୍ଭ କରିପାରନ୍ତି। ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରିବେ।  ଦୂରଯାତ୍ରା କରିପାରନ୍ତି। ବିଜିନେସ ସହ ଜଡ଼ିତ ଭଲଖବର ପାଇପାରନ୍ତି। କ୍ୟାରିୟରେର ଉନ୍ନତି ଦେଖିବେ, ପିଲାଙ୍କ ସଫଳତାରେ ବାପା ମା ବହୁତ ଖୁସି ହେବେ। ସୋମବାର ଦମ୍ପତି ଓ ପ୍ରେମୀଯୁଗଳଙ୍କ ପାଇଁ ଖୁବ ଭଲ ଦିନ ରହିବ। 

5/6
ବିଛା ରାଶି ସୋମବାର ବିଛା ରାଶିଙ୍କ ପାଇଁ ଖୁବ୍ ଖାସ୍ ରହିବାକୁ ଯାଉଛି। ଦୀର୍ଘ ସମୟ ଧରି ଲାଗିରହିଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ଆପଣ ମୁକ୍ତି ପାଇବେ। ପରିବାର ସହିତ ବହୁତ ସମୟ ବିତାଇବେ। ବିଜିନେସ ଆରମ୍ଭ କରିବା ପୂର୍ବରୁ ଭଲସେ ଯଦି ଚିନ୍ତା କରି କରନ୍ତି ତେବେ ସଫଳତା ପାଇବେ। ଚାକିରୀ କ୍ଷେତ୍ରରେ ଲାଗିରହିଥିବା ବିବାଦ ଦୂର ହେବ। ଜମିଜମା ବିବାଦରୁ ସୋମବାର ମୁକ୍ତି ମିଳିବ। ପ୍ରେମ ଜୀବନ ସୁଖରେ ଭରିଯିବ।

6/6
ଧନୁ ରାଶି ଯଦି ଦାନ ପୂଣ୍ୟ କରିବାକୁ ଯାଉଛନ୍ତି ବା ଚାହୁଁଛନ୍ତି ତେବେ ସୋମବାର ହେଉଛି ସବୁଠୁ ଭଲଦିନ। ଧାର୍ମିକ କାର୍ଯ୍ୟରେ ଅଧିକ ସମୟ ବିତାଇବେ। ବେପାର ବଣିଜ ବିସ୍ତାର ବଢିବ। ଚାକିରୀ କ୍ଷେତ୍ରରେ ଉନ୍ନତି ଦେଖିବେ । କନିଷ୍ଠ ଚାକିରୀଆଙ୍କୁ ପଦୋନ୍ନତିର ଯୋଗ ରହୁଛି। ବାପା ମାଙ୍କ ଆଶୀର୍ବାଦ ରୁ ଫସିରହିଥିବା କାମ ସମ୍ପନ୍ନ ହେବ। ସବୁକ୍ଷେତ୍ରରେ ଉନ୍ନତି ଦେଖିବେ।    (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)