IND vs SL 3rd T20I: ସୂର୍ଯ୍ୟକୁମାରଙ୍କ ତୂଫାନୀ ଶତକ, ଭାଙ୍ଗିଲେ ରାହୁଲଙ୍କ ଏହି ବଡ଼ ରେକର୍ଡ
Advertisement

IND vs SL 3rd T20I: ସୂର୍ଯ୍ୟକୁମାରଙ୍କ ତୂଫାନୀ ଶତକ, ଭାଙ୍ଗିଲେ ରାହୁଲଙ୍କ ଏହି ବଡ଼ ରେକର୍ଡ

Suryakumar Yadav Century: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ନିଜର ତୃତୀୟ ଶତକ ପୂରଣ କରିଛନ୍ତି । ସୂର୍ଯ୍ୟକୁମାର ମାତ୍ର ୨୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । 

ସୌ: ସୋସିଆଲ ମିଡିଆ

IND vs SL: Suryakumar Yadav Century, ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଏକ ତୂଫାନୀ ଶତକ ହାସଲ କରିଛନ୍ତି । ସୂର୍ଯ୍ୟକୁମାର ନିଜର ଏହି ଇନିଂସରେ ମାତ୍ର ୪୫ ବଲ ଖେଳି ଏହି ଶତକ ପୂରଣ କରିଥିଲେ । ଟିମ୍ ଇଣ୍ଡିଆ (Team India) ପାଇଁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ସେ ୫୧ ବଲରେ ୧୧୨ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସରେ ସୂର୍ଯ୍ୟ ୭ ଚୌକା ଓ ୯ ଟି ଛକା ମାରିଥିଲେ । ସୂର୍ଯ୍ୟକୁମାରଙ୍କ ଏହି ଚମତ୍କାର ବ୍ୟାଟିଂ ସାହାଯ୍ୟରେ ଭାରତ ଶ୍ରୀଲଙ୍କା ବିରୁଦ୍ଧରେ ୨୨୮ ରନ୍ ସ୍କୋର କରିଥିଲା ।

ଏହି ଶତକ ସହିତ ଟିମ୍ ଇଣ୍ଡିଆ ପାଇଁ ଟି-୨୦ ଫର୍ମାଟରେ ଶତକ ହାସଲ କରିବାରେ ସୁର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ସର୍ବାଧିକ ଚାରି ଶତକ ହାସଲ କରିଥିବା ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏଥି ସହିତ, ତିନିଟି ଶତକ ସହିତ ସୂର୍ଯ୍ୟ ବର୍ତ୍ତମାନ ଦୁଇ ନମ୍ବରରେ ପହଞ୍ଚିଛନ୍ତି । ତାଙ୍କ ବ୍ୟତୀତ କେ.ଏଲ୍ ରାହୁଲଙ୍କ ନାମରେ ଦୁଇ ଶତକ ରହିଛି ଓ ସୂର୍ଯ୍ୟକୁମାର ତାଙ୍କ ରେକର୍ଡ ଭାଙ୍ଗିଛନ୍ତି । ଦୀପକ ହୁଡ୍ଡା, ସୁରେଶ ରାଇନା ଓ ବିରାଟ କୋହଲି ମଧ୍ୟ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି । ସୂର୍ଯ୍ୟ ପୂର୍ବରୁ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶତକ ହାସଲ କରିଥିଲେ । ରୋହିତ ଓ ସୂର୍ଯ୍ୟଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ ୩ କିମ୍ବା ଅଧିକ ଶତକ ସ୍କୋର କରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଆରମ୍ଭ କିଛି ବିଶେଷ ନଥିଲା ଓ ମାତ୍ର ତିନି ରନ୍ ସ୍କୋରରେ ପ୍ରଥମ ୱିକେଟ୍ ହରାଇଥିଲା । ଭାରତ ପାଇଁ ପ୍ରଥମ ୱିକେଟ୍ ଇଶାନ କିଶନଙ୍କ ରୂପରେ ପଡିଥିଲା । ମାତ୍ର ଗୋଟିଏ ରନ୍ ସ୍କୋର କରିବା ପରେ ଇଶାନ କିଶନ ଆଉଟ୍ ହୋଇଥିଲେ ।

ଏହା ପରେ ରାହୁଲ ତ୍ରିପାଠୀ ଓ ଶୁବମାନ ଗିଲଙ୍କ ମଧ୍ୟରେ ୫୨ ରନର ଭାଗିଦାରୀ ହୋଇଥିଲା । ତେବେ ଦ୍ରୁତ ଗତିରେ ରନ୍ ସ୍କୋର କରିବାକୁ ଚେଷ୍ଟା କରି ତ୍ରିପାଠୀ ୱିକେଟ୍ ହରାଇଥିଲେ । ତ୍ରିପାଠୀ ମାତ୍ର ୧୬ ବଲରେ ୩୫ ରନର ଏକ ଇନିଂସ ଖେଳିଥିଲେ । ଏହା ବ୍ୟତୀତ ଶୁଭମନ ଗିଲ୍ ୩୬ ବଲରେ ୪୬ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ ।

ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ଅକ୍ଷ୍ସର ପଟେଲଙ୍କ ଇନିଂସ ଆରମ୍ଭ ହୋଇଥିଲା । ମିଳିତ ଭାବେ ଏହି ଦୁଇଜଣ ଟିମ୍ ଇଣ୍ଡିଆର ସ୍କୋର ୨୨୮ ରନରେ ପହଞ୍ଚାଇଥିଲେ । ଶ୍ରୀଲଙ୍କା ପାଇଁ ଏହି ମ୍ୟାଚରେ ଦିଲସନ ମଧୁସଙ୍କା ଦୁଇଟି ୱିକେଟ୍ ନେଇଥିଲେ । ଏହା ବ୍ୟତୀତ କୁଶନ ରିଜିତା, ଚାମିରା କୁରୁନାରତ୍ନେ ଓ ୱାନିନ୍ଦୁ ହାସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ: Selection Committee: ଚେତନ ଶର୍ମା ରହିବେ ମୁଖ୍ୟ ଚୟନକର୍ତ୍ତା, ଓଡ଼ିଶାର ଶିବସୁନ୍ଦରଙ୍କୁ ମଧ୍ୟ BCCI ଦେଲା ଏହି ବଡ଼ ଦାୟିତ୍ୱ