ଉଦ୍ଧାର କାର୍ଯ୍ୟରେ ୩୨ଟି ଅଗ୍ନିଶମ ବିଭାଗର ଗାଡି ନିୟୋଜିତ ହୋଇଛି। ଦକ୍ଷିଣ କୋରିଆର ନ୍ୟାସନାଲ ଫାୟାର ବ୍ରିଗେଡ ଏଜେନ୍ସିର ଅନେକ ହେଲିକପ୍ଟର ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି।
Trending Photos
Flight Accident: ନୂଆଦିଲ୍ଲୀ: ବ୍ୟାଙ୍କକରୁ ଦକ୍ଷିଣ କୋରିଆକୁ ଆସୁଥିବା 7C2216 ବିମାନଟି ଜୋଲା ପ୍ରଦେଶର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜେଜୁ ଏୟାରଲାଇନ୍ସର ବୋଇଂ ୭୩୭-୮୦୦ ବିମାନ ଅବତରଣ କରିବା ସମୟରେ ରନୱେରୁ ଖସି ଯାଇଥିଲା। ଖସିବା ସମୟରେ ବିମାନବନ୍ଦରର ଶେଷ ଭାଗରେ ରହିଥିବା ଏକ ପାଚେରୀ ସହିତ ପିଟି ହୋଇଥିଲା। ଫଳରେ ବିମାନଟିରେ ନିଆଁ ଲାଗିଯାଇଥିଲା। ଏହି ବିମାନରେ ୧୭୫ ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରେ ୧୭୩ଜଣ ଦକ୍ଷିଣ କୋରିଆ ଏବଂ ୨ ଜଣ ଥାଇ ନାଗରିକ ଥିଲେ। ଏହା ବ୍ୟତୀତ ବିମାନରେ ୬ ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ। ଏହି ୧୮୧ ଜଣଙ୍କ ମଧ୍ୟରୁ ୧୭୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିଛି।
#BREAKING: A Boeing 737 carrying 175 passengers has just crashed in South Korea, resulting in a MASSIVE fireball
Rescue efforts are currently underway. Cause is unknown.
Jeju Airlines Flight 2216 was on approach to Muan International Airport from Bangkok pic.twitter.com/lqbH1kMGhe
— Alertas Climáticos (@alertasdoclima) December 29, 2024
ନ୍ୟୁଜ୍ ଏଜେନ୍ସି ୟୋନହାପ ଅନୁଯାୟୀ, ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଅବଶିଷ୍ଟ ୧୭୯ ଜଣଙ୍କର ମୃତ୍ୟୁ ହେବାର ଖବର ରହିଛି। ବର୍ତ୍ତମାନ ସୁଦ୍ଧା ୯୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଏହି ଦୁର୍ଘଟଣା ଭାରତୀୟ ସମୟ ପ୍ରାୟ ଭୋର ପ୍ରାୟ ସାଢେ ୫ଟା ସମୟରେ ଘଟିଥିଲା।ଏହି ଦୁର୍ଘଟଣା ପରେ ବିମାନବନ୍ଦରରେ ସମସ୍ତ ଉଡାଣକୁ ବାତିଲ କରିଦିଆଯାଇଛି।
ତଦନ୍ତରେ ସାମ୍ନାକୁ ଆସିଲା ଏହି ଦୁଇ ପ୍ରମୁଖ କାରଣ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆର ରାଜଧାନୀ ସିଓଲଠାରୁ ପ୍ରାୟ ୨୮୮ କିଲୋମିଟର ଦକ୍ଷିଣ-ପଶ୍ଚିମ ଜିଓଲା ପ୍ରଦେଶରେ ଘଟିଥିବା ଏହି ଦୁର୍ଘଟଣାର ପ୍ରାଥମିକ ଅନୁସନ୍ଧାନ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବିମାନର ଅବତରଣ ପାଇଁ ବ୍ୟବହୃତ ଗୁରୁତ୍ତ୍ୱପୂର୍ଣ୍ଣ ଲ୍ୟାଣ୍ଡିଂ ଗିଅର ନଷ୍ଟ ହୋଇଯାଇଥିଲା। ତେଣୁ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ବିମାନର ଲ୍ୟାଣ୍ଡିଂ ଗିଅର ଖୋଲି ନଥିଲା। ଯେତେବେଳେ ପାଇଲଟ୍ ଲ୍ୟାଣ୍ଡିଂ ଗିଅର୍ ବିନା ଅବତରଣ କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ ବିମାନଟି ପାଚେରୀ ସହିତ ଧକ୍କା ଖାଇଥିଲା। ଲ୍ୟାଣ୍ଡିଂ ଗିଅର ଖରାପ ହେବା ପରେ ପାଇଲଟ ପ୍ରଥମେ ଅବତରଣ କରାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ବିଫଳ ହେବା ପରେ ପାଇଲଟ ଦ୍ୱିତୀୟ ଥର ପାଇଁ ବିମାନ ଅବତରଣ କରିଥିଲେ। ଯାଞ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ ଅବତରଣ କରିବା ସମୟରେ ପାଇଲଟ୍ ବିମାନର ବେଗ ହ୍ରାସ କରିବାରେ ବିଫଳ ହୋଇଥିଲେ। ଫଳରେ ବିମାନଟି ରନୱେର ଅଟକିବାରେ ବିଫଳ ହୋଇଥିଲା। ଫଲରେ ପାଚେରୀ ସହିତ ଧକ୍କା ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା। ସ୍ଥାନୀୟ ଅଗ୍ନିଶମ ବିଭାଗର ମୁଖ୍ୟ କହିଛନ୍ତି ଯେ ପକ୍ଷୀରେ ମାଡ ହେବା ଏବଂ ପ୍ରତିକୂଳ ପାଗ ଏହି ଦୁର୍ଘଟଣାର କାରଣ ମୁଖ୍ୟ କାରଣ ହୋଇପାରେ।
୩୨ ଅଗ୍ନିଶମ ବିଭାଗର ହେଲିକପ୍ଟର ନିୟୋଜିତ
ମିଡିଆ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଲ୍ୟାଣ୍ଡିଂ ଗିଅର ନ ଖୋଲିବାରୁ ରନୱେରେ ବିମାନଟି ଖସିଯାଇ ଏକ ପାଚେରୀରେ ପିଟି ହେଉଛି। ପିଟି ହେବା ପରେ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଉଥିବାର ଦେଖିବାକୁ ମିଳିଛି। ଉଦ୍ଧାର କାର୍ଯ୍ୟରେ ୩୨ଟି ଅଗ୍ନିଶମ ବିଭାଗର ଗାଡି ନିୟୋଜିତ ହୋଇଛି। ଦକ୍ଷିଣ କୋରିଆର ନ୍ୟାସନାଲ ଫାୟାର ବ୍ରିଗେଡ ଏଜେନ୍ସିର ଅନେକ ହେଲିକପ୍ଟର ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି।