India Vs England: ସେମିଫାଇନାଲ ମ୍ୟାଚରେ ଖେଳିବେ କି ନାହିଁ ରୋହିତ? ସାମ୍ବାଦିକ ସମ୍ମିଳନୀର ଦେଲେ ଏହି ଜବାବ
Advertisement

India Vs England: ସେମିଫାଇନାଲ ମ୍ୟାଚରେ ଖେଳିବେ କି ନାହିଁ ରୋହିତ? ସାମ୍ବାଦିକ ସମ୍ମିଳନୀର ଦେଲେ ଏହି ଜବାବ

Rohit Sharma Press Conference: ନଭେମ୍ବର ୧୦ ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡକୁ ଟକ୍କର ଦେବ । ଆଡିଲେଡ୍ ଓଭାଲରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ବୁଧୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Rohit Sharma Press Conference: India Vs England, ଗୁରୁବାର ଦିନ ଅର୍ଥାତ ୧୦ ନଭେମ୍ବରରେ ଟି-୨୦ ବିଶ୍ୱକପ୍‌ର (T20 World Cup 2022) ସେମିଫାଇନାଲ ଯୁଦ୍ଧ ଭାରତ ଓ ଇଂଲଣ୍ଡ (India Vs England) ମଧ୍ୟରେ ହେବ । ଏହି ମ୍ୟାଚ୍ ଆଡିଲେଡରେ ଖେଳାଯିବ । ଏହି ମହାନ ମ୍ୟାଚ୍ ପୂର୍ବରୁ ଦଳର ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ଟିମ ଇଣ୍ଡିଆର (Team India) ପ୍ରସ୍ତୁତି, ଦୀନେଶ କାର୍ତ୍ତିକ ବନାମ ଋଷଭ ପନ୍ତ ଓ ତାଙ୍କ ଫିଟନେସ ବିଷୟରେ ଖୋଲାଖୋଲି ଉତ୍ତର ଦେଇଛନ୍ତି । ଜିମ୍ବାୱେ ବିପକ୍ଷ ଶେଷ ମ୍ୟାଚରେ ପନ୍ତଙ୍କୁ ସୁଯୋଗ ଦିଆଯିବା ବିଷୟରେ ରୋହିତ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଖେଳି ନ ଥିଲେ । ଆମେ ତାଙ୍କୁ ମ୍ୟାଚ୍ ପ୍ରାକ୍ଟିସ ଦେବାକୁ ଚାହୁଁଥିଲୁ । ଆମେ ଆମର ସମସ୍ତ ଖେଳାଳିଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ କହିଛୁ । ଆସନ୍ତାକାଲିର ମ୍ୟାଚରେ କିଏ ସୁଯୋଗ ପାଇବ, ଆମେ ଆସନ୍ତାକାଲି ଏହା ବିଷୟରେ ନିଷ୍ପତ୍ତି ନେବୁ । ବର୍ତ୍ତମାନ ସେ ବିଷୟରେ କିଛି କହିପାରିବୁ ନାହିଁ ।

ରୋହିତ ସେମିଫାଇନାଲରେ ପହଞ୍ଚିବାକୁ ନେଇ କହିଛନ୍ତି ଯେ ନକ୍ଆଉଟ୍ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ, କୌଣସି ଗୋଟିଏ ମ୍ୟାଚର ପ୍ରଦର୍ଶନ ଆଧାରରେ ଦଳର ବିଚାର କରାଯିବା ଉଚିତ ନୁହେଁ । ଦୁଇଟି ଭଲ ଦଳ ବାହାରେ ଅଛନ୍ତି । ଖେଳାଳି ଓ ଗୋଟିଏ ଦଳ ଭାବରେ, ଆମେ ଗର୍ବିତ ହେବା ଉଚିତ ଯେ ଆମେ ଏପର୍ଯ୍ୟନ୍ତ ପହଞ୍ଚିଛୁ । ଯଦି ଆମେ ସେମିଫାଇନାଲରେ ଭଲ ଫଳାଫଳ ଚାହୁଁ, ତେବେ ଆମକୁ ଭଲ ଖେଳିବାକୁ ପଡିବ । ଯଦି ଆପଣ ଏକ ନକ୍ଆଉଟ୍ ଖେଳରେ ଭଲ କରନ୍ତି, ଆତ୍ମବିଶ୍ୱାସ ବଢିଥାଏ । ତଥାପି, ଏକ ଖରାପ ମ୍ୟାଚ୍ ଆପଣଙ୍କର ମୂଲ୍ୟାଙ୍କନର ମାପ ହୋଇନପାରେ ।

ରୋହିତଙ୍କୁ ତାଙ୍କ ଆଘାତକୁ ନେଇ ପ୍ରଶ୍ନ କରାଯିବା ଉପରେ ସେ କହିଛନ୍ତି, "ମୁଁ ସମ୍ପୂର୍ଣ୍ଣ ଭଲ ଅଛି । ନେଟରେ ଅଭ୍ୟାସ ସମୟରେ ବଲ ବାଜି ଯାଇଥିଲା । ସାମାନ୍ୟ ଫୁଲା ଥିଲା । କିନ୍ତୁ, ବର୍ତ୍ତମାନ ଠିକ ଅଛି । ଇଂଲଣ୍ଡ ସହିତ ମ୍ୟାଚକୁ ନେଇ ରୋହିତ କହିଛନ୍ତି, "ଇଂଲଣ୍ଡକୁ ନିଜ ଘରେ ପରାସ୍ତ କରିବା ଏକ ବଡ ଆହ୍ୱାନ ଥିଲା ଓ ଆମେ ଏହା କରିଥିଲୁ । ଏହି ବିଜୟ ଆମର ଆତ୍ମବିଶ୍ୱାସ ବଢ଼ାଇବ । କିନ୍ତୁ, ଆମେ ଟି-୨୦ କ୍ରିକେଟ୍ ବିଷୟରେ ଜାଣିଛୁ । ପ୍ରତ୍ୟେକ ମ୍ୟାଚ୍ ନୂଆ ଅଟେ । ଆମେ ସେମାନଙ୍କୁ ପୂର୍ବରୁ ପରାସ୍ତ କରିଛୁ ଭାବି ଖେଳିବୁ ନାହିଁ । ଇଂଲଣ୍ଡ ଦଳ ଶକ୍ତିଶାଳୀ,  ସେଥିପାଇଁ ସେ ସେମିଫାଇନାଲ ଖେଳୁଛି ।"

ରୁହିତ ସୂର୍ଯ୍ୟଙ୍କ ପ୍ରଦର୍ଶନକୁ ନେଇ କହିଛନ୍ତି ଯେ "ସୂର୍ଯ୍ୟକୁମାର ଦାୟିତ୍ୱ ଗ୍ରହଣ କରିବାର କ୍ଷମତା ରଖିଛନ୍ତି । ସେ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅନେକ ପରିପକ୍ୱତା ପ୍ରଦର୍ଶନ କରିଛନ୍ତି । ଏହାର ପ୍ରଭାବ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉପରେ ମଧ୍ୟ ପଡିଛି । ସେ ପ୍ରେସର ନିଅନ୍ତି ନାହିଁ ଏବଂ କୌଣସି ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ । ସେ ମୋତେ କହିଥିଲେ ଯେ ଶଟ ପାଇଁ କମ୍ ସ୍ଥାନ ଥିବାରୁ ସେ ଛୋଟ ପଡ଼ିଆରେ ଖେଳିବାକୁ ପସନ୍ଦ କରନ୍ତି ନାହିଁ । ଆକାଶ ତାଙ୍କ ପାଇଁ ସୀମା ଅଟେ ।"

ଅକ୍ଷାର ପଟେଲଙ୍କ ପ୍ରଦର୍ଶନକୁ ନେଇ ରୋହିତ କହିଛନ୍ତି, "ସତ କହିବାକୁ ଗଲେ ମୁଁ ଅକ୍ଷରକୁ ନେଇ ଚିନ୍ତିତ ନୁହେଁ । ସେ ଟୁର୍ଣ୍ଣାମେଣ୍ଟରେ ସେତେ ଅଧିକ ବୋଲିଂ କରିନାହାଁନ୍ତି । ସିଡନୀ ବ୍ୟତୀତ ଅଧିକାଂଶ ଗ୍ରାଉଣ୍ଡରେ ଦ୍ରୁତ ବୋଲରମାନେ ସହାୟତା ପାଇଛନ୍ତି । ଏକ ଖରାପ ଟୁର୍ଣ୍ଣାମେଣ୍ଟର ଅର୍ଥ ନୁହେଁ ଯେ ସେ ଭଲ ବୋଲିଂ କରୁନାହାଁନ୍ତି । ସେ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ତାଙ୍କର ଶକ୍ତି ପାୱାରପ୍ଲେରେ ଭଲ ବୋଲିଂ କରିବା ।"

ଏହା ବି ପଢ଼ନ୍ତୁ: IND vs ENG: ଭାରତକୁ ବଡ଼ ଝଟକା! ସେମିଫାଇନାଲ ପୂର୍ବରୁ ଆହତ ହେଲେ କୋହଲି