IND vs BAN 2nd Test: ବିରାଟ କୋହଲିଙ୍କୁ ଖରାପ ଭାଷାରେ ଗାଳି ଦେଲେ ବାଂଲାଦେଶର ସବୁଠାରୁ ସିନିୟର ଖେଳାଳି, ମିଳିଲା ଉପଯୁକ୍ତ ଜବାବ
Advertisement

IND vs BAN 2nd Test: ବିରାଟ କୋହଲିଙ୍କୁ ଖରାପ ଭାଷାରେ ଗାଳି ଦେଲେ ବାଂଲାଦେଶର ସବୁଠାରୁ ସିନିୟର ଖେଳାଳି, ମିଳିଲା ଉପଯୁକ୍ତ ଜବାବ

India vs Bangladesh 2nd Test: ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ୩ ୱିକେଟରେ ପରାସ୍ତ କରିଛି । ଏହା ସହ ଭାରତୀୟ ଦଳ ସିରିଜକୁ ୨-୦ରେ ଜିତିନେଇଛି । ୧୪୫ ରନର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ ୭୪ ରନରେ ୭ ୱିକେଟ୍ ହରାଇଥିଲା । ଫଳରେ ଦଳ ଖରାପ ସ୍ଥିତିରେ ରହିଥିଲା ।

IND vs BAN 2nd Test: ବିରାଟ କୋହଲିଙ୍କୁ ଖରାପ ଭାଷାରେ ଗାଳି ଦେଲେ ବାଂଲାଦେଶର ସବୁଠାରୁ ସିନିୟର ଖେଳାଳି, ମିଳିଲା ଉପଯୁକ୍ତ ଜବାବ

India vs Bangladesh 2nd Test: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ସିରିଜ (IND vs BAN Test Series) ର ଦ୍ୱିତୀୟ ତଥା ଶେଷ ଟେଷ୍ଟ (IND vs BAN 2nd Test) କୁ ଟିମ୍ ଇଣ୍ଡିଆ (Team India) ୩ ୱିକେଟରେ ଜିତି ନେଇଛି । ଏହା ସହ ସିରିଜକୁ ଭାରତ ୨-୦ରେ କ୍ଲିନ୍ ସୁଇପ୍ କରିନେଇଛି । ଭାରତ ଓ ବାଂଲାଦେଶ ଶେଷ ଟେଷ୍ଟ ମ୍ୟାଚର ତୃତୀୟ ଦିନର ଖେଳ ଶେଷ ହେଉ ହେଉ ଜିତିବା ପାଇଁ ୧୪୫ ରନର ଲକ୍ଷ୍ୟ ପିଛା କରିବାକୁ ମଇଦାନରେ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ସ୍ଥିତି ଖରାପ ହୋଇଯାଇଥିଲା । ଭାରତୀୟ ଦଳ (Indian Cricket Team) ମାତ୍ର ୪୫ ରନରେ ୪ ୱିକେଟ୍ ହରାଇଥିଲା ।

ଟିମ୍ ଇଣ୍ଡିଆ (Team India) ର ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ୨୦ ଓଭରର ପଞ୍ଚମ ବଲରେ ଶଟ୍ ଲେଗରେ ମୋମିନୁଲ ହକଙ୍କ ହାତରେ କ୍ୟାଚ୍ ଦେଇବସିଥିଲେ । କିନ୍ତୁ ଏହା ପରେ ଯେତେବେଳେ ବିରାଟ କୋହଲି ପାଭିଲିୟନକୁ ଫେରିବା ଆରମ୍ଭ କଲେ, ସେତେବେଳେ ବାଂଲାଦେଶ ଖେଳାଳିମାନେ ଉତ୍ସବ ପାଳନ କରିବାକୁ ଏକାଠି ହେବା ପରେ ଏକ ବଡ଼ ବିବାଦ ଉପୁଜିଥିଲା । ଦଳର ସବୁଠାରୁ ସିନିୟର ଖେଳାଳି ମୁଶଫିକୁର ରହିମ (Mushfiqur Rahim) ବିରାଟ କୋହଲିଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ ।

ଯେମିତି ବିରାଟ କୋହଲି (Virat Kohli) ଙ୍କ କାନରେ ଏହି ଶବ୍ଦ ପହଞ୍ଚିଲା, ସେ ତୁରନ୍ତ ଖେଳାଳିଙ୍କ ଆଡକୁ ଦୌଡ଼ି ଗଲେ । ଏଭଳି ପରିସ୍ଥିତିରେ ଅମ୍ପାୟାର ମଝିରେ ଆସିଗଲେ ଓ ବିରାଟ କୋହଲି ତାଙ୍କ ବିରୋଧ  କରିଥିଲେ । କିନ୍ତୁ ହାଇ ଟେମ୍ପରାଣ୍ଟ ସ୍ୱଭାବ ପାଇଁ ଜଣାଶୁଣା ବିରାଟ କୋହଲି ନିଜ ହିସାବ ପଡ଼ିଆରେ ହିଁ ବରାବର କରିନେଇଥିଲେ ଓ ମୁଶଫିକୁରଙ୍କ ଦୁର୍ବ୍ୟବହାରର ଜବାବ ଦେଇଥିଲେ । ବିରାଟ କୋହଲିଙ୍କ ଆଖି ଓ ମୁହଁରେ କ୍ରୋଧ ସ୍ପଷ୍ଟ ଦେଖାଯାଉଥିଲା ।

ଅଧିକ ପଢ଼ନ୍ତୁ:-ଶୀଘ୍ର କରନ୍ତୁ, ସୁନା ୧୮୦୦ ଟଙ୍କା ତ ରୁପା ୧୨୦୦୦ ଟଙ୍କା ମିଳୁଛି ଶସ୍ତା!

ଅଧିକ ପଢ଼ନ୍ତୁ:-ବାଂଲାଦେଶ ହାତରୁ ବିଜୟ ଛଡ଼ାଇ ଆଣିଲେ ଅଶ୍ୱିନ ଓ ଆୟର, ୩ ୱିକେଟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ

ଅଧିକ ପଢ଼ନ୍ତୁ:-ଯୌନ ସମସ୍ୟା ଦୂର କରିବା ତଥା ସ୍ପର୍ମ କାଉଣ୍ଟ ବୃଦ୍ଧି ପାଇଁ ପୁରୁଷମାନେ ନିଶ୍ଚିତ ଖାଆନ୍ତୁ ଏହି ୬ଟି ସୁପର ଖାଦ୍ୟ

 

ଏଠାରେ କହି ରଖୁଛୁ ଯେ, ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ (IND vs BAN 2nd Test) ରେ ଭାରତ ବାଂଲାଦେଶକୁ ୩ ୱିକେଟରେ ପରାସ୍ତ କରିଛି । ଏହା ସହ ଭାରତୀୟ ଦଳ ସିରିଜ (India vs Bangladesh Test Series) କୁ ୨-୦ରେ ଜିତିନେଇଛି । ୧୪୫ ରନର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ (Team India) ୭୪ ରନରେ ୭ ୱିକେଟ୍ ହରାଇଥିଲା । ଫଳରେ ଦଳ ଖରାପ ସ୍ଥିତିରେ ରହିଥିଲା । ଏହା ପରେ ଶ୍ରେୟାସ ଆୟର (Shreyas Iyer) (୨୯ *) ଓ ରବିଚନ୍ଦ୍ରନ ଅଶ୍ୱିନ (Ravichandran Ashwin) (୪୨ *) ୭୧ ରନର ଅପରାଜିତ ପାର୍ଟନରଶିପ୍ ଭାରତୀୟ ଦଳକୁ ବିଜୟ ପ୍ରଦାନ କରିଥିଲା । ୧୩ଟି ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଏହା ହେଉଛି ଭାରତର ୧୧ ତମ ବିଜୟ । ବାଂଲାଦେଶ ପ୍ରଥମ ବିଜୟର ସୁଯୋଗ ହାତଛଡ଼ା କରିଛି ।