Weather Update: ଆସୁଛି ଆଉ ଏକ ଲଘୁଚାପ, ପ୍ରଭାବରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2531306

Weather Update: ଆସୁଛି ଆଉ ଏକ ଲଘୁଚାପ, ପ୍ରଭାବରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ।  ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ,  ଆସନ୍ତା ବୁଧବାର ଠାରୁ ରାଜ୍ୟରେ ଶୀତ କମିପାରେ। ଅଧିକାଂଶ ସ୍ଥାନରେ ପାରଦ ପ୍ରାୟ ୨ ରୁ ୪ ଡିଗ୍ରୀ  ସେଲସିୟସ୍ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  

Weather Update: ଆସୁଛି ଆଉ ଏକ ଲଘୁଚାପ, ପ୍ରଭାବରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ।  ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ,  ଆସନ୍ତା ବୁଧବାର ଠାରୁ ରାଜ୍ୟରେ ଶୀତ କମିପାରେ। ଅଧିକାଂଶ ସ୍ଥାନରେ ପାରଦ ପ୍ରାୟ ୨ ରୁ ୪ ଡିଗ୍ରୀ  ସେଲସିୟସ୍ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  ସୋମବାର  ଜି.ଉଦୟଗିରି ସବୁଠୁ ଥଣ୍ତା ଅଞ୍ଚଳ ଥିଲା।  ଏଠାରେ ରାତି ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ଼ ହୋଇଛି। ଫୁଲବାଣୀରେ ୧୦ ଡିଗ୍ରୀ, ଭବାନୀପାଟଣା ଓ ଦାରିଙ୍ଗିବାଡିରେ ୧୧, ରାଉରକେଲାରେ ୧୧.୨, ଝାରସୁଗୁଡାରେ ୧୧.୫, ସୁନ୍ଦରଗଡ, ବଲାଙ୍ଗୀର ଓ  କୋରାପୁଟରେ ୧୧.୮, ନବରଙ୍ଗପୁରରେ ୧୨.୫, ଅନୁଗୁଳରେ ୧୩, ବୌଦ୍ଧରେ ୧୩.୫, କେନ୍ଦୁଝରରେ ୧୩.୫ ଓ ଭଦ୍ରକରେ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଫୁଲବାଣୀ ଓ ରାଉରକେଲାରେ ଆଡି ଘନ କୁହୁଡି ଦୃଶ୍ୟମାନ ହେବ। ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡି ଦେଖାଦେଇଥିଲା।  ସୁନ୍ଦରଗଡ଼ ଓ କୋରାପୁଟ୍ ରେ ସ୍ବଳ୍ପ କୁହୁଡି ଦିଶୁଥିଲା।  ଆସନ୍ତା ୨ ଦିନ ସୁନ୍ଦରଗଡ଼, କଳାହାଣ୍ତି, କନ୍ଧମାଳ ଓ କୋରାପୁଟରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?

ସେପଟେ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ସଦୃଶ ଲଘୁଚାପ । ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଅବପାତରେ ପରିଣତ ହେବ । ପରବର୍ତ୍ତି ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ। ପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ କିମ୍ବା ଶ୍ରୀଲଙ୍କା ଉପୂକଳ ମୁହାଁଇବ ବୋଲି ପୂର୍ବାନୁମାନ କରିଛି ବିଭାଗ। ଯଦି ବାତ୍ୟା ହେଲେ ଏହାର ନାଁ ରହିବ ପେଙ୍ଗାଲ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡିବନି । ଏହାର ପ୍ରଭାବରେ ୨୭ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଳାରେ ହାଲକା ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।