IND vs BAN: ସିରିଜ୍ ହାରିବା ପରେ ଏସବୁ ଖେଳାଳିଙ୍କ ଉପରେ ବର୍ଷିଲେ ରୋହିତ ଶର୍ମା, ପରାଜୟ ପାଇଁ କଲେ ଦାୟୀ
Advertisement

IND vs BAN: ସିରିଜ୍ ହାରିବା ପରେ ଏସବୁ ଖେଳାଳିଙ୍କ ଉପରେ ବର୍ଷିଲେ ରୋହିତ ଶର୍ମା, ପରାଜୟ ପାଇଁ କଲେ ଦାୟୀ

India vs Bangladesh 2nd ODI: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ୫ ରନରେ ପରାସ୍ତ ହୋଇଛି । ଏହା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବଡ଼ ବୟାନ ଦେଇଛନ୍ତି । ଆସନ୍ତୁ ଜାଣିବା ସେ ଏହି ମ୍ୟାଚ୍ ହାରିବା ପାଇଁ କେଉଁମାନଙ୍କୁ ଦାୟୀ କରିଛନ୍ତି ।

IND vs BAN: ସିରିଜ୍ ହାରିବା ପରେ ଏସବୁ ଖେଳାଳିଙ୍କ ଉପରେ ବର୍ଷିଲେ ରୋହିତ ଶର୍ମା, ପରାଜୟ ପାଇଁ କଲେ ଦାୟୀ

India vs Bangladesh 2nd ODI: ଭାରତୀୟ କ୍ରିକେଟ ଦଳକୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ (IND vs BAN 2nd ODI) ରେ ୫ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ମ୍ୟାଚ୍ ପରେ ଟିମ୍ ଇଣ୍ଡିଆର ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ପରାଜୟର କାରଣ କହିଛନ୍ତି । କ୍ୟାପଟେନ ରୋହିତ ଶର୍ମା କହିଛନ୍ତି ଯେ, ମଝି ଓଭରରେ ପ୍ରଭାବହୀନ ବୋଲିଂ ସହ ବ୍ୟାଟ୍ସମ୍ୟାନେ ପାର୍ଟନରଶିପ୍ କରିବାରେ ବିଫଳତା ରହିବା କାରଣରୁ ଟିମ୍ ଇଣ୍ଡିଆ (Team India) କୁ ବାଂଲାଦେଶରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ (India vs Bangladesh ODI Series) ହାରିବାକୁ ପଡ଼ିଛି । ଏହି ପରାଜୟରେ ନିରାଶ ହୋଇ ଭାରତୀୟ ଅଧିନାୟକ ରୋହିତ ଶର୍ମା ମ୍ୟାଚ୍ ପରେ କହିଛନ୍ତି ଯେ, "ଯେତେବେଳେ ଆପଣ ଗୋଟିଏ ମ୍ୟାଚ୍ ହାରନ୍ତି, ସେଠାରେ କିଛି ସକାରାତ୍ମକ ଓ ନକାରାତ୍ମକ ଦିଗ ରହିଥାଏ । ୬ ୱିକେଟରେ ୬୯ ରନରୁ ୨୭୦ ପାଖାପାଖି ପର୍ଯ୍ୟନ୍ତ ରନ କରିବାକୁ ଦେବା  ଆମ ବୋଲରଙ୍କ ଏକ ଭଲ ପ୍ରୟାସ ନଥିଲା । ଆମେ ଭଲ ଆରମ୍ଭ କରିଥିଲୁ କିନ୍ତୁ ମଝି ଓଭରରେ ଓ ଶେଷରେ ବୋଲିଂ ଭଲ ନଥିଲା, ଯେଉଁଥିପାଇଁ ଆମକୁ ବହୁତ କ୍ଷତି ହୋଇଛି ।"

ରୋହିତ ଶର୍ମା (Rohit Sharma) ଆଗକୁ କହିଛନ୍ତି ଯେ, "ଗତ ମ୍ୟାଚ୍‌ରେ ମଧ୍ୟ ସମାନ ଘଟଣା ଘଟିଥିଲା । ଆମକୁ ଏହା ଉପରେ କାର୍ଯ୍ୟ କରିବାକୁ ପଡିବ ।" ବ୍ୟାଟିଂ ବିଷୟରେ ସେ କହିଛନ୍ତି ଯେ, "ODI କ୍ରିକେଟରେ ପାର୍ଟନରଶିପ୍ ଗୁରୁତ୍ୱପୂର୍ଣ୍ଣ ଓ ଯେତେବେଳେ ଆପଣ ଏହି ପାର୍ଟନରଶିପ୍ କରନ୍ତି, ସେତେବେଳେ ଆପଣଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ଏହାକୁ ମ୍ୟାଚ୍ ଜିତିବା ପାର୍ଟନରଶିପରେ ପରିଣତ ହୋଇଛି । ସେମାନେ ହିଁ ଏହିପରି କରିଛନ୍ତି ।"

ଏହା ବି ପଢ଼ନ୍ତୁ:-ଏହି ୪ଟି ଦଳ ମଧ୍ୟରୁ ଗୋଟିଏ ଦଳ ଜିତିବ ଫିଫା ବିଶ୍ୱକପ ୨୦୨୨, ଲିଓନେଲ ମେସି କଲେ ବଡ଼ ଭବିଷ୍ୟବାଣୀ

ଏହା ବି ପଢ଼ନ୍ତୁ:-ଲାଇଭ ମ୍ୟାଚରେ ରାଗିପାଚି ଲାଲ ହେଲେ ପାକିସ୍ତାନୀ କ୍ରିକେଟର, ଦର୍ଶକଙ୍କୁ ପିଟିବାକୁ ଦୌଡ଼ିଲେ; ଦେଖନ୍ତୁ ଭିଡିଓ

ଏହା ବି ପଢ଼ନ୍ତୁ:-ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର, ପେନସନରେ ହେବ ଏତେ ଟଙ୍କାର ବୃଦ୍ଧି!

ଭାରତୀୟ ଅଧିନାୟକ ଆହୁରି କହିଛନ୍ତି ଯେ, "ଯଦି ଆପଣଣ ପାଖାପାଖି ୭୦ ରନର ପାର୍ଟନରଶିପ୍ କରୁଛନ୍ତି, ତେବେ ଆପଣ ଏହବାକୁ ୧୧୦-୧୨୦ ରନର ପାର୍ଟନରଶିପରେ ପରିଣତ କରିବାର ଆବଶ୍ୟକତା ରହିଛି । ଯାହା ଦ୍ୱାରା ଦଳ ମ୍ୟାଚ୍‌ ଜିତିବ । କାରଣ ନୂଆ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହା ସହଜ ନୁହେଁ । କ୍ରିଜରେ ଅଧିକ ସାହସିକ ପ୍ରୟାସ ଆବଶ୍ୟକ ରହିଛି । ମେହିଦି ଓ ମହମୁଦୁଲ୍ଲା ଏକ ଚମତ୍କାର ପାର୍ଟନରଶିପ୍ ଗଢ଼ିଥିଲେ, କିନ୍ତୁ ଆମକୁ ମଧ୍ୟ ଏହି ଭାଗିଦାରୀକୁ ଭାଙ୍ଗିବାର ଉପାୟ ଖୋଜିବାର ଥିଲା ।" ଏଠାରେ କହି ରଖୁଛୁ ଯେ, ବାଂଲାଦେଶ ୬୯ ରନରେ ୬ଟି ୱିକେଟ ହରାଇଥିଲା, କିନ୍ତୁ ପୂର୍ବ ମ୍ୟାଚର ହିରୋ ମେହଦି ହାସନ ମିରାଜ (୮୩ ବଲରେ ୧୦୦ ରନ୍) ମହମୁଦୁଲ୍ଲା (୭୭ ରନ) ସହ ୧୬୫ ବଲରେ ୧୪୮ ରନର ଚମତ୍କାର ଶତକୀୟ ପାର୍ଟନରଶିପ୍ କରି ଆୟୋଜକ ଦଳ ଟିମ୍ ଇଣ୍ଡିଆ ଆଗରେ ଏକ ଚ୍ୟାଲେଞ୍ଜ ସ୍କୋର ଛିଡ଼ା କରିଦେଇଥିଲା ।