Team India ODI Squad: ଶିଖର ଧାୱନ-ଭୁବିଙ୍କ ସମେତ ୫ ଖେଳାଳିଙ୍କ ବିଶ୍ୱକପ ୨୦୨୩ରୁ ବାଦ୍ ପଡ଼ିବା ନିଶ୍ଚିତ! ଅଷ୍ଟ୍ରେଲିଆ ସିରିଜରୁ ମିଳିଲା ଏହି ବଡ଼ ସଂକେତ
Advertisement

Team India ODI Squad: ଶିଖର ଧାୱନ-ଭୁବିଙ୍କ ସମେତ ୫ ଖେଳାଳିଙ୍କ ବିଶ୍ୱକପ ୨୦୨୩ରୁ ବାଦ୍ ପଡ଼ିବା ନିଶ୍ଚିତ! ଅଷ୍ଟ୍ରେଲିଆ ସିରିଜରୁ ମିଳିଲା ଏହି ବଡ଼ ସଂକେତ

Team India ODI Squad: ଭାରତ ଓ ଅଷ୍ଟ୍ରେଲିଆ ସିରିଜର ୨ଟି ମ୍ୟାଚ୍ ଶେଷ ହୋଇସାରିଛି । ଟିମ୍ ଇଣ୍ଡିଆ ଏହି ସିରିଜରେ ୨-୦ରେ ଆଗୁଆ ରହିଛି । ଏହି ସମୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୨ଟି ଟେଷ୍ଟ ମ୍ୟାଚ୍ ଓ ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି । 

Team India ODI Squad: ଶିଖର ଧାୱନ-ଭୁବିଙ୍କ ସମେତ ୫ ଖେଳାଳିଙ୍କ ବିଶ୍ୱକପ ୨୦୨୩ରୁ ବାଦ୍ ପଡ଼ିବା ନିଶ୍ଚିତ! ଅଷ୍ଟ୍ରେଲିଆ ସିରିଜରୁ ମିଳିଲା ଏହି ବଡ଼ ସଂକେତ

ODI World Cup 2023, Team India ODI Squad: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ଚାଲିଛି । ଏହି ସିରିଜର ୨ଟି ମ୍ୟାଚ୍ ଶେଷ ହୋଇସାରିଛି । ଟିମ୍ ଇଣ୍ଡିଆ (Team India) ଏହି ସିରିଜରେ ୨-୦ରେ ଆଗୁଆ ରହିଛି । ଏହି ସମୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୨ଟି ଟେଷ୍ଟ ମ୍ୟାଚ୍ ଓ ଏକଦିବସୀୟ ସିରିଜ (India vs Australia ODI Series) ପାଇଁ ଭାରତୀୟ ଦଳ (Team India Squad) ଘୋଷଣା କରିଛି । ଏହି ଦଳରୁ ଟିମ୍ ଇଣ୍ଡିଆର ଅନେକ ବଡ଼ ନାମ ବାହାର ରହିଛି । ଏହି ସମସ୍ତ ଖେଳାଳିଙ୍କୁ ଟେଷ୍ଟ ଓ ଦିନିକିଆ ସିରିଜରେ ସୁଯୋଗ ଦିଆଯାଇ ନାହିଁ । 

ଟିମ୍ ଇଣ୍ଡିଆ ସ୍କ୍ୱାଡରେ ଶିଖର ଧାୱନ (Shikhar Dhawan), ଜସପ୍ରୀତ ବ୍ରୁମା (Jasprit Bumrah), ସଞ୍ଜୁ ସାମସନ୍ (Sanju Samson), ପୃଥ୍ୱୀ ଶ' (Prithvi Shaw) ଏବଂ ଭୁବନେଶ୍ୱର କୁମାର (Bhuvneshwar Kumar) ଙ୍କ ପରି ବଡ଼ ନାମ ସାମିଲ ନାହିଁ । ଏଭଳି ପରିସ୍ଥିତିରେ ମନେ କରାଯାଉଛି ଯେ, ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ (ODI World Cup 2023) ଏସବୁ ଖେଳାଳିଙ୍କ ଛୁଟି ହୋଇପାରେ । ତେବେ ଜସପ୍ରୀତ ବ୍ରୁମା (Jasprit Bumrah) ଆଘାତ କାରଣରୁ ଦଳ ବାହାରେ ଅଛନ୍ତି । ଏବେ ମଧ୍ୟ ଜସପ୍ରୀତ ବ୍ରୁମା (Jasprit Bumrah) ଙ୍କ ବିଶ୍ୱକପ ୨୦୨୩ ଖେଳିବାର ସମ୍ଭାବନା ରହିଛି ।

ଭାରତୀୟ ଦଳକୁ ଘରୋଇ ମାଟିରେ ଏହି ବର୍ଷର ଶେଷ ଆଡ଼କୁ ଦିନିକିଆ ବିଶ୍ୱକପ (ODI World Cup 2023) ଖେଳିବାର ଅଛି । ଶିଖର ଧାୱନ (Shikhar Dhawan) କିଛି ଦିନ ଆଗରେ ବିଶ୍ୱକପ ୨୦୨୩ ଖେଳିବାର ସବୁଠାରୁ ପ୍ରବଳ ଦାବିଦାର ଥିଲେ । କିନ୍ତୁ ଖରାପ ଫର୍ମ ଯୋଗୁଁ ଶିଖର ଧାୱନ (Shikhar Dhawan) ଙ୍କୁ ଟିମ୍ ଇଣ୍ଡିଆରୁ ବାହାର ରଖାଯାଇଛି ।

ସେପଟେ ପୃଥ୍ୱୀ ଶ' (Prithvi Shaw) ନିକଟ ଅତୀତରେ ଫ୍ୟାନ୍ସ ସହ ମାରପିଟ ମାମଲାରେ ଫସିଛନ୍ତି । ହୁଏତ ପୃଥ୍ୱୀ ଶ' (Prithvi Shaw) ଙ୍କୁ ଏହି କାରଣରୁ ସୁଯୋଗ ମିଳି ନାହିଁ । ସଞ୍ଜୁ ସାମସନ୍ (Sanju Samson) ଓ ଭୁବନେଶ୍ୱର କୁମାର (Bhuvneshwar Kumar) ଙ୍କୁ ମଧ୍ୟ ଦିନିକିଆ ବିଶ୍ୱକପ ୨୦୨୩ରୁ ବାହାର ରଖାଯାଇପାରେ । ଏହି କାରଣରୁ ସେମାନଙ୍କୁ ଟିମ୍ ଇଣ୍ଡିଆର ସ୍କ୍ୱାଡରେ ସାମିଲ କରାଯାଇ ନାହିଁ ।

ଅଧିକ ପଢ଼ନ୍ତୁ:-ଦୁନିଆର ସବୁଠାରୁ ଅଳସୁଆ କ୍ରିକେଟର କିଏ? ରେକର୍ଡ୍ସ ଶୁଣି ହସିବାକୁ ଲାଗିବେ ଆପଣ!

ଅଧିକ ପଢ଼ନ୍ତୁ:-ଲଗାତାର ଦୁଇଟି ମ୍ୟାଚ୍‌ ହାରିବା ହେବା ପରେ ହଠାତ୍ ଭାରତ ଛାଡ଼ିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ,, କଙ୍ଗାରୁ ଦଳରେ ହଇଚଇ

ଅଧିକ ପଢ଼ନ୍ତୁ:-ଏହି ଚାଷୀମାନଙ୍କୁ ମିଳିବନି ପିଏମ କିସାନର ପରବର୍ତ୍ତୀ କିସ୍ତି, ଜାଣନ୍ତୁ କାହିଁକି

 

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ODI ଦଳ 

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ , ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ, ଜୟଦେବ ଉନାଦକଟ୍