IND vs ZIM: ଟିମ୍ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ, ଅଧିନାୟକ ରୋହିତ ଚୂଡ଼ାନ୍ତ ଏକାଦଶରେ ଏହି ମ୍ୟାଚ୍ ୱିନରକୁ କରାଇବେ ଏଣ୍ଟ୍ରି!
Advertisement

IND vs ZIM: ଟିମ୍ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ, ଅଧିନାୟକ ରୋହିତ ଚୂଡ଼ାନ୍ତ ଏକାଦଶରେ ଏହି ମ୍ୟାଚ୍ ୱିନରକୁ କରାଇବେ ଏଣ୍ଟ୍ରି!

IND vs ZIM: ଟୁର୍ଣ୍ଣାମେଣ୍ଟର ଏହି ମ୍ୟାଚ୍ (India vs Zimbabwe Match) ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ଲେଇଙ୍ଗ୍ ଇଲେଭେନରେ ଏକ ବଡ଼ ପରିବର୍ତ୍ତନ କରିପାରନ୍ତି । ଟିମ୍ ଇଣ୍ଡିଆର ଜଣେ ବଡ଼ ମ୍ୟାଚ୍ ୱିନର ଖେଳାଳି ଜିମ୍ବାୱେ ବିପକ୍ଷରେ ଖେଳିବାର ସୁଯୋଗ ପାଇପାରନ୍ତି ।

IND vs ZIM: ଟିମ୍ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ, ଅଧିନାୟକ ରୋହିତ ଚୂଡ଼ାନ୍ତ ଏକାଦଶରେ ଏହି ମ୍ୟାଚ୍ ୱିନରକୁ କରାଇବେ ଏଣ୍ଟ୍ରି!

India vs Zimbabwe Playing 11 T20 World Cup 2022: ଆଇସିସି ଟି-20 ବିଶ୍ୱକପ ୨୦୨୨ର ସୁପର-12 ପର୍ଯ୍ୟାୟର ଶେଷ ମ୍ୟାଚ୍ ଖେଳିବ ଭାରତୀୟ ଦଳ । ଏହି ମ୍ୟାଚ୍ ଆଜି (ରବିବାର) ଅର୍ଥାତ ନଭେମ୍ୱର ୬ରେ ଖେଳାଯିବ । ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ଜିମ୍ବାୱେ ବିପକ୍ଷରେ ଖେଳିବ । ଟୁର୍ଣ୍ଣାମେଣ୍ଟର ଏହି ମ୍ୟାଚ୍ (India vs Zimbabwe Match) ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ଲେଇଙ୍ଗ୍ ଇଲେଭେନ (India vs Zimbabwe Playing 11) ରେ ଏକ ବଡ଼ ପରିବର୍ତ୍ତନ କରିପାରନ୍ତି । ଟିମ୍ ଇଣ୍ଡିଆର ଜଣେ ବଡ଼ ମ୍ୟାଚ୍ ୱିନର ଖେଳାଳି ଜିମ୍ବାୱେ ବିପକ୍ଷରେ ଖେଳିବାର ସୁଯୋଗ ପାଇପାରନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରୋହିତ ଶର୍ମା (Rohit Sharma) ଦୀନେଶ କାର୍ତ୍ତିକ (Dinesh Karthik) ଙ୍କୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବାର ସୁଯୋଗ ଦେଇଛନ୍ତି । କିନ୍ତୁ ଜିମ୍ବାୱେ ବିପକ୍ଷରେ ୨୫ ବର୍ଷ ବୟସ୍କ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଖେଳୁଥିବା ଦେଖିବାକୁ ମିଳିପାରେ । 

ଚଳିତ ଟି-20 ବିଶ୍ୱକପ ୨୦୨୨ର ଟୁର୍ଣ୍ଣାମେଣ୍ଟରେ ଋଷଭ ପନ୍ତଙ୍କୁ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ । ସେପଟେ ଦୀନେଶ କାର୍ତ୍ତିକଙ୍କ କ୍ରମାଗତ ଫ୍ଲପ୍ ପ୍ରଦର୍ଶନକୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏସିଆ କପ୍ ୨୦୨୨ରେ ମଧ୍ୟ ଦୀନେଶ କାର୍ତ୍ତିକ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ଥିଲେ । ଏହି କାରଣରୁ ଋଷଭ ପନ୍ତଙ୍କୁ ବଡ଼ ମ୍ୟାଚ୍‌ରେ ବାହାର ବସିବାକୁ ପଡ଼ିଥିଲା । ଏହି ୱାର୍ମ ଅପ୍ ମ୍ୟାଚ୍ ପୂର୍ବରୁ ପର୍ଥରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିଥିଲା । ଏହି ଉଭୟ ମ୍ୟାଚ୍‌ରେ ଋଷଭ ପନ୍ତ ଓପନର୍ ଭାବରେ ଖେଳିବାର ସୁଯୋଗ ପାଇଥିଲେ । କିନ୍ତୁ ଋଷଭ ପନ୍ତ ଏହି ଦୁଇଟି ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିଲେ । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିପକ୍ଷ ଉଭୟ ମ୍ୟାଚରେ ଋଷଭ ପନ୍ତ କେବଳ ୯-୯ ରନର ଇନିଂସ ଖେଳିଥିଲେ ।

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ସମୟରେ କ୍ରିକେଟର କଲେ ଦୁଷ୍କର୍ମ! ସିଡନୀର ଟିମ୍ ହୋଟେଲରୁ ଗିରଫ

ଋଷଭ ପନ୍ତ କିଛି ସମୟ ହେବ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ୍ ବିଜେତା ଖେଳାଳି ବୋଲି ପ୍ରମାଣ କରିଆସୁଛନ୍ତି । କିନ୍ତୁ ଋଷଭ ପନ୍ତ ଟି-20 ଫର୍ମାଟରେ ନିଜର ଛାପ ଛାଡିବାରେ ଅସଫଳ ରହିଛନ୍ତି । ଋଷଭ ପନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୬୨ଟି ଟି-20 ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨୪.୦୨ ଏଭେରେଜରେ ୯୬୧ ରନ୍ ସ୍କୋର କରିପାରିଛନ୍ତି । ସେପଟେ ଏହି ମ୍ୟାଚଗୁଡିକରେ ଋଷଭ ପନ୍ତ ମାତ୍ର ୩ ଥର ୫୦ ରନର ଅଙ୍କ ଅତିକ୍ରମ କରିପାରିଛନ୍ତି । ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନର ସମୟରେ ଅନ୍ୟତମ ଦମଦାର୍ କ୍ରିକେଟର ଭାବରେ ପରିଚିତ ଋଷଭ ପନ୍ତଙ୍କ ପାଇଁ ୨୦୨୨ରେ ସୀମିତ ଓଭର କ୍ରିକେଟରେ ଭଲ ବର୍ଷ ଭାବେ ଯାଇନାହିଁ । ସେ ମଧ୍ୟ ଏସିଆ କପ୍ ୨୦୨୨ରେ ଭିତର-ବାହାର ହେଉଥିଲେ । ଯେତେବେଳେ ଦୀନେଶ କାର୍ତ୍ତିକ ଫେରି ଆସିଲେ, ତାଙ୍କର ଅସୁବିଧା ଆହୁରି ବଢ଼ିଗଲା । ଟି-20 ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚରେ ମଧ୍ୟ ଋଷଭ ପନ୍ତ ଖାସ୍ କିଛି କମାଲ କରିପାରି ନଥିଲେ । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ୍ ମ୍ୟାଚରେ ଦୀନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଥିଲା ।