IND vs ZIM: ଟିମ୍ ଇଣ୍ଡିଆର ଆଶାକୁ ନିରାଶାରେ ପରିବର୍ତ୍ତନ କରିପାରେ ମେଲବୋର୍ଣ୍ଣର ପାଣିପାଗ, ଜାଣନ୍ତୁ କାହା ସପକ୍ଷରେ ରହିବ ପିଚ୍
Advertisement

IND vs ZIM: ଟିମ୍ ଇଣ୍ଡିଆର ଆଶାକୁ ନିରାଶାରେ ପରିବର୍ତ୍ତନ କରିପାରେ ମେଲବୋର୍ଣ୍ଣର ପାଣିପାଗ, ଜାଣନ୍ତୁ କାହା ସପକ୍ଷରେ ରହିବ ପିଚ୍

IND vs ZIM: ନଭେମ୍ୱର ୬ରେ ଜିମ୍ବାୱେ ଓ ଭାରତ ମଧ୍ୟରେ ସୁପର-12 ପର୍ଯ୍ୟାୟର ଶେଷ ମ୍ୟାଚ୍ ଖେଳା ଯିବ । ଏହି ମ୍ୟାଚ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ (IND vs ZIM) ଗ୍ରୁପ୍ ୨ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବାକୁ ଯାଉଛି । ଯଦି ଟିମ୍ ଇଣ୍ଡିଆକୁ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାର ଅଛି, ତେବେ ଦଳକୁ ଜିମ୍ବାୱେକୁ ପରାସ୍ତ କରିବାକୁ ପଡିବ...

IND vs ZIM: ଟିମ୍ ଇଣ୍ଡିଆର ଆଶାକୁ ନିରାଶାରେ ପରିବର୍ତ୍ତନ କରିପାରେ ମେଲବୋର୍ଣ୍ଣର ପାଣିପାଗ, ଜାଣନ୍ତୁ କାହା ସପକ୍ଷରେ ରହିବ ପିଚ୍

India vs Zimbabwe: ଆଇସିସି ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି । ଦଳକୁ ସେମିଫାଇନାଲକୁ ପହଞ୍ଚିବା ପାଇଁ ଗ୍ରୁପ ଷ୍ଟେଜର ଶେଷ ମ୍ୟାଚ୍ ଜିତିବାକୁ ପଡ଼ିବ । ଏହାସହ ଭାରତୀୟ ଦଳ ସେମିଫାଇନାଲ ପାଇଁ ସ୍ଥାନ ପକ୍କା କରିନେବ । ଆଜି (ରବିବାର) ଅର୍ଥାତ ନଭେମ୍ୱର ୬ରେ ଜିମ୍ବାୱେ ଓ ଭାରତ ମଧ୍ୟରେ ସୁପର-12 ପର୍ଯ୍ୟାୟର ଶେଷ ମ୍ୟାଚ୍ ଖେଳା ଯିବ । ଏହି ମ୍ୟାଚ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ (IND vs ZIM) ଗ୍ରୁପ୍ ୨ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବାକୁ ଯାଉଛି । ଯଦି ଟିମ୍ ଇଣ୍ଡିଆକୁ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାର ଅଛି, ତେବେ ଦଳକୁ ଜିମ୍ବାୱେକୁ ପରାସ୍ତ କରିବାକୁ ପଡିବ । 

ଅନ୍ୟପକ୍ଷରେ ଯଦି ଭାରତ ଏହି ମ୍ୟାଚ୍ ହାରିଯାଏ ଓ ପାକିସ୍ତାନ ବାଂଲାଦେଶ ବିପକ୍ଷରେ ଶେଷ ମ୍ୟାଚ୍ ଜିତେ । ତେବେ ଶେଷ ୪ଟି ଦଳରେ ଟିମ୍ ଇଣ୍ଡିଆ ବଦଳରେ ପାକିସ୍ତାନ ନିଜର ସ୍ଥାନ ପକ୍କା କରିନେବ । ତେବେ ଆସନ୍ତୁ ଜାଣିବା ଏଭଳି ପରିସ୍ଥିତିରେ ଏହି ରୋମାଞ୍ଚକର ମ୍ୟାଚରେ ପିଚ୍ ଓ ପାଣିପାଗର ମୁଡ୍ କ’ଣ ରହିବ?

ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଜିମ୍ବାୱେ ଓ ଭାରତ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯିବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଯଦି ଆମେ ଏହି ଗ୍ରାଉଣ୍ଡର ପିଚ୍ ବିଷୟରେ କଥା ହେବା, ତେବେ ଏମସିଜି ପିଚ୍ ଉଭୟ ଦ୍ରୁତ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ପାଇଁ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ । ସ୍ପିନରମାନେ ଏଠାରେ ଅଧିକ ସାହାଯ୍ୟ ପାଆନ୍ତି ନାହିଁ । ଏହି ପିଚରେ ବଲ୍ ଭଲ ଭାବରେ କ୍ୟାରି କରିଥାଏ । ଏଠାରେ ଜମ୍ପ ମଧ୍ୟ ଦେଖିବାକୁ ମିଳିବ । ଯେଉଁ କାରଣରୁ ଦ୍ରୁତ ବୋଲରମାନେ ସାହାଯ୍ୟ ପାଆନ୍ତି । କିନ୍ତୁ ସେହିପରି ବ୍ୟାଟ୍ସମ୍ୟାନଙ୍କ ପାଖରେ ଏହି ସୁବିଧା ଅଛି ଯେ ବଲ୍ ବ୍ୟାଟ୍ ଉପରେ ସମ୍ପୂର୍ଣ୍ଣ ଭାବେ ଆସିଥାଏ ।

ମେଲବୋର୍ଣ୍ଣରେ ପ୍ରଥମ ଇନିଂସ ପାଇଁ ହାରାହାରି ସ୍କୋର ୧୪୧ ଥିବାବେଳେ ଦ୍ୱିତୀୟ ଇନିଂସରେ ୧୨୮ ରହିଛି । ଏପର୍ଯ୍ୟନ୍ତ ଏଠାରେ ଖେଳାଯାଇଥିବା ୨୦ଟି ମ୍ୟାଚ୍ ମଧ୍ୟରୁ ୮ଟି ମ୍ୟାଚ୍ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି ଓ ୧୧ଟି ମ୍ୟାଚ୍ ଲକ୍ଷ୍ୟକୁ ପିଛା କରି ବା ଦ୍ୱିତୀୟ ବ୍ୟାଟିଂ କରି ଜିତିଛି । ଏଭଳି ପରିସ୍ଥିତିରେ ନଭେମ୍ବର ୬ରେ ଯେଉଁ ଅଧିନାୟକ ଏଠାରେ ଟସ୍ ଜିତନ୍ତି, ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରନ୍ତି ।

ମେଲବୋର୍ଣ୍ଣରେ ଖେଳା ଯିବାକୁ ଥିବା ଜିମ୍ବାୱେ ଓ ଭାରତ ମଧ୍ୟରେ ମ୍ୟାଚରେ ପାଣିପାଗ ବିଷୟରେ ଆଲୋଚନା କରିବା ତ ମ୍ୟାଚ୍ ସମୟରେ ପାଗ ଥଣ୍ଡା ରହିବ । ମେଘର ଆବରଣ ଆକାଶରେ ଦେଖାଯିବାର ସମସ୍ତ ସମ୍ଭାବନା ଅଛି । ଅନ୍ୟପକ୍ଷରେ, ଶୀତଳ ପବନ ସହିତ ପଡ଼ିଆରେ ମଧ୍ୟ ମନୋରମ ପାଗ ଦେଖିବାକୁ ମିଳିପାରେ । ଯଦି ବର୍ଷା ମ୍ୟାଚରେ ବାଧା ସୃଷ୍ଟି  ନକରେ, ତେବେ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଦିନ ୧:୩୦ ମିନିଟରେ ଆରମ୍ଭ ହେବ ।

ମେଲବୋର୍ଣ୍ଣରେ ମ୍ୟାଚ୍ ଦିନ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ଓ ସର୍ବାଧିକ ୨୪ ଡିଗ୍ରୀ ସେଲସିୟସ୍ ରହିବ । ଅନ୍ୟପକ୍ଷେ ଆର୍ଦ୍ରତା ୫୧ ପ୍ରତିଶତ ହେବ । ଏଥି ସହିତ ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଦ୍ରୁତ ପବନ ବହିବ । ପାଣିପାଗ ଡଟ୍ କମ୍ ଅନୁଯାୟୀ, ୨୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି । ତେବେ ଜିମ୍ବାୱେ ଓ ଭାରତ ମଧ୍ୟରେ ହେବାକୁ ଯାଉଥିବା ବଡ଼ ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିପାରେ । 

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ଜିମ୍ବାୱେ ଠାରୁ କାହିଁକି ରହିବାକୁ ପଡ଼ିବ ସତର୍କ? ପୂର୍ବତନ କୋଚ୍ କହିଲେ ୫ଟି ବଡ଼ କାରଣ

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ଭାରତୀୟ ଦଳ ନଭେମ୍ବର ୨ ବାଂଲାଦେଶ ବିପକ୍ଷରେ ୫ ରନରେ ବିଜୟ ହାସଲ କରିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ପରବର୍ତ୍ତୀ ମ୍ୟାଚ୍ ଆଜି ଅର୍ଥାତ ନଭେମ୍ବର ୬ରେ ଜିମ୍ୱାୱେ ସହିତ ରହିଛି ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।