IND vs SA T20I : ବାରବାଟି ମ୍ୟାଚ ପାଇଁ ଆଜିଠୁ ଅଫଲାଇନ ଟିକଟ, ଜାଣନ୍ତୁ କେଉଁଠି ହେଉଛି ଉପଲବ୍ଧ
Advertisement
Article Detail0/zeeodisha/odisha1210994

IND vs SA T20I : ବାରବାଟି ମ୍ୟାଚ ପାଇଁ ଆଜିଠୁ ଅଫଲାଇନ ଟିକଟ, ଜାଣନ୍ତୁ କେଉଁଠି ହେଉଛି ଉପଲବ୍ଧ

IND vs SA T20 Tickets: ଜୁନ ୧୨ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଖେଳାଯିବ। ମଙ୍ଗଳବାର ସକାଳ ୧୦ଟାରୁ ଅଫଲାଇନ ଟିକଟ୍ ବିକ୍ରି ଆରମ୍ଭ ହୋଇଛି। ଓଡିଶା କ୍ରିକେଟ୍ ଆସୋସିଏସନ୍ (OCA) ର ସମ୍ମିଳନୀ କକ୍ଷରେ ତିଆରି କାଉଣ୍ଟରରେ ଟିକଟ ଉପଲବ୍ଧ ହେଉଛି। 

ପ୍ରତିକାତ୍ମକ ଫଟୋ

କଟକ: ବହୁପ୍ରତିକ୍ଷୀତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଆଉ ମାତ୍ର ୫ ଦିନ ରହିଲା। ଏହି ମ୍ୟାଚ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଜିଠାରୁ ଅର୍ଥାତ ମଙ୍ଗଳବାର ଠାରୁ ଅଫଲାଇନ୍ ଟିକଟ୍ ବିକ୍ରି ଆରମ୍ଭ ହୋଇଛି। ଆଗାମୀ ଦୁଇ ଦିନରେ ସୀମିତ ସଂଖ୍ୟକ ଟିକକ ବିକ୍ରି କରିବାକୁ ଓସିଏ ଲକ୍ଷ୍ୟ ରଖିଛି।

ଜୁନ ୧୨ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଖେଳାଯିବ। ମଙ୍ଗଳବାର ସକାଳ ୧୦ଟାରୁ ଅଫଲାଇନ ଟିକଟ୍ ବିକ୍ରି ଆରମ୍ଭ ହୋଇଛି। ଓଡିଶା କ୍ରିକେଟ୍ ଆସୋସିଏସନ୍ (OCA) ର ସମ୍ମିଳନୀ କକ୍ଷରେ ତିଆରି କାଉଣ୍ଟରରେ ଟିକଟ ଉପଲବ୍ଧ ହେଉଛି। OCA ଅନୁବନ୍ଧିତ ସଂସ୍ଥା ଯେପରି- ବିଦ୍ୟାଳୟ, କଲେଜ, କ୍ଲବ ଏବଂ ଅନ୍ୟାନ୍ୟ ସଂଗଠନ ମଙ୍ଗଳବାରଠାରୁ ଟିକେଟ କିଣି ପାରିବେ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏହି ଟିକଟ ବିକ୍ରି ହେବ।

Also Read: ସୁବର୍ଣ୍ଣପୁରରେ ହକି ଖେଳକୁ ପ୍ରତ୍ସାହନ ଦେବା ପାଇଁ କ୍ରୀଡାବିତ ଚିହ୍ନଟ ଶିବିର , ଆନ୍ତର୍ଜାତିକ ଖେଳ

ଦୁଇ ଦିନ ମଧ୍ୟରେ OCA ମୋଟ ୮୦୦୦ ଟିକଟ ବିକ୍ରି ଲକ୍ଷ୍ୟ ରଖିଛି। ଯଦି ଦୁଇ ଦିନର ବିକ୍ରି ପରେ ମଧ୍ୟ ଟିକଟ ବଳକା ରହିଯାଏ, ତେବେ ସେଗୁଡିକୁ ଜୁନ ୯ ଓ ୧୦ ତାରିଖରେ ବାରବାଟି ଷ୍ଟାଡିୟମର ସାଧାରଣ କାଉଣ୍ଟରେ ଉପଲବ୍ଧ ହେବ। OCA ପକ୍ଷରୁ ସର୍ବମୋଟ ୨୯,୧୫୪ଟି ଟିକଟ ବିକ୍ରି ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଅନଲାଇନରେ ୫ ହଜାରରୁ ଊର୍ଦ୍ଧ୍ୱ ଟିକଟ ବିକ୍ରି ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଅଫଲାଇନ ଟିକଟ କିଣିଛନ୍ତି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସେକ୍ରେଟାରୀ ସଞ୍ଜୟ ବେହେରା ତାଙ୍କୁ ନବୀନ ନିବାସରେ ଟିକେଟ୍ ପ୍ରଦାନ କରିଛନ୍ତି।

ଅନ୍ୟପଟେ ଜୁନ ପହିଲାରୁ ବାରବାଟି ଟି୨୦ ପାଇଁ ଅନଲାଇନ ଟିକଟ ବିକ୍ରି ଚାଲିଛି। Paytm ଓ Insiderର ଉଭୟ ୱେବ ସାଇଟ ଏବଂ ଆପରେ ଟିକଟ ଉପଲବ୍ଧ ହେଉଛି। ଟିକଟ ମୂଲ୍ୟ ୮୫୦ରୁ ୧୪ ହଜାର ଟଙ୍କା ରହିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚକୁ ପ୍ରାୟ ୪୪ ହଜାର ଦର୍ଶକ ଦେଖିବେ ବୋଲି ଆଶା କରାଯାଉଛି। ଜୁନ୍ ୧୦ରେ ଉଭୟ ଟିମ୍ ଭୁବନେଶ୍ୱର ପହଞ୍ଚିବେ। ବର୍ତ୍ତମାନ ଉଭୟ ଦଳ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି।

Also Read: ଆକାଶ ଚୋପ୍ରା ଚୟନ କଲେ ଟି-୨୦ ବିଶ୍ୱକପ ଟିମ୍; ପାଣ୍ଡ୍ୟା ଅଧିନାୟକ, ରୋହିତ ଓ ବିରାଟଙ୍କୁ କଲେ ଆଉଟ୍

ସୂଚନାଯୋଗ୍ୟ, ଜୁନ ୯ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଚ ଟି-୨୦ ସିରିଜ ଖେଳାଯିବ। ପ୍ରଥମ ମ୍ୟାଚ ୯ ଜୁନ (ଦିଲ୍ଲୀ), ଦ୍ୱିତୀୟ ମ୍ୟାଚ ୧୨ ଜୁନ (କଟକ), ତୃତୀୟ ମ୍ୟାଚ ୧୪ ଜୁନ (ବିଶାଖାପାଟନମ), ଚତୁର୍ଥଟି ୧୭ ଜୁନ (ରାଜକୋଟ) ଓ ପଞ୍ଚମ ତଥା ଶେଷ ମ୍ୟାଚ ୧୯ ଜୁନରେ ବେଙ୍ଗାଲୁରୁରେ ଖେଳାଯିବାର ସୂଚୀ ରହିଛି। ମ୍ୟାଟର ସିଧାପ୍ରସାରଣ Star Sports Networkରେ ହେବ। ଦର୍ଶକ Star Sports 1, Star Sports 3 ଓ Star Gold 2ରେ ମ୍ୟାଚ ଦେଖିପାରିବେ।