IND vs PAK: ପାକିସ୍ତାନର ଧମକ ପରେ ଗମ୍ଭୀର ଦେଲେ ଏହି ବଡ ବୟାନ
Advertisement

IND vs PAK: ପାକିସ୍ତାନର ଧମକ ପରେ ଗମ୍ଭୀର ଦେଲେ ଏହି ବଡ ବୟାନ

Gautam Gambhir On Ramiz Raja: ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପକୁ ବହିଷ୍କାର କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ଧମକ ଦେଇଛନ୍ତି । ଏହା ଉପରେ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

Gautam Gambhir On Ramiz Raja: ବିସିସିଆଇ ସଚିବ ଜୟ ଶାହା (Jay Shah) ସ୍ପଷ୍ଟ କରିଛନ୍ତି ଯେ ଟିମ୍ ଇଣ୍ଡିଆ (Team India) ପାକିସ୍ତାନ ଯାଇ ଏସିଆ କପରେ ଭାଗ ନେବ ନାହିଁ । ଏହି ବୟାନ ସାମ୍ନାକୁ ଆସିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡର (PCB) ମୁଖ୍ୟ ରମିଜ ରଜା (Ramiz Raja) ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୩ (ODI World Cup 2023) ବିଶ୍ୱକପକୁ ବହିଷ୍କାର କରିବାକୁ ଧମକ ଦେଇଥିଲେ । ବର୍ତ୍ତମାନ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର (Gautam Gambhir) ଏହି ବୟାନ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଗତ କିଛି ଦିନ ତଳେ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ରମିଜ ରାଜା ଦେଇଥିବା ବୟାନ ବର୍ତ୍ତମାନ ମଧ୍ୟ ହେଡଲାଇନରେ ରହିଛି । ବିଭିନ୍ନ ପ୍ଲାଟଫର୍ମରେ ସେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପକୁ ବହିଷ୍କାର କରିବାକୁ ନେଇ ବୟାନ ଦେଇ ଚାଲୁଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, "ଯଦି ଭାରତୀୟ ଦଳ ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍ ଖେଳିବାକୁ ଆସନ୍ତି ନାହିଁ, ତା’ହେଲେ ତାଙ୍କ ଦଳ ମଧ୍ୟ ଆସନ୍ତା ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଯିବ ନାହିଁ । ଯେତେବେଳେ ପାକିସ୍ତାନ ଦଳ ବିଶ୍ୱକପ୍ ଖେଳିବାକୁ ଯିବ ନାହିଁ, ତେବେ ଦେଖିବା କିଏ ଟୁର୍ଣ୍ଣାମେଣ୍ଟ ଦେଖୁଛି ।'

ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର ଏହି ବୟାନ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଖୋଲାଖୋଲି ଭାବେ କଥାବାର୍ତ୍ତା କରି ଗୌତମ ଗମ୍ଭୀର ANI କୁ କହିଛନ୍ତି, ବିସିସିଆଇ ଓ ପିସିବିକୁ ଏକାଠି ଏହି ନିଷ୍ପତ୍ତି ନେବାକୁ ପଡିବ । ସେମାନେ ଯାହା ନିଷ୍ପତ୍ତି ନେବେ, ସେମାନଙ୍କୁ ଏହାକୁ ଏକାଠି ନେବାକୁ ହେବ ।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ରମିଜ ରାଜାଙ୍କ ବୟାନ 'ଯଦି ଭାରତ ଏସିଆ କପ୍ ପାଇଁ ପାକିସ୍ତାନ ଯିବ ନାହିଁ, ତେବେ ପାକିସ୍ତାନ ୨୦୨୩ ବିଶ୍ୱକପ ପାଇଁ ଭାରତ ଆସିବ ନାହିଁ' ବିଷୟରେ ପ୍ରଶ୍ନ ପଚରାଯାଇଥିଲା । ନ୍ୟୁଜ୍ ଏଜେନ୍ସି ANI କୁ ଏହାର ଜବାବ ଦେଇ ସେ କହିଛନ୍ତି, “କ୍ରୀଡ଼ା ଜଗତରେ ଭାରତ ଏକ ବିରାଟ ଶକ୍ତି । ଆଜି ବୋଧହୁଏ କୌଣସି ଦେଶ ଭାରତକୁ ଅଣଦେଖା କରିପାରିବେ ନାହିଁ ।"

ଭାରତୀୟ ଦଳ ଶେଷ ଥର ପାଇଁ ୨୦୦୮ ମସିହାରେ ପାକିସ୍ତାନ ଗସ୍ତ କରିଥିଲା । ପାଖାପାଖି ୧୪ ବର୍ଷ ବିତିଗଲାଣି, ସେବେଠାରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯାଇନାହାଁନ୍ତି । ଏଥି ସହିତ, ୨୦୧୨ ମସିହାରେ ଉଭୟ ଦଳ ମଧ୍ୟରେ ଶେଷ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇଥିଲା । ଏହା ପରେ ଉଭୟ ଦଳ ଗୋଟିଏ ବା ଦୁଇଟି ଆଇସିସି ଓ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ: PCB vs BCCI: ରମିଜ ରାଜାଙ୍କ ବୟାନ ଉପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଦେଲେ ଏହି ଜବାବ