IND vs NZ 1st T20: ଭାରତର ପରାଜୟର ସବୁଠାରୁ ବଡ଼ ଭିଲେନ୍ ଏହି ୩ ଖେଳାଳି! ୱାଶିଂଟନ୍ ସୁନ୍ଦରଙ୍କ ସବୁ କଠିନ ପରିଶ୍ରମ ବେକାର
Advertisement

IND vs NZ 1st T20: ଭାରତର ପରାଜୟର ସବୁଠାରୁ ବଡ଼ ଭିଲେନ୍ ଏହି ୩ ଖେଳାଳି! ୱାଶିଂଟନ୍ ସୁନ୍ଦରଙ୍କ ସବୁ କଠିନ ପରିଶ୍ରମ ବେକାର

IND vs NZ 1st T20: ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ୨୧ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲରଙ୍କ ଖରାପ ପ୍ରଦର୍ଶନ ଦଳର ପରାଜୟର ବଡ଼ କାରଣ ପାଲଟିଛି । ଭାରତୀୟ କ୍ରିକେଟ ଦଳର ୩ ବୋଲର ବହୁତ ଖରାପ ପ୍ରଦର୍ଶନ କରିଛନ୍ତି । ଏହି ବୋଲରଙ୍କ ଖରାପ ଫର୍ମ ଯୋଗୁଁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।

IND vs NZ 1st T20: ଭାରତର ପରାଜୟର ସବୁଠାରୁ ବଡ଼ ଭିଲେନ୍ ଏହି ୩ ଖେଳାଳି! ୱାଶିଂଟନ୍ ସୁନ୍ଦରଙ୍କ ସବୁ କଠିନ ପରିଶ୍ରମ ବେକାର

India vs New Zealand 1st T20: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (India vs New Zealand T20 Series) ଚାଲୁଛି । ଏହି ସିରିଜର ପ୍ରଥମ ମ୍ୟାଚ (IND vs NZ 1st T20 Match) ରେ ଭାରତୀୟ ଦଳ (Indian Cricket Team) କୁ ୨୧ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ର ଦ୍ରୁତ ବୋଲରଙ୍କ ଖରାପ ପ୍ରଦର୍ଶନ ଦଳର ପରାଜୟର ବଡ଼ କାରଣ ପାଲଟିଛି । ଭାରତୀୟ କ୍ରିକେଟ ଦଳର ୩ ବୋଲର ବହୁତ ଖରାପ ପ୍ରଦର୍ଶନ କରିଛନ୍ତି । ଏହି ବୋଲରଙ୍କ ଖରାପ ଫର୍ମ ଯୋଗୁଁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ଖେଳାଳିଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ୱାଶିଂଟନ୍ ସୁନ୍ଦର (Washington Sundar) ଙ୍କ ୫୦ ରନର ଇନିଂସ ବ୍ୟର୍ଥ ହୋଇଛି । 

୧. ଅର୍ଶଦୀପ ସିଂ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ଅର୍ଶଦୀପ ସିଂ (Arshdeep Singh) ଅତ୍ୟନ୍ତ ଖରାପ ଭାବେ ଫ୍ଲପ୍ ହୋଇଥିବା ଦେଖାଯାଇଛି । ବିପକ୍ଷ ବ୍ୟାଟ୍ସମ୍ୟାନ ମାନେ ତାଙ୍କ ବିପକ୍ଷରେ ରନ୍ ଲୁଟ୍ କରିଛନ୍ତି । ତାଙ୍କର ଲାଇନ୍ ଓ ଲେନ୍ଥ ସଠିକ୍ ନଥିଲା । ସେ ତାଙ୍କ ଚାରି ଓଭରରେ ୫୧ ରନ୍ ଦେଇ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ । ସେ ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ ବୋଝ ପାଲଟିଛନ୍ତି । ସେ ବହୁତ ମହଙ୍ଗା ବୋଲି ପ୍ରମାଣିତ କରିଛନ୍ତି । ସେ ଶେଷ ଓଭରରେ ୨୭ ରନ୍ ଦେଇଥିଲେ ।

୨. ଉମ୍ରାନ୍ ମଲିକ

ପ୍ରଥମ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଇନିଂସ ସମୟରେ ଉମ୍ରାନ ମଲିକ (Umran Malik) ଅଷ୍ଟମ ଓଭର ବୋଲିଂ କରିଥିଲେ । ସେ ଏହି ଓଭରରେ ମୋଟ ୧୬ ରନ୍ ଖର୍ଚ୍ଚ କରିଥିଲେ । ଏହି ସମୟରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ଡିଭନ୍ କନୱେ ଉମ୍ରାନ ମଲିକଙ୍କ ଓଭରରେ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଏହା ପରେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ତାଙ୍କୁ ବୋଲିଂ କରିବାର ସୁଯୋଗ ଦେଇନଥିଲେ ।

୩. ଶିବମ୍ ମାଭି

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି -20 ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲରମାନେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଶିବମ ମାଭି (Shivam Mavi) ମଧ୍ୟ ପଛରେ ରହି ନଥିଲେ । ସେ ତାଙ୍କର ୨ ଓଭରରେ ୧୯ ରନ୍ ଦେଇଥିଲେ ଓ କେବଳ ଗୋଟିଏ ୱିକେଟ୍ ପାଇଥିଲେ । ଗୋଟିଏ ପଟେ କୁଲଦୀପ ଯାଦବ ଓ ୱାଶିଂଟନ୍ ସୁନ୍ଦର ଭଲ ବୋଲିଂ କରୁଥିଲେ । ଅନ୍ୟପଟେ ଦ୍ରୁତ ବୋଲରମାନେ ମହଙ୍ଗା ପ୍ରମାଣିତ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର; ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି!

ଅଧିକ ପଢ଼ନ୍ତୁ:-ଏହି ୪ଟି କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆକୁ ମିଳିଲା ଶୋଚନୀୟ ପରାଜୟ, ଭାଙ୍ଗି ଚୁରମାର ହେଲା ହାର୍ଦ୍ଦିକଙ୍କ ବଡ଼ ସ୍ୱପ୍ନ

ଅଧିକ ପଢ଼ନ୍ତୁ:-ପ୍ରଥମ ଟି-20 ମ୍ୟାଚ୍‌ରେ ବିଜୟର ସବୁଠାରୁ ବଡ଼ କାରଣ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ 

 

ଏଠାରେ କହି ରଖୁଛୁ ଯେ, ଅର୍ଶଦୀପ ସିଂ (Arshdeep Singh) ଙ୍କ ଖରାପ ବୋଲିଂ ଯୋଗୁଁ ମ୍ୟାଚର ପୂରା ମୋମେଣ୍ଟ ନ୍ୟୁଜିଲ୍ୟାଣ୍ଡ ସପକ୍ଷରେ ଯାଇଥିଲା । ଏହା ବ୍ୟତୀତ ଦ୍ରୁତ ବୋଲର ଉମ୍ରାନ ମଲିକ ଗୋଟିଏ ଓଭରରେ ୧୬ ରନ ଦେଇଥିଲେ । ଏଥି ସହିତ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ନିଜେ ୩ ଓଭରରେ ୩୩ ରନ୍ ଦେଇଥିଲେ । ଉମ୍ରାନ ମଲିକ (Umran Malik) ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ବି ୱିକେଟ୍ ପାଇ ନଥିଲେ । ମ୍ୟାଚ୍ ହାରିଯିବା ପରେ ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, "ଆମେ ଅନାବଶ୍ୟକ ଭାବରେ ୨୦ରୁ ୨୫ ରନ୍ ଦେଇଛୁ ଓ ବୋଧହୁଏ ଏହି କାରଣରୁ ମ୍ୟାଚ୍ ହାରିଛୁ ।"