IND vs NZ 1st ODI: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଓପନିଂ କରିବେ ଇଶାନ କିଶନ? ରୋହିତ ଶର୍ମା ଦେଲେ ଏହି ଜବାବ
Advertisement

IND vs NZ 1st ODI: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଓପନିଂ କରିବେ ଇଶାନ କିଶନ? ରୋହିତ ଶର୍ମା ଦେଲେ ଏହି ଜବାବ

IND vs NZ 1st ODI: ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ଆତ୍ମାବିଶ୍ୱାସ ​​ବହୁତ ଉଚ୍ଚ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିବା ପରେ ନ୍ୟୁଜିଲ୍ୟାଣ୍ଡ ଦଳ ମଧ୍ୟ ଭାରତ ଆସିଛି । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଦିନ ୧.୩୦ରୁ ଆରମ୍ଭ ହେବ ।

IND vs NZ 1st ODI: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଓପନିଂ କରିବେ ଇଶାନ କିଶନ? ରୋହିତ ଶର୍ମା ଦେଲେ ଏହି ଜବାବ

Rohit Sharma On Ishan Kishan: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs New Zealand ODI Series) ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ (IND vs NZ 1st ODI) ଆଜି (ବୁଧବାର) ଅର୍ଥାତ ଜାନୁଆରୀ ୧୮ରେ ହାଇଦ୍ରାବାଦରେ ଖେଳାଯିବ । ନିକଟ ଅତୀତରେ ଭାରତୀୟ ଦଳ (Indian Cricket Team) ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (IND vs SL ODI Series) ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ (Team India) ର ଆତ୍ମାବିଶ୍ୱାସ ​​ବହୁତ ଉଚ୍ଚ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିବା ପରେ ନ୍ୟୁଜିଲ୍ୟାଣ୍ଡ ଦଳ ମଧ୍ୟ ଭାରତ ଆସିଛି । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଦିନ ୧.୩୦ରୁ ଆରମ୍ଭ ହେବ ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ODIକୁ ନେଇ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଥିଲା କିଏ ଟିମ୍ ଇଣ୍ଡିଆ ତରଫରୁ ଓପନିଂ କରିବେ ? ବର୍ତ୍ତମାନ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ନିଜେ ଏହାର ଉତ୍ତର ଦେଇଛନ୍ତି । ରୋହିତ ଶର୍ମା କହିଛନ୍ତି ଯେ, ପ୍ରଥମ ଦିନିକିଆରେ ଇଶାନ କିଶନ (Ishan Kishan) ମଧ୍ୟମ କ୍ରମରେ ଖେଳିବେ । ଅର୍ଥାତ୍ ଶୁଭମାନ ଗିଲ ଓ ରୋହିତ ଶର୍ମା ଶ୍ରୀଲଙ୍କା ସିରିଜ ପରି ପୁଣି ଥରେ ଓପନିଂ କରୁଥିବାର ନଜରକୁ ଆସିବେ ।

ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା କହିଛନ୍ତି ଯେ, "କିଶନ ମଧ୍ୟମ କ୍ରମରେ ବ୍ୟାଟିଂ କରିବେ ଓ ମୁଁ ଖୁସି ଯେ ବାଂଲାଦେଶର ସେହି ଦମଦାର୍ ଇନିଂସ ପରେ ସେ ଏଠାରେ ସୁଯୋଗ ପାଇବେ ।" ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଉମ୍ରାନ ମଲିକ ଶ୍ରୀଲଙ୍କା ବିପକ୍ଷରେ ଭାରତ ଦଳର ଦମଦାର୍ ଦ୍ରୁତ ବୋଲିଂ ଆଟାକର ଥିଲେ । ଯଦି ସେମାନଙ୍କ ସହିତ ଚୂଡ଼ାନ୍ତ ଏକାଦଶରେ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଅନ୍ତର୍ଭୁକ୍ତ କରାଯାଏ, ତେବେ ଭାରତର ଲୋୟର ଅର୍ଡର ବହୁତ ଲମ୍ବା ହୋଇଯାଏ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ପୁଣି ବଢ଼ିବ ଦରମା!

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳର ସମ୍ଭାବ୍ୟ ଏକାଦଶ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଇଶାନ କିଶନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ ଏବଂ ଉମ୍ରାନ ମଲିକ ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭାରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରଜତ ପାଟିଦାର, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ୍ ।