INDW vs IREW: ଆୟର୍ଲାଣ୍ଡକୁ ୫ ରନରେ ପରାସ୍ତ କରି ଟି-୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ
Advertisement

INDW vs IREW: ଆୟର୍ଲାଣ୍ଡକୁ ୫ ରନରେ ପରାସ୍ତ କରି ଟି-୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ

India vs Ireland, Women T20 WC 2023: ମହିଳା ଟି-୨୦ ବିଶ୍ୱକପର ନିଜର ତୃତୀୟ ମ୍ୟାଚରେ ଆୟର୍ଲାଣ୍ଡକୁ ଟିମ୍ ଇଣ୍ଡିଆ ୫ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ମ୍ୟାଚ୍ ମଝିରେ ବର୍ଷା ହେବା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା ଓ ଶେଷରେ ଡକ୍ୱର୍ଥ-ଲୁଇସ୍ ନିୟମ ଅନୁସାରେ ଭାରତ ବିଜୟୀ ହୋଇଛି । ଏହି ବିଜୟ ପରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି ।

 

ସୌ: ସୋସିଆଲ ମିଡିଆ

Ind vs Ire ICC Women T20 WC Highlights: ଭାରତୀୟ ମହିଳା କ୍ରିକେଟ୍ ଦଳ (Indian women's cricket team) ସୋମବାର ଦିନ ଡୱର୍ଥ-ଲୁଇସ୍ ନିୟମ ଅନୁଯାୟୀ (Duckworth-Lewis rule) ଆଇସିସି ଟି-୨୦ ବିଶ୍ୱକପ-୨୦୨୩ ର (Women T20 WC 2023) ଅନ୍ତିମ ଗ୍ରୁପ୍ ମ୍ୟାଚ୍ ରେ ଆୟର୍ଲାଣ୍ଡକୁ (Ireland) ପାଞ୍ଚ ରନରେ ପରାସ୍ତ କରିଛି । ଏହା ସହ ହରମାନପ୍ରୀତ କୌରଙ୍କ (Harmanpreet Kaur) ଟିମ୍ ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ (Team India) ସ୍ମୃତି ମନ୍ଦନାଙ୍କ (Smriti Mandhana) ୮୭ ରନ ସହାୟତାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା । ଆୟର୍ଲାଣ୍ଡ ଟାର୍ଗେଟକୁ ପିଛାକରି ମାତ୍ର ୮.୨ ଓଭର ଖେଳିବାରେ ସଫଳ ହୋଇଥିଲା, କାରଣ ମ୍ୟାଚ୍ ବର୍ଷା ଯୋଗୁଁ ପୂରା ଖେଳାଯାଇ ପାରି ନଥିଲା । ବର୍ଷା ହେବା ପର୍ଯ୍ୟନ୍ତ ୮.୨ ଓଭରରେ ଆୟର୍ଲାଣ୍ଡ ମାତ୍ର ୫୪ ରନ କରି ୨ ୱିକେଟ୍ ହରାଇ ଥିଲା । ଆଡକୱର୍ଥ-ଲୁଇସ୍ ନିୟମ ଯୋଗୁଁ ଭାରତ ଠାରୁ ୟର୍ଲାଣ୍ଡର ଦଳ ପାଞ୍ଚ ରନ୍ ପଛରେ ରହି ପରାସ୍ତ ହୋଇଥିଲା ।

ଭାରତ ପଞ୍ଚମ ଥର ପାଇଁ ଟି-୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଥିବାବେଳେ, ଏହି ଦଳ କ୍ରମାଗତ ତୃତୀୟ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ୨୦୦୯ ରେ ଟି-୨୦ ବିଶ୍ୱକପର ସେମିଫାଇନାଲରେ ଖେଳିଛି ଓ ୨୦୧୦ ଏହା ପରେ ଦଳ ୨୦୧୯, ୨୦୨୦ ଏବଂ ବର୍ତ୍ତମାନ ୨୦୨୩ ରେ ସେମିଫାଇନାଲରେ ପ୍ରବେଶ କରିଛି । ଏହି ତିନୋଟି ଘଟଣାରେ ହରମାନପ୍ରୀତ ଦଳର ଅଧିନାୟକ ରହିଛନ୍ତି ।

୧୫୫ ରନର ଲକ୍ଷ୍ୟକୁ ପଛରେ ପକାଇ ଆୟର୍ଲାଣ୍ଡ ଦଳ ଭଲ ଆରମ୍ଭ କରିନଥିଲା ଓ ପ୍ରଥମ ବଲରେ ଦଳକୁ ଏକ ଝଟକା ଲାଗିଥିଲା । ପ୍ରଥମ ବଲରେ ଦୁଇ ରନ୍ ନେବାକୁ ଯାଇ  ଆମି ହଣ୍ଟର୍ ଗୋଟିଏ ରନ୍ ଆଉଟ୍ ହୋଇଥିଲେ । ସମାନ ଓଭରର ପଞ୍ଚମ ବଲରେ ଅର୍ଲା ପ୍ରେଣ୍ଡେରଗଷ୍ଟ ମଧ୍ୟ ପାଭିଲିୟନକୁ ଫେରିଥିଲେ । ରେଣୁକା ସିଂ ତାଙ୍କୁ ବୋଲ୍ଡ କରିଥିଲେ । ଚାରିଟି ବଲ ଖେଳିବା ପରେ ସେ ଖାତା ମଧ୍ୟ ଖୋଲିପାରିନଥିଲେ । ଏହା ପରେ କିନ୍ତୁ, ଆୟର୍ଲାଣ୍ଡ ପାଇଁ କୌଣସି ଅସୁବିଧା ହୋଇ ନଥିଲା । ଏହା ପରେ ଗାବି ଲୁଇସ୍ ଓ ଅଧିନାୟକ ଲୌରୀ ଡେଲାନି ଦଳ ଭାର ସମ୍ଭାଳିଥିଲେ । ଉଭୟ ୫୨ ରନ୍ ର ପାର୍ଟନସିପ୍ କରିଥିଲେ । କିନ୍ତୁ ତା’ପରେ ବର୍ଷା ହୋଇଥିଲା ଓ ଅମ୍ପାୟାରମାନେ ମ୍ୟାଚ୍ ବନ୍ଦ କରିବା ସମେତ ଡକ୍ୱର୍ଥ-ଲୁଇସ୍ ନିୟମ ଅନୁସାରେ ଭାରତକୁ ବିଜୟୀ ଘୋଷଣା କରିଥିଲେ ।

ଏହା ବି ପଢ଼ନ୍ତୁ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରୁ ବାଦ ପଡିବ ଟିମ୍ ଇଣ୍ଡିଆ, କ’ଣ କରିବେ ରୋହିତ ଶର୍ମା? ଆଇସିସି ଦେଲା ଏହି ସମୀକରଣ

ଏହା ବି ପଢ଼ନ୍ତୁ: IND vs AUS: ଟିମ୍ ଇଣ୍ଡିଆର କିଏ ହେବେ ଉପ-ଅଧିନାୟକ? ସାମ୍ନାକୁ ଆସିଲା ଏହି ତିନିଜଣ ଖେଳାଳିଙ୍କ ନାମ