IND vs BAN Playing XI: ବାଂଲାଦେଶ ବିପକ୍ଷ ମ୍ୟାଚରେ ଏହି ୩ ଖେଳାଳିଙ୍କ ବାହାର ହେବା ନିଶ୍ଚିତ! ଜାଣନ୍ତୁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶରୁ କିଏ ଆଉଟ୍, କିଏ ଇନ୍
Advertisement
Article Detail0/zeeodisha/odisha1420928

IND vs BAN Playing XI: ବାଂଲାଦେଶ ବିପକ୍ଷ ମ୍ୟାଚରେ ଏହି ୩ ଖେଳାଳିଙ୍କ ବାହାର ହେବା ନିଶ୍ଚିତ! ଜାଣନ୍ତୁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶରୁ କିଏ ଆଉଟ୍, କିଏ ଇନ୍

IND vs BAN: ଭାରତୀୟ ଦଳ ପାଇଁ ଏହା ଏକ କର ବା ମର ମ୍ୟାଚ୍ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆକୁ ୫ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏଭଳି ପରିସ୍ଥିତିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିପାରନ୍ତି । 

IND vs BAN Playing XI: ବାଂଲାଦେଶ ବିପକ୍ଷ ମ୍ୟାଚରେ ଏହି ୩ ଖେଳାଳିଙ୍କ ବାହାର ହେବା ନିଶ୍ଚିତ! ଜାଣନ୍ତୁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶରୁ କିଏ ଆଉଟ୍, କିଏ ଇନ୍

India vs Bangladesh ICC T20 World Cup 2022: ଆଜି ଅର୍ଥାତ ନଭେମ୍ବର ୨ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଟି-20 ବିଶ୍ୱକପ ୨୦୨୨ର ସୁପର-12 ରାଉଣ୍ଡର ଏକ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ଆଡିଲେଡର ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସେମିଫାଇନାଲ ପାଇଁ ଟିକେଟ୍ ପକ୍କା କରିବାକୁ ଚାହିଁବ । ଭାରତୀୟ ଦଳ ପାଇଁ ଏହା ଏକ କର ବା ମର ମ୍ୟାଚ୍ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆକୁ ୫ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏଭଳି ପରିସ୍ଥିତିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିପାରନ୍ତି । 

ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ୍ ଇଲେଭେନରୁ ଅନେକ ଷ୍ଟାର ଖେଳାଳିଙ୍କୁ ବାହାରର ରାସ୍ତା ଦେଖାଯାଇପାରେ । ଟି-20 ବିଶ୍ୱକପ ୨୦୨୨ରେ କେଏଲ୍ ରାହୁଲ ତାଙ୍କ ନାମ ଅନୁଯାୟୀ ପ୍ରଦର୍ଶନ କରିପାରି ନାହାଁନ୍ତି । ତାଙ୍କ ବ୍ୟାଟରୁ ଗୋଟିଏ ବି ବଡ ଇନିଂସ ଆସିନାହିଁ । ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ନେଦରଲ୍ୟାଣ୍ଡ ବିପକ୍ଷରେ ୫୩ ରନ ସ୍କୋର କରିଥିଲେ । ସାମ୍ବାଦିକ ସମ୍ମିଳନୀରେ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ, ରୋହିତ ଶର୍ମାଙ୍କ ସହ କେବଳ କେ.ଏଲ୍ ରାହୁଲ ଓପେନିଂ କରିବେ । ଏହି ଉଭୟ ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ ଖେଳିବାରେ ପାରଙ୍ଗମ ।

ବିଗତ ଏକ ଦଶନ୍ଧି ଧରି ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତିନି ନମ୍ବର ସ୍ଥାନରେ ଭାରତ ପାଇଁ ସବୁଠାରୁ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ଭାବେ ଉଭା ହୋଇଛନ୍ତି । ସେ ନିଜେ ଟିମ୍ ଇଣ୍ଡିଆ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି । ଯେତେବେଳେ ସେ ତାଙ୍କ ଫର୍ମରେ ଥାଆନ୍ତି, ସେ ଯେକୌଣସି ବୋଲିଂ ଆକ୍ରମଣକୁ ସାମ୍ନା କରିପାରନ୍ତି । ସେ ଟି-20 ବିଶ୍ୱକପରେ ଦମଦାର୍ ଫର୍ମରେ ଅଛନ୍ତି । ସେ ପାକିସ୍ତାନ ଓ ନେଦରଲ୍ୟାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ଇଂନିସ ଖେଳିଛନ୍ତି । ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ନମ୍ବରରେ ସୁଯୋଗ ପାଇପାରନ୍ତି । ସେ ନିଜର ଘାତକ ବ୍ୟାଟିଂ ସହ ସମସ୍ତଙ୍କ ହୃଦୟ ଜିତିଛନ୍ତି । ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬୮ ରନର ଇନିଂସ ଖେଳିଥିଲେ । 

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାଞ୍ଚ ନମ୍ବରରେ ସୁଯୋଗ ପାଇପାରନ୍ତି । ସେ ଖତରନାକ୍ ବ୍ୟାଟିଂ ଓ ଘାତକ ବୋଲିଂରେ ପାରଦର୍ଶୀ ଅଟନ୍ତି । ୱିକେଟ୍ କିପରଙ୍କ ଦାୟିତ୍ୱ ଋଷଭ ପନ୍ତଙ୍କୁ ମିଳିପାରେ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଦୀନେଶ କାର୍ତ୍ତିକ ଆହତ ହୋଇଥିଲେ । ଦ୍ରୁତ ବୋଲିଂ ଆକ୍ରମଣରେ ଭବନେଶ୍ୱର କୁମାରଙ୍କୁ ଦେଖାଯାଇପାରେ । ଅର୍ଶଦୀପ ସିଂ ଓ ମହମ୍ମଦ ଶାମି ତାଙ୍କ ସାଥ୍ ଦେଇପାରନ୍ତି । ଅର୍ଶଦୀପ ସିଂ ଟି-୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ କରୁଛନ୍ତି । ରବିଚନ୍ଦ୍ରନ୍ ଅଶ୍ୱିନ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବହୁତ ମହଙ୍ଗା ପ୍ରମାଣିତ ହୋଇଥିଲେ । ସେ ତାଙ୍କର ଚାରି ଓଭରରେ ୪୩ ରନ୍ ଦେଇଥିଲେ । ଏଭଳି ପରିସ୍ଥିତିରେ ୟୁଜବେନ୍ଦ୍ର ଚହଲଙ୍କୁ ତାଙ୍କ ସ୍ଥାନରେ ସାମିଲ କରାଯାଇପାରେ । 

ଅଧିକ ପଢ଼ନ୍ତୁ:-ଘରର ଏହି ୩ଟି ସ୍ଥାନରେ ଭୁଲରେ ବି ରଖନ୍ତୁନି ଚାବି, ଅସନ୍ତୁଷ୍ଟ ହୋଇପାରନ୍ତି ମା ଲକ୍ଷ୍ମୀ; ହୋଇଥାଏ ବଡ଼ କ୍ଷତି

ଅଧିକ ପଢ଼ନ୍ତୁ:-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାଣିଶୁଣି ଟିମ୍ ଇଣ୍ଡିଆ ହାରିଛି, ଝଡ଼ ସୃଷ୍ଟି କଲା ଏହି ଦିଗ୍ଗଜ ଖେଳାଳିଙ୍କ ବୟାନ

ଅଧିକ ପଢ଼ନ୍ତୁ:-ବର୍ଷା ବିଗାଡ଼ିବ ଟିମ୍ ଇଣ୍ଡିଆର ଖେଳ! ଜାଣନ୍ତୁ ନଭେମ୍ୱର ୨ରେ କେମିତି ରହିବ ଆଡିଲେଡରେ ପାଣିପାଗ

 

ସେପଟେ ଦୀପକ ହୁଡାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ଏପରି କିଛି ରହିପାରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ-ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ମହମ୍ମଦ ଶାମି, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ ।