IND vs BAN: ଶୁବମନ ଗିଲ ମାରିଲେ ଚତ୍ମକାର ଶତକ, ପଛରେ ପଡ଼ିଗଲେ ବିରାଟ କୋହଲି
Advertisement

IND vs BAN: ଶୁବମନ ଗିଲ ମାରିଲେ ଚତ୍ମକାର ଶତକ, ପଛରେ ପଡ଼ିଗଲେ ବିରାଟ କୋହଲି

Shubman Gill Century: ଶୁବମନ ଗିଲ ନିଜ ODI କ୍ୟାରିୟରର ପଞ୍ଚମ ଶତକ ହାସଲ କରିଛନ୍ତି । ସେ ଏସିଆ କପ୍ ସୁପର ଫୋରର ଶେଷ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଏହି ଶତକ ମାରିଛନ୍ତି ।

ସୌ: ସୋସିଆଲ ମିଡିଆ

Shubman Gill Century: ଏସିଆ କପ୍ ସୁପର ଫୋରର ଶେଷ ମ୍ୟାଚ୍‌ରେ ଭାରତୀୟ ଯୁବ ଓପନର୍ ଶୁବମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ନିଜର ଦିନିକିଆ କ୍ୟାରିୟରର ପଞ୍ଚମ ଶତକ କରି ଗିଲ ଟିମ୍ ଇଣ୍ଡିଆକୁ ଅସୁବିଧାରୁ ଉଦ୍ଧାର କରିଥିଲେ । ଏହା ସହ ସେ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଏହା ହେଉଛି ଗିଲର ଚଳିତ ବର୍ଷର ଷଷ୍ଠ ଅନ୍ତର୍ଜାତୀୟ ଶତକ । ସେ ବିରାଟ କୋହଲିଙ୍କ ୫ଟି ଶତକକୁ ପଛରେ ପକାଇଛନ୍ତି । କୋହଲି ଚଳିତ ବର୍ଷ ୫ଟି ଆନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି ।

୧୧୭ ବଲରେ ଶୁବମନ ଗିଲ ନିଜର ଶତକ ପୂରଣ କରିଥିଲେ । କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗିଲ ତାଙ୍କ ଶତକୀୟ ଇନିଂସରେ ୬ଟି ଚୌକା ଓ ୪ଟି ଛକା ମାରିଥିଲେ । ଏହାପୂର୍ବରୁ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ପାଇଁ ୨୬୫ ରନ୍ ସଂଗ୍ରହ କରିଥିଲା । ଶାକିବ ଅଲ ହାସନ ବାଂଲାଦେଶ ପାଇଁ ୮୦ ରନର ସର୍ବାଧିକ ଇନିଂସ ଖେଳିଥିଲେ ।

ଶୁଭମାନ ଗିଲ ୩୬ଟି ଇନିଂସରେ ହାସଲ କରିଛନ୍ତି ଷଷ୍ଠ ଶତକ 
୨୦୨୩ ମସିହାରେ ଗିଲ ୩୬ଟି ଇନିଂସରେ ୬ଟି ଆନ୍ତର୍ଜାତୀୟ ଶତକ ହାସଲ କରିଥିବାବେଳେ କୋହଲି ୨୨ ଇନିଂସରେ ୫ଟି ଶତକ ହାସଲ କରିଛନ୍ତି । ଏହା ସମେତ ୨୪ ବର୍ଷୀୟ ଗିଲ ଏସିଆ କପ୍ ୨୦୨୩ ରେ ସର୍ବାଧିକ ରନ୍ ସ୍କୋରର ବ୍ୟାଟ୍ସମ୍ୟାନ୍ ହୋଇ ଯାଇଛନ୍ତି ।

ଏହି ବର୍ଷ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ଗିଲ୍
ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ କିଛି ସମୟ ପାଇଁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିବା ଶୁବମନ ଗିଲ ନେପାଳ ଓ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ବର୍ତ୍ତମାନ ଏକ ଶତକୀୟ ସ୍କୋର କରିଛନ୍ତି । କେବଳ ଏତିକି ନୁହେଁ ଗିଲ ଚଳିତ ବର୍ଷ ODI କ୍ରିକେଟରେ ୧୦୦୦ ରନ୍ ମଧ୍ୟ ପୂରଣ କରିଛନ୍ତି । ଗିଲ ମାତ୍ର ୧୭ଟି ଇନିଂସରେ ଏହି ସଂଖ୍ୟା ଛୁଇଁଥିଲେ । ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଚଳିତ ବର୍ଷ ୧୦୦୦ ରନ୍ ସଂଗ୍ରହ କରି ପାରିନାହାଁନ୍ତି । ମୋଟ ଉପରେ, ଚଳିତ ବର୍ଷ ତିନୋଟି ଫର୍ମାଟରେ ଗିଲଙ୍କ ଏହା ଷଷ୍ଠ ଶତକ ଅଟେ । ସେ ମଧ୍ୟ ଟି-୨୦ ଓ ଟେଷ୍ଟରେ ଗୋଟିଏ ଲେଖାଁଏ ଶତକ ହାସଲ କରିଛନ୍ତି ।

ଏହା ବି ପଢ଼ନ୍ତୁ:  Virat Kohli Viral Video: ୱାଟରବୟ ହେଲେ କୋହଲି, 'ଅଭିନୟ' ଦେଖି ହସିପକାଇବେ ଆପଣ, ଦେଖନ୍ତୁ ଭିଡିଓ

ଏହା ବି ପଢ଼ନ୍ତୁ: ICC ର଼୍ୟାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ, ଦ୍ୱିତୀୟ ନମ୍ୱରରେ ପହଞ୍ଚିଲେ ଶୁବମନ୍ ଗିଲ୍, ଟପ୍-10 କୁ ଫେରିଲେ କୋହଲି-ରୋହିତ