IND vs BAN 1st Test: ଚଟ୍ଟଗ୍ରାମରେ ଇତିହାସ ରଚିଲେ କୁଳଦୀପ ଯାଦବ, ଏଭଳି କାରନାମା କରିବାରେ ଦ୍ୱିତୀୟ ଭାରତୀୟ
Advertisement
Article Detail0/zeeodisha/odisha1488215

IND vs BAN 1st Test: ଚଟ୍ଟଗ୍ରାମରେ ଇତିହାସ ରଚିଲେ କୁଳଦୀପ ଯାଦବ, ଏଭଳି କାରନାମା କରିବାରେ ଦ୍ୱିତୀୟ ଭାରତୀୟ

INDvsBAN: କୁଳଦୀପ ଘରୋଇ ଦଳକୁ ପ୍ରଥମ ଝଟକା ଦେଇଥିଲେ। ଯାହା ଫଳରେ ତାଙ୍କୁ ମୋଟ ୫ଟି ଓ୍ୱିକେଟ ମିଳିଥିଲା। ତୃତୀୟ ଦିନ ଶେଷ ସୁଦ୍ଧା ବାଂଲାଦେଶ ୧୫୦ ରନ କରି ଆଲ ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ମୁସଫିକର ରହିମ ସର୍ବାଧିକ ୨୮ ରନ କରିଥିବା ବେଳେ ଲିଟନ ଦାନ ୨୪ ରନ କରିଥିଲେ।

IND vs BAN 1st Test: ଚଟ୍ଟଗ୍ରାମରେ ଇତିହାସ ରଚିଲେ କୁଳଦୀପ ଯାଦବ, ଏଭଳି କାରନାମା କରିବାରେ ଦ୍ୱିତୀୟ ଭାରତୀୟ

IND vs BAN 1st Test:  ନୂଆଦିଲ୍ଲୀ: ଚଟ୍ଟଗାଓଁରେ ଘରୋଇ ବାଂଲାଦେଶ (Bangladesh) ଓ ଭାରତ (India) ମଧ୍ୟରେ ଖେଳାଯାଉଛି ପ୍ରଥମ ଟେଷ୍ଟ (First Test)। ତେବେ ଗତ ୧୪ ତାରିଖରେ ୨୮ତମ ଜନ୍ମ ଦିବସ ପାଳନ କରିଥିବା କୁଳଦୀପ ଯାଦବ (Kuldeep Yadav) ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଟେଷ୍ଟର (First Test) ଦ୍ୱିତୀୟ ଦିନରେ ୪୦ ରନ ଦେଇ ୫ଟି ଓ୍ୱିକେଟ ହାତେଇଛନ୍ତି। ସେହିପରି ମହମ୍ମଦ ସିରାଜ (Mohammed Siraj) ୩ଟି ଓ ଉମେଶ ଯାଦବ (Umesh Jadav) ଏବଂ ଅକ୍ଷର ପଟେଲ (Axar Patel) ଗୋଟିଏ ଲେଖାଏଁ ଓ୍ୱିକଟେ ହାତେଇଥିଲେ। ଫଳରେ ଘରୋଇ ବାଂଲାଦେଶ (Bangladesh) ବ୍ୟାଟିଂ ବିପର୍ଯୟର ସମ୍ମୁଖିନ ହୋଇଛନ୍ତି। ସେପଟେ ଭାରତ (India) ପ୍ରଥମ ଇନିଂସରେ ୪୦୪ ରନରେ ପାଳି ଘୋଷଣା କରିଛି। ଜବାବରେ ବାଂଲାଦେଶ (Bangladesh) ଦ୍ୱିତୀୟ ଦିନରେ ଖେଳ ଶେଷ ହେବା ବେଳକୁ ୮ ଓ୍ୱିକେଟ ହରାଇ ୧୩୮ ରନ କରିଥିଲା। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଏକ ମଜବୁତ ସ୍ଥିତିରେ ରହିଛି। 

ତୃତୀୟ ଦିନ ଆରମ୍ଭରୁ କୁଳଦୀପ ଘରୋଇ ଦଳକୁ ପ୍ରଥମ ଝଟକା ଦେଇଥିଲେ। ଯାହା ଫଳରେ ତାଙ୍କୁ ମୋଟ ୫ଟି ଓ୍ୱିକେଟ ମିଳିଥିଲା। ତୃତୀୟ ଦିନ ଶେଷ ସୁଦ୍ଧା ବାଂଲାଦେଶ ୧୫୦ ରନ କରି ଆଲ ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ମୁସଫିକର ରହିମ ସର୍ବାଧିକ ୨୮ ରନ କରିଥିବା ବେଳେ ଲିଟନ ଦାନ ୨୪ ରନ କରିଥିଲେ। ଦିନିକିଆ ସିରିଜରେ ହିରୋ ସାଜିଥିବା ମେହଦି ହାସନ ୨୫ ରନ କରିଥିଲେ। ଫଳରେ ଭାରତ ଦ୍ୱିତୀୟ ଇନିଂସରେ ବେଶ ମଜବୁତ ସ୍ଥିତିରେ ରହିଛି। ଶୁବମନ ଗିଲ ଶତକୀୟ ଇନିଂସ ଖେଳି ଦଳକୁ ଏକ ମଜବୁତ ସ୍ଥିତିରେ ରଖିଛନ୍ତି। ସେ ଏକାକୀ ୧୪୯ ବଲ ଖେଳି ୧୦ଟି ଚୌକା ଓ ୨ଟି ଛକା ସହାୟତାରେ ୧୦୪ ରନରେ ଖେଳ ଜାରି ରଖିଛନ୍ତି। ତାଙ୍କ ସହିତ କ୍ରିଜରେ ଚେତେଶ୍ୱର ପୂଜାରା ୮୫ ବଲ ଖେଳି ୪୫ ରନ କରି ଅପରାଜିତ ରହିଛନ୍ତି। ଏହା ମଧ୍ୟରେ ସେ ୪ଟି ଚୌକା ଖେଳିଛନ୍ତି। 

ତେବେ କୁଳଦୀପଙ୍କ ଏହି ରେକର୍ଡ ପୂର୍ବରୁ ଭୁବନେଶ୍ୱର କୁମାର ସବୁ ଫର୍ମାଟରେ ୫ଟି ଓ୍ୱିକେଟ ହାତେଇବାରେ ପ୍ରଥମ ଭାରତୀୟ ଖେଳାଳି ରହିଥିଲେ। କୁଳଦୀପ ଯାଦବ ବାଂଲାଦେଶର ଇବାଦତ ହୁସେନଙ୍କୁ ପନ୍ତଙ୍କ ହାତରେ ଆଉଟ କରାଇଥିଲେ। ଇବାଦତଙ୍କ ଓ୍ୱିକେଟ ସହିତ ସେ ମୋଟ ୫ଟି ଓ୍ୱିକେଟ ହାତେଇଥିଲେ। ସେ ଭାରତ ପାଇଁ ବର୍ତ୍ତମାନ ସୁଦ୍ଧା ମୋଟ ୮ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି। ଏହା ମଧ୍ୟରେ ସେ ମୋଟ ୩୧ଟି ଓ୍ୱିକେଟ ହାତେଇଛନ୍ତି। ତାଙ୍କର ସବୁଠାରୁ ଶ୍ରେଷ୍ଠ ଇନିଂସ ପ୍ରଦର୍ଶନ ହେଉଛି ୪୦/୫ ବେଳେ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୧୯/୬। କୁଳଦୀପ ଯାଦବ ଚଟ୍ଟୋଗ୍ରାମରେ ପ୍ରଥମ ପାଳିରେ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ମୋଟ ୪୦ ରନ ଦେଇ ୫ଟି ଓ୍ୱିକେଟ ହାତେଇଛନ୍ତି। ଏବେ ତାଙ୍କ ଆଗରେ ମ୍ୟାଚ ବେଷ୍ଟ ବୋଲିଂ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ସେ କେବଳ ଦୁଇଟି ଓ୍ୱିକେଟ ହାତେଇ ପାରିଲେ ଏହି ରେକର୍ଡକୁ ଭାଙ୍ଗି ପାରିବେ ।