IND vs BAN: ଚେନ୍ନାଇ ଟେଷ୍ଟରେ ଡ୍ରାଇଭିଂ ସିଟରେ ଟିମ୍ ଇଣ୍ଡିଆ, ତୃତୀୟ ଦିନରେ ଗିଲ୍-ପନ୍ତ ଏବଂ ଅଶ୍ୱିନ୍ କଲେ କମାଲ୍
Advertisement
Article Detail0/zeeodisha/odisha2440507

IND vs BAN: ଚେନ୍ନାଇ ଟେଷ୍ଟରେ ଡ୍ରାଇଭିଂ ସିଟରେ ଟିମ୍ ଇଣ୍ଡିଆ, ତୃତୀୟ ଦିନରେ ଗିଲ୍-ପନ୍ତ ଏବଂ ଅଶ୍ୱିନ୍ କଲେ କମାଲ୍

IND vs BAN 1st Test Day 3: ଭାରତ ୪ ୱିକେଟ୍ ହରାଇ ୨୮୭ ରନ କରିବା ପରେ ନିଜ ଦ୍ୱିତୀୟ ଇନିଂସର ପାଳି ଘୋଷଣା କରିଥିଲା। ଶୁବମନ ଗିଲ ଓ ଋଷଭ ପନ୍ତ ଶତକ ହାସଲ କରିଥିଲେ। ୧୭୬ ବଲରେ ୧୧୯ ରନ୍ ସ୍କୋର କରିବା ପରେ ଗିଲ ଅପରାଜିତ ରହିଥିଲେ। ଦୀର୍ଘ ଦିନ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ପନ୍ତ ୧୨୮ ବଲରେ ୧୦୯ ରନ୍ ସ୍କୋର କରିଥିଲେ। 

 

IND vs BAN 1st Test Day 3

IND vs BAN 1st Test Day 3 Highlights: ଚେନ୍ନାଇ ଗ୍ରାଉଣ୍ଡରେ ଭାରତ ବନାମ ବାଂଲାଦେଶ ପ୍ରଥମ ଟେଷ୍ଟ ଖେଳାଯାଉଛି। ତୃତୀୟ ଦିନରେ ମଧ୍ୟ ଭାରତର ଆଧିପତ୍ୟ ଜାରି ରହିଥିଲା। ଚେନ୍ନାଇର ଡ୍ରାଇଭିଂ ସିଟରେ ଟିମ୍ ଇଣ୍ଡିଆ ଅଛି। ଆୟୋଜକ ଇଣ୍ଡିଆ ବାଂଲାଦେଶ ପାଇଁ ୫୧୫ ରନ୍‌ର ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଖରାପ ଆଲୋକ ଯୋଗୁଁ ଶନିବାର ଦିନ ଖେଳ ଶେଷ ହୋଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶର ଦ୍ୱିତୀୟ ଇନିଂସ ସ୍କୋର ୩୭.୨ ଓଭରରେ ୧୫୮/୪ ଥିଲା। କ୍ୟାପଟେନ ନାଜମୁଲ ହୁସେନ୍ ଶାନ୍ତୋ ୫୧ ରନ୍ ଓ ଶାକିବ ଅଲ ହାସନ ୫ ରନ କରି ଅପରାଜିତ ଅଛନ୍ତି।

ବାଂଲାଦେଶ ଦଳ ପାଇଁ ମୁଶଫିକୁର ରହୀମ ଏବଂ ମୋମିନୁଲ ହକ ୧୩ ରନ୍ ଲେଖାଁଏ ସ୍କୋର କରିଥିଲେ। ଶାଦମାନ ଇସଲାମ ୩୫ ଓ ଜାକିର ହାସନ ୩୩ ରନ ସ୍କୋର କରି ଆଉଟ୍ ହୋଇଥିଲେ। ଭାରତ ତରଫରୁ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତିନୋଟି ୱିକେଟ୍ ନେଇଛନ୍ତି ଏବଂ ଜସପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ନେଇଥିଲେ।

ଏହାପୂର୍ବରୁ ଭାରତ ୪ ୱିକେଟ୍ ହରାଇ ୨୮୭ ରନ କରିବା ପରେ ଦ୍ୱିତୀୟ ଇନିଂସର ପାଳି ଘୋଷଣା କରିଥିଲା। ଶୁବମନ ଗିଲ ଓ ଋଷଭ ପନ୍ତ ଶତକ ହାସଲ କରିଥିଲେ। ୧୭୬ ବଲରେ ୧୧୯ ରନ୍ ସ୍କୋର କରିବା ପରେ ଗିଲ ଅପରାଜିତ ରହିଥିଲେ। ଦୀର୍ଘ ଦିନ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ପନ୍ତ ୧୨୮ ବଲରେ ୧୦୯ ରନ୍ ସ୍କୋର କରିଥିଲେ। ୨୨ ରନ୍ ସ୍କୋର କରିବା ପରେ କେଏଲ ରାହୁଲ ଅପରାଜିତ ରହିଥିଲେ।

କହିରଖୁଛୁ ଯେ ଟସ୍ ଜିତିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଶତକ ଏବଂ ରବିନ୍ଦ୍ର ଜାଡେଜା ଓ ଯଶସ୍ୱୀ ଜୈସୱାଲଙ୍କ ଅର୍ଦ୍ଧଶତକ ଆଧାରରେ ବୋର୍ଡରେ ପ୍ରଥମ ଇନିଂସରେ ୩୭୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ବାଂଲାଦେଶ ନିଜ ପ୍ରଥମ ଇନିଂସରେ ୧୪୯ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଏହିପରି ଭାବେ ପ୍ରଥମ ଇନିଂସ ପରେ ଭାରତ ୨୨୭ ରନରେ ଆଗୁଆ ରହିଥିଲା।

Also Read: Sun and ketu transit 2024: ୧୧୧ ବର୍ଷ ପରେ ସୂର୍ଯ୍ୟ-କେତୁ ମିଶି ବନାଉଛନ୍ତି ଦୁର୍ଲଭ ସଂଯୋଗ, ଏହି ରାଶି ମାନେ ହେବେ ଧନବାନ!

Also Read: Delhi New CM: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ, LG ଭିକେ ସକ୍ସେନା କରାଇଲେ ଶପଥ ପାଠ