IND vs AUS 3rd Test: ଇନ୍ଦୋର ପିଚ୍ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ICC, ଲଗାଇଲା ଏକ ବଡ ଜରିମାନା
Advertisement

IND vs AUS 3rd Test: ଇନ୍ଦୋର ପିଚ୍ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ICC, ଲଗାଇଲା ଏକ ବଡ ଜରିମାନା

IND vs AUS 3rd Test: ତୃତୀୟ ଟେଷ୍ଟ ପାଇଁ ବ୍ୟବହୃତ ଇନ୍ଦୋର ପିଚ୍ ଆଇସିସି ପିଚ୍ ଆଣ୍ଡ ଆଉଟଫିଲ୍ଡ ମନିଟରିଂ ପ୍ରକ୍ରିୟା ଅଧୀନରେ ଦ୍ୱାରା ଖରାବ ମାନ୍ୟତା ପାଇଛି ।

ସାଙ୍କେତିକ ଛବି

Indore Test Pitch: ଇନ୍ଦୋରର ହୋଲକର ଷ୍ଟାଡିୟମରେ (Holkar Stadium) ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ବୋର୍ଡର-ଗାଭାସ୍କର ସିରିଜ୍ ଅଧୀନରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଅଢେଇ ଦିନ ମଧ୍ୟ ତିଷ୍ଠିପାରି ନାହିଁ । ତୃତୀୟ ଦିନ ଆରମ୍ଭ ହେବା ମାତ୍ରେ ପ୍ରାୟ ଏକ ଘଣ୍ଟା ମଧ୍ୟରେ ଏହି ଟେଷ୍ଟ ମ୍ୟାଚ୍ ଶେଷ ହୋଇଥିଲା । ଏହି ଟେଷ୍ଟ ପରେ ପୁଣି ଥରେ ପିଚକୁ ନେଇ ପ୍ରଶ୍ନ ଉଠିଛି । ଏହି ସମୟରେ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିର (ICC) ବୟାନ ମଧ୍ୟ ସାମ୍ନାକୁ ଆସିଛି । ତୃତୀୟ ଟେଷ୍ଟ ପାଇଁ ବ୍ୟବହୃତ ପିଚ୍ ଆଇସିସି ପିଚ୍ ଆଣ୍ଡ ଆଉଟଫିଲ୍ଡ ମନିଟରିଂ ପ୍ରକ୍ରିୟା ଅଧୀନରେ ଆଇସିସି ଦ୍ୱାରା ଖରାପ ମାନ୍ୟତା ପାଇଛି । ଉଭୟ ଦଳର ସ୍ପିନରଙ୍କୁ ପ୍ରଥମ ଦିନ ଆରମ୍ଭରୁ ପିଚରୁ ସାହାଯ୍ୟ ମିଳିଥିଲା, ଯେଉଁଥିରେ ୧୪ ୱିକେଟ୍ ପଡିଥିଲା । ସମଗ୍ର ମ୍ୟାଚ୍ ସମୟରେ ପଡିଥିବା ୩୧ ୱିକେଟ୍ ମଧ୍ୟରୁ ୨୬ ଟି ୱିକେଟ୍ ସ୍ପିନର ନେଇଥିବାବେଳେ କେବଳ ଚାରିଟି ୱିକେଟ୍ ଦ୍ରୁତ ବୋଲରଙ୍କ ଖାତାକୁ ଯାଇଥିଲା ।

ତୃତୀୟ ଟେଷ୍ଟରେ ଉଭୟ ଦଳର ଅଧିନାୟକଙ୍କ ସହ ପରାମର୍ଶ କରିବା ପରେ ଆଇସିସି ମ୍ୟାଚ୍ ରେଫରି କ୍ରିସ୍ ବ୍ରଡ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି । ଏହା ପରେ ହୋଲକର ଷ୍ଟାଡିୟମକୁ ତିନୋଟି ଡିମେରିଟ୍ ପଏଣ୍ଟ ଦିଆଯାଇଛି । ଯଦି ବିସିସିଆଇ ବର୍ତ୍ତମାନ ଏହା ବିରୋଧରେ ଅପିଲ କରିବାକୁ ଚାହେଁ, ତେବେ ୧୪ ଦିନ ସମୟ ରହିଛି । ପିଚ୍‌ ବିଷୟରେ କଥାବାର୍ତ୍ତା କରି କ୍ରିସ୍ ବ୍ରଡ୍ କହିଛନ୍ତି - ପିଚ୍ ବହୁତ ଶୁଖିଲା ଥିଲା । ଏହା ବ୍ୟାଟ୍ ଓ ବଲ୍ ମଧ୍ୟରେ ସନ୍ତୁଳନ ଯୋଗାଇ ନଥିଲା । ଆରମ୍ଭରୁ ହିଁ ସ୍ପିନରଙ୍କୁ ସୁହାଉଥିବା ପରି ମନେ ହେଉଥିଲା ।

ଏକ ବର୍ଷ ପାଇଁ ହୋଇପାରେ ସସ୍ପେଣ୍ଡ
“ମ୍ୟାଚର ପଞ୍ଚମ ବଲରେ ପିଚ୍ ଖରାପ ହେବା ଆରମ୍ଭ ହୋଇଥିଲା । ଏଥିରେ କୌଣସି ସିମ୍ ଗତି ନଥିଲା । ସମଗ୍ର ମ୍ୟାଚ୍‌ରେ ଅତ୍ୟଧିକ ଅସମାନ ବାଉନ୍ସ ରହିଥିଲା । ଆଇସିସି ପିଚ୍ ଓ ଆଉଟଫିଲ୍ଡ ମନିଟରିଂ ପ୍ରକ୍ରିୟା ଅନୁଯାୟୀ, ପାଞ୍ଚ ବର୍ଷ କିମ୍ବା ଅଧିକରୁ ଅଧିକ ଡିମେରିଟ୍ ପଏଣ୍ଟ ପାଇଥିବା ଏକ ପିଚ୍ ଏକ ବର୍ଷ ପାଇଁ କୌଣସି ଆନ୍ତର୍ଜାତୀୟ କ୍ରିକେଟ୍ ଆୟୋଜନରୁ ନିଲମ୍ବିତ ହୋଇଥାଏ ।

କହିରଖୁଛୁ ଯେ ଭାରତ ଓ ଅଷ୍ଟ୍ରେଲିଆ (India and Australia) ମଧ୍ୟରେ ଇନ୍ଦୋରରେ (Indore) ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଚମତ୍କାର ପ୍ରଦର୍ଶନ କରିଛି ଓ ମ୍ୟାଚକୁ ୯ ୱିକେଟରେ ଜିତିନେଇଛି ​​। ଇନ୍ଦୋରରେ ଏହା ଭାରତର (Team India) ପ୍ରଥମ ପରାଜୟ ଥିଲା ଓ ଦଳର ଖରାପ ପ୍ରଦର୍ଶନ ପଛରେ ଅନେକ କାରଣ ରହିଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରୁ ପଛରେ ରହିଯାଇଥିଲା ଓ ଅଷ୍ଟ୍ରେଲିଆ ପାଇଥିବା ଅଗ୍ରଣି ଶେଷ ପର୍ଯ୍ୟନ୍ତ ରହିଥିଲା ଓ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇ ପାରି ନ ଥିଲା ।

ଏହା ବି ପଢ଼ନ୍ତୁ: IND vs AUS: ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ କାହିଁକି ହାରିଗଲା ଟିମ୍ ଇଣ୍ଡିଆ? ଏଠାରେ ଜଣାନ୍ତୁ ପରାଜୟର ୫ଟି ବଡ଼ କାରଣ