IND vs AU: ଉମ୍ରାନ ମଲିକ ତିଲକ ନଲଗାଇବା ବିବାଦ ପରେ ସାମ୍ନାକୁ ଆସିଲା ନୂଆ ଫଟୋ, ସମାଲୋଚକଙ୍କୁ ମିଳିଲା ମୁହଁତୋଡ଼ ଜବାବ
Advertisement

IND vs AU: ଉମ୍ରାନ ମଲିକ ତିଲକ ନଲଗାଇବା ବିବାଦ ପରେ ସାମ୍ନାକୁ ଆସିଲା ନୂଆ ଫଟୋ, ସମାଲୋଚକଙ୍କୁ ମିଳିଲା ମୁହଁତୋଡ଼ ଜବାବ

IND vs AU: ଶନିବାର ଅର୍ଥାତ ଫେବୃଆରୀ ୪ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଉଭୟ ଖେଳାଳି ହୋଟେଲରେ ତିଲକ (Tilak) ଲଗାଇବାକୁ ମନା କରିଥିବାର ନଜର ଆସିଛନ୍ତି । ଏହା ପରେ ଉଭୟଙ୍କୁ ଅନେକ ଲୋକ ଟ୍ରୋଲ କରିଥିଲେ ଓ କିଛି ଲୋକ ସେମାନଙ୍କୁ ସମର୍ଥନ କରିଥିଲେ ।

IND vs AU: ଉମ୍ରାନ ମଲିକ ତିଲକ ନଲଗାଇବା ବିବାଦ ପରେ ସାମ୍ନାକୁ ଆସିଲା ନୂଆ ଫଟୋ, ସମାଲୋଚକଙ୍କୁ ମିଳିଲା ମୁହଁତୋଡ଼ ଜବାବ

Umran Malik Tilak Controversy: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (India vs Australia Test Series) ଫେବୃଆରୀ ୯ରୁ ଆରମ୍ଭ ହେବାର ଅଛି । ସିରିଜ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭାରତର ଦୁଇ ଷ୍ଟାର୍ ଖେଳାଳି ମହମ୍ମଦ ସିରାଜ (Mohammad Siraj) ଓ ଉମ୍ରାନ ମଲିକ (Umran Malik) ଙ୍କ ନାମ ବିବାଦ ଭିତରକୁ ଟାଣି ହୋଇଯାଇଛି । ଶନିବାର (ଫେବୃଆରୀ ୪) ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଉଭୟ ଖେଳାଳି ହୋଟେଲରେ ତିଲକ (Tilak) ଲଗାଇବାକୁ ମନା କରିଥିବାର ନଜର ଆସିଛନ୍ତି । ଏହା ପରେ ଉଭୟଙ୍କୁ ଅନେକ ଲୋକ ଟ୍ରୋଲ କରିଥିଲେ ଓ କିଛି ଲୋକ ସେମାନଙ୍କୁ ସମର୍ଥନ କରିଥିଲେ ।

ଏହି ସମୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏଥିରେ ଉମ୍ରାନ ମଲିକ ନିଜ ମଥାରେ ତିଲକଙ୍କ ଲଗାଇଉଥିବାର ଦେଖାଯାଉଛି । ଟିମ୍ ଇଣ୍ଡିଆର ପ୍ରଶଂସକମାନେ ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରିବା ଆରମ୍ଭ କରିଛନ୍ତି । ଏହି ଫଟୋ ଉମ୍ରାନ ମଲିକଙ୍କ ସମାଲୋଚକମାନଙ୍କୁ କଡ଼ା ଜବାବ ଦେଇଛନ୍ତି । ଶନିବାର ଭାଇରାଲ ହୋଇଥିବା ଭିଡିଓରେ ମହମ୍ମଦ ସିରାଜ ଓ ଉମ୍ରାନ ମଲିକଙ୍କ ବ୍ୟତୀତ ବ୍ୟାଟ୍ସମ୍ୟାନ୍ କୋଚ୍ ବିକ୍ରମ ରାଠୋର (Vikram Rathore) ମଧ୍ୟ ତିଲକ ଲଗାଇବାକୁ ମନା କରି ଦେଇଥିଲେ । ତାଙ୍କ ବ୍ୟତୀତ ଦଳର ଅନ୍ୟ କିଛି ସଦସ୍ୟ ମଧ୍ୟ ଏପରି କରିଥିଲେ । କିନ୍ତୁ ମହମ୍ମଦ ସିରାଜ ଓ ଉମ୍ରାନ ମଲିକ ମୁସଲମାନ ହୋଇଥିବାରୁ ସେମାନଙ୍କୁ ସହଜରେ ଟାର୍ଗେଟ କରାଯାଇଛି । 

ଭାରତୀୟ ଦଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦଳର ସମସ୍ତ ସଦସ୍ୟ ହୋଟେଲ ଭିତରକୁ ଯାଉଛନ୍ତି । ଏହି ସମୟରେ ହୋଟେଲ କର୍ମଚାରୀ ତିଲକ ଲଗାଇ ଦଳର ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରୁଛନ୍ତି । କିନ୍ତୁ ଟିମ୍ ଇଣ୍ଡିଆର କିଛି ସଦସ୍ୟ ତିଲକ ଲଗାଇବାକୁ ମନା କରି ଦେଇଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଉମ୍ରାନ ମଲିକ, ମହମ୍ମଦ ସିରାଜ, ବିକ୍ରମ ରାଠୋର ଏବଂ ହରି ପ୍ରସାଦ ମୋହନ ତିଲକ ଲଗାଇବାକୁ ମନା କରି ଦେଇଛନ୍ତି । ଅବଶ୍ୟ, ଦଳର ଅବଶିଷ୍ଟ ସଦସ୍ୟମାନେ ତିଲକ ଲଗାଉଛନ୍ତି ଓ ଅନେକ ସଦସ୍ୟ ସେମାନଙ୍କ ଚଷମା ଆଖିରୁ ବାହାର କରିବା ପରେ ମଧ୍ୟ ତିଲକ ଲଗାଇଛନ୍ତି ।

ଅଧିକ ପଢ଼ନ୍ତୁ:-କୋହଲି ଓ ରୋହିତଙ୍କ ମଧ୍ୟରେ ଥିଲା ଶତ୍ରୁତା! ପୂର୍ବତନ କୋଚ୍ କରିଥିଲେ ଏଥିରେ ହସ୍ତକ୍ଷେପ, ଏପରି ହେଲା ଖୁଲାସା

ଅଧିକ ପଢ଼ନ୍ତୁ:-ଏଠାରେ ପତିଙ୍କ ଆଗରେ ପତ୍ନୀ ପରପୁରୁଷ ସହ ରଖନ୍ତି ଶାରୀରିକ ସମ୍ପର୍କ!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ କେତେ କୋଟି ଟଙ୍କାର ମାଲିକ? ଜାଣିଲେ ଆପଣଙ୍କ ଉଡ଼ିଯିବ ହୋସ୍!​

ଅନେକ ସମାଲୋଚକ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ସମାଲୋଚକମାନେ କହିଛନ୍ତି ଯେ,  ସିରାଜ ଓ ଉମ୍ରାନ ମଲିକ ସେମାନଙ୍କ ଧର୍ମକୁ ନେଇ ବହୁତ କଟ୍ଟର ଅଟନ୍ତି । ସେଥିପାଇଁ ଦୁହେଁ ତିଲକ ଲଗାଇବାକୁ ମନା କରିଦେଇଛନ୍ତି । ତେବେ ଉଭୟଙ୍କ ପ୍ରଶଂସକ ସମର୍ଥନରେ ଲେଖିଛନ୍ତି ଯେ, ବିକ୍ରମ ରାଠୌର ଓ ହରି ପ୍ରସାଦ ମଧ୍ୟ ତିଲକ ଲଗାଇ ନାହାଁନ୍ତି, କିନ୍ତୁ ସେମାନଙ୍କ ଉପରେ କେହି ବୟାନ ଦେଉ ନାହାଁନ୍ତି ।