India vs Australia 1st Test: ରବିନ୍ଦ୍ର ଜାଡେଜା ପ୍ରଥମ ଟେଷ୍ଟ ମ୍ୟାଚରୁ ହେବେ ବାହାର! ସାଥୀ ଖେଳାଳୀ ବଢ଼ାଇଲେ ଟେନସନ, ଜାଣନ୍ତୁ ପୂରା ଘଟଣା
Advertisement

India vs Australia 1st Test: ରବିନ୍ଦ୍ର ଜାଡେଜା ପ୍ରଥମ ଟେଷ୍ଟ ମ୍ୟାଚରୁ ହେବେ ବାହାର! ସାଥୀ ଖେଳାଳୀ ବଢ଼ାଇଲେ ଟେନସନ, ଜାଣନ୍ତୁ ପୂରା ଘଟଣା

India vs Australia 1st Test: ରବିନ୍ଦ୍ର ଜାଡେଜାଙ୍କୁ ଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସାମିଲ କରାଯାଇଛି । ଏହି ସମୟରେ ଭାରତର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ରବିନ୍ଦ୍ର ଜାଡେଜାଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ସେ ଏପରି ଜଣେ ଖେଳାଳିଙ୍କ ନାମ କହିଛନ୍ତି ଯିଏ ଏହି ସିରିଜରେ ରବିନ୍ଦ୍ର ଜାଡେଜାଙ୍କ ପାଇଁ ବିପଦ ବୋଲି ପ୍ରମାଣିତ ହୋଇପାରନ୍ତି ।

India vs Australia 1st Test: ରବିନ୍ଦ୍ର ଜାଡେଜା ପ୍ରଥମ ଟେଷ୍ଟ ମ୍ୟାଚରୁ ହେବେ ବାହାର! ସାଥୀ ଖେଳାଳୀ ବଢ଼ାଇଲେ ଟେନସନ, ଜାଣନ୍ତୁ ପୂରା ଘଟଣା

India vs Australia 1st Test: ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଦୀର୍ଘ ଦିନ ଧରି ଆଘାତରେ ପୀଡିତ ଥିଲେ । ବର୍ତ୍ତମାନ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ରେ ସାମିଲ କରାଯାଇଛି । ଏହି ସମୟରେ ଭାରତର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ (Ravi Shastri) ରବିନ୍ଦ୍ର ଜାଡେଜାଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ସେ ଏପରି ଜଣେ ଖେଳାଳିଙ୍କ ନାମ କହିଛନ୍ତି ଯିଏ ଏହି ସିରିଜରେ ରବିନ୍ଦ୍ର ଜାଡେଜାଙ୍କ ପାଇଁ ବିପଦ ବୋଲି ପ୍ରମାଣିତ ହୋଇପାରନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି (ଗୁରୁବାର) ଅର୍ଥାତ ଫେବୃଆରୀ ୯ରୁ ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ (VCA Stadium) ରେ ଖେଳାଯିବ ।

ରବି ଶାସ୍ତ୍ରୀ  (Ravi Shastri) ବିଶ୍ୱାସ କରନ୍ତି ଯେ, ସିରିଜର ପ୍ରଥମ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ରବିନ୍ଦ୍ର ଜାଡେଜା (Ravindra Jadeja) କିମ୍ୱା ଅକ୍ସର ପଟେଲ (Axar Patel) ଙ୍କ ମଧ୍ୟରୁ କେବଳ ଜଣେ ଖେଳାଳି ସାମିଲ ହେବେ । ଏକ ଟିଭି ଚ୍ୟାନେଲ ସହ କଥା ହୋଇ ରବି ଶାସ୍ତ୍ରୀ କହିଛନ୍ତି ଯେ, ଅକ୍ସର ପଟେଲ ମଧ୍ୟ ରବିନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳି । ଉଭୟ ବାମହାତୀ ସ୍ପିନ୍ ବୋଲର ଓ ନିମ୍ନ କ୍ରମରେ ବ୍ୟାଟିଂ କରି ଉପଯୋଗୀ ଇନିଂସ ଖେଳନ୍ତି । ସମାନ କୌଶଳ ହେତୁ ପ୍ଲେଇଙ୍ଗ 11ରେ ଉଭୟଙ୍କ ମଧ୍ୟରୁ ଜଣେ ସ୍ଥାନ ପକ୍କା କରିପାରିବେ ।

୩୩ ବର୍ଷୀୟ ରବିନ୍ଦ୍ର ଜାଡେଜା (Ravindra Jadeja) ଗତ ୫ ମାସ ଧରି ଟିମ୍ ଇଣ୍ଡିଆ (Team India) ର ଅଂଶ ନଥିଲେ । ତାଙ୍କ ସ୍ଥାନରେ ଅକ୍ସର ପଟେଲ (Axar Patel) ଦଳରେ ଖେଳିବାର ସୁଯୋଗ ପାଇଥିଲେ । ସାମ୍ପ୍ରତିକ ସମୟରେ ଅକ୍ସର ପଟେଲ ଏହି ତିନୋଟି ଫର୍ମାଟରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି, ଏଭଳି ପରିସ୍ଥିତିରେ ଅକ୍ସର ପଟେଲ ଅଧିନାୟକ ରୋହିତଙ୍କ ପ୍ରଥମ ପସନ୍ଦ ବୋଲି ପ୍ରମାଣିତ ହୋଇପାରନ୍ତି ।

ଅଧିକ ପଢ଼ନ୍ତୁ:-ସରକାର ଆରମ୍ଭ କଲେ ଆଉ ଏକ ପେନସନ ଯୋଜନା, କର୍ମଚାରୀଙ୍କୁ ମିଳିବ OPS ଅପେକ୍ଷା ଅଧିକ ଲାଭ!

ଅଧିକ ପଢ଼ନ୍ତୁ:-BCCI ଏହି ଖେଳାଳିଙ୍କୁ ସୁଯୋଗ ଦେଇ ନିଜ ଗୋଡ଼ରେ ମାରିଲା କୁରାଢ଼ୀ! ହାତରୁ ଯାଇପାରେ ବର୍ଡର-ଗାଭାସ୍କର ସିରିଜ୍

ଅଧିକ ପଢ଼ନ୍ତୁ:-RBI ନୂଆ ବର୍ଷରେ ଦେଲା ଜୋରଦାର ଝଟକା, ଦେଶର କୋଟି କୋଟି ଜନତାଙ୍କ ବଢ଼ିବ ସମସ୍ୟା!

ଏଠାରେ କହି ରଖୁଛୁ ଯେ, ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କୁ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା । ଏସିଆ କପ୍ ୨୦୨୨ (Asia Cup 2022) ରେ ରବିନ୍ଦ୍ର ଜାଡେଜା କେବଳ ୨ଟି ମ୍ୟାଚ୍ ଖେଳିବା ପରେ ଛାଡିଥିଲେ । ଏହା ପରେ ତାଙ୍କର ମଧ୍ୟ ଏହି ଆଘାତ ପାଇଁ ଅସ୍ତ୍ରୋପଚାର କରାଯାଇଥିଲା । ସେବେଠାରୁ ରବିନ୍ଦ୍ର ଜାଡେଜା ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) ରେ ଥିଲେ । ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ଖେଳାଳି ହେଉଛନ୍ତି ରବିନ୍ଦ୍ର ଜାଡେଜା । ରବିନ୍ଦ୍ର ଜାଡେଜା ୨୪.୭୧ ଏଭେରେଜରେ ଭାରତ ପାଇଁ ୬୦ଟି ଟେଷ୍ଟରେ ୨୪୨ ୱିକେଟ୍ ନେଇଛନ୍ତି ଓ ୩ଟି ଶତକ ସହିତ ୩୬.୫୭ ଏଭେରେଜରେ ୨୫୨୩ ରନ୍ ସ୍କୋର କରିଛନ୍ତି ।