IND vs AUS: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ମଧ୍ୟରେ ଏହି ଖରାପ ଖବର ଭାଙ୍ଗିଲା ପ୍ରଶଂସକଙ୍କ ହୃଦୟ, ଏହି ଖତରନାକ୍ ଖେଳାଳି ହଠାତ୍ ପୁରା ସିରିଜରୁ ହେଲେ ବାହାର!
Advertisement

IND vs AUS: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ମଧ୍ୟରେ ଏହି ଖରାପ ଖବର ଭାଙ୍ଗିଲା ପ୍ରଶଂସକଙ୍କ ହୃଦୟ, ଏହି ଖତରନାକ୍ ଖେଳାଳି ହଠାତ୍ ପୁରା ସିରିଜରୁ ହେଲେ ବାହାର!

IND vs AUS 1st Test: ଟିମ୍ ଇଣ୍ଡିଆର ଜଣେ ମ୍ୟାଚ୍ ୱିନର ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳି ପାରିବେ ନାହିଁ । ଭାରତୀୟ କ୍ରିକେଟ୍ ଦଳ ପାଇଁ ଏହା ଏକ ବଡ଼ ଝଟକା ଠାରୁ କମ୍ କହିଲେ ଅତୁକ୍ତ ହେବ ନାହିଁ । ଅଷ୍ଟ୍ରେଲିଆ ବିପକ୍ଷ ଏହି ପୂରା ଟେଷ୍ଟ ସିରିଜରେ ଖେଳିବାକୁ ସକ୍ଷମ ନଥିବା ଟିମ୍ ଇଣ୍ଡିଆର ଏହି ଖେଳାଳି ହେଉଛନ୍ତି ଅତ୍ୟନ୍ତ ବିପଜ୍ଜନକ ବୋଲର ।

IND vs AUS: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ମଧ୍ୟରେ ଏହି ଖରାପ ଖବର ଭାଙ୍ଗିଲା ପ୍ରଶଂସକଙ୍କ ହୃଦୟ, ଏହି ଖତରନାକ୍ ଖେଳାଳି ହଠାତ୍ ପୁରା ସିରିଜରୁ ହେଲେ ବାହାର!

India vs Australia 1st Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ (Border Gavaskar Trophy Series) ଭାରତୀୟ ମାଟିରେ ଜାରି ରହିଛି । ଏହି ସମୟରେ ପ୍ରଶଂସକଙ୍କ ହୃଦୟ ଭାଙ୍ଗିବା ଭଳି ଖବର ସାମ୍ନାକୁ ଆସିଛି । ପ୍ରକୃତରେ ଟିମ୍ ଇଣ୍ଡିଆ (Team India) ର ଜଣେ ମ୍ୟାଚ୍ ୱିନର ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ରେ ଖେଳି ପାରିବେ ନାହିଁ । ଭାରତୀୟ କ୍ରିକେଟ୍ ଦଳ ପାଇଁ ଏହା ଏକ ବଡ଼ ଝଟକା ଠାରୁ କମ୍ କହିଲେ ଅତୁକ୍ତ ହେବ ନାହିଁ । ଅଷ୍ଟ୍ରେଲିଆ ବିପକ୍ଷ ଏହି ପୂରା ଟେଷ୍ଟ ସିରିଜରେ ଖେଳିବାକୁ ସକ୍ଷମ ନଥିବା ଟିମ୍ ଇଣ୍ଡିଆର ଏହି ଖେଳାଳି ହେଉଛନ୍ତି ଅତ୍ୟନ୍ତ ବିପଜ୍ଜନକ ବୋଲର ।

ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଏହି ମ୍ୟାଚ୍ ୱିନରଙ୍କ ଅନୁପସ୍ଥିତିକୁ ଅନୁଭବ କରିବ । ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଦଳରେ ଏହି ଖେଳାଳିଙ୍କ ଅନୁପସ୍ଥିତିର କମିକୁ ମଧ୍ୟ ଭଲଭାବେ ଜାଣିଛନ୍ତି । ଇଂରାଜୀ ଖବରକାଗଜ ଟେଲିଗ୍ରାଫରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜସପ୍ରୀତ ବୁମ୍ରା (Jusprit Bumrah) ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ଶେଷ ଦୁଇଟି ଟେଷ୍ଟରେ ମଧ୍ୟ ଖେଳି ପାରିବେ ନାହିଁ । କାରଣ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ର ଜସପ୍ରୀତ ବୁମ୍ରାଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ଆଗକୁ ଦିନିକିଆ ବିଶ୍ୱକପ ୨୦୨୩ (ODI World Cup 2023) ମଧ୍ୟ ରହିଛି ।

ଆପଣଙ୍କୁ କହି ରଖୁଛୁ ଯେ, ଟିମ୍ ଇଣ୍ଡିଆର ଷ୍ଟାର୍ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jusprit Bumrah) ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ବାହାର ହୋଇସାରିଛନ୍ତି । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ଜସପ୍ରୀତ ବୁମରା ବର୍ଡର ଗାଭାସ୍କର ସିରିଜର ଶେଷ ଦୁଇଟି ଟେଷ୍ଟ ମ୍ୟାଚରେ ଖେଳି ପାରିବେ ନାହିଁ । ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଶେଷ ୨ଟି ଟେଷ୍ଟ  ମ୍ୟାଚ୍ ମୋହଲି ଓ ଅହମ୍ମଦାବାଦରେ ଖେଳାଯିବାର ଅଛି । ତେବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ  ବା ବିସିସିଆଇ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ଘୋଷଣା କରିନାହିଁ ।

ଅଧିକ ପଢ଼ନ୍ତୁ:-ଏହି ମହିଳାଙ୍କୁ ନିଜ ପୁଅ କଲା ଗର୍ଭବତୀ, ଦେଇସାରିଛି ସନ୍ତାନକୁ ଜନ୍ମ; ବାହାଘର ପାଇଁ ଛାଡ଼ିଥିଲେ ସ୍ୱାମୀଙ୍କ ସାଥ୍!

ଅଧିକ ପଢ଼ନ୍ତୁ:-ରବିନ୍ଦ୍ର ଜାଡେଜାଙ୍କ ଉପରେ ଲାଗିବ ୧୨ ମାସର ବ୍ୟାନ୍!

ଅଧିକ ପଢ଼ନ୍ତୁ:-ଜିଓ ଉପରେ ଭାରୀ ଏୟାରଟେଲର ଏହି ରିଚାର୍ଜ ପ୍ଲାନ! ୧୯୯ରେ ମିଳୁଛି ଅଧିକ ଦିନ ପାଇଁ ମାଗଣା ଡାଟା ଓ କଲିଂ

 

ମୋହାଲି ଓ ଅହମ୍ମଦାବାଦରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଶେଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଟିମ୍ ଇଣ୍ଡିଆର ଘୋଷଣା କରାଯାଇପାରେ । ଜସପ୍ରୀତ ବୁମ୍ରା (Jusprit Bumrah) ଙ୍କ ପ୍ରଶଂସକମାନେ ଚାହୁଁଛନ୍ତି ଯେ, ସେ ଆଇପିଏଲ୍ ୨୦୨୩ ପୂର୍ବରୁ ଭାରତ ପାଇଁ ଅତି କମରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳନ୍ତୁ । କିନ୍ତୁ ଏହାର ସମ୍ଭାବନା ବହୁତ କମ୍ ମନେ ହେଉଛି । ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ମହମ୍ମଦ ଶାମିଙ୍କ ଉପରେ ଦଳର ବୋଲିଂ ଆଟାକ୍ ଦାୟିତ୍ୱ ରହିଛି । ଗତ ୮-୯ ମାସ ଧରି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆରୁ ଦୂରେଇ ଅଛନ୍ତି । ଜସପ୍ରୀତ ବୁମ୍ରା ଶେଷ ଥର ପାଇଁ ସେପ୍ଟେମ୍ବର ୨୦୨୨ରେ ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜରେ ଖେଳିଥିଲେ ।