IND vs AUS: ଟିମ୍ ଇଣ୍ଡିଆକୁ ମିଳିଗଲା ଋଷଭ ପନ୍ତଙ୍କ ରିପ୍ଲେସମେଣ୍ଟ! ନମ୍ୱର-୫ରେ ଖେଳିବେ ଏହି ଧୁରନ୍ଧର
Advertisement

IND vs AUS: ଟିମ୍ ଇଣ୍ଡିଆକୁ ମିଳିଗଲା ଋଷଭ ପନ୍ତଙ୍କ ରିପ୍ଲେସମେଣ୍ଟ! ନମ୍ୱର-୫ରେ ଖେଳିବେ ଏହି ଧୁରନ୍ଧର

India vs Australia 1st ODI: ପ୍ରଥମ ଦିନିକିଆରେ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୫ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ କେଏଲ ରାହୁଲ ଚମତ୍କାର ବ୍ୟାଟିଂ କରି ଅପରାଜିତ ୭୫ ରନ କରିଛନ୍ତି । ଏହାସହ କେଏଲ ରାହୁଲ ଏହି ମ୍ୟାଚରେ ୱିକେଟ କିପର ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଏହା ପରେ ରାହୁଲ ବର୍ତ୍ତମାନ ଋଷଭ ପନ୍ତ  (Rishabh Pant) ଙ୍କ ସ୍ଥାନ ନେବାକୁ ଏକ ବଡ଼ ପ୍ରତିଯୋଗୀ ହୋଇପାରିଛନ୍ତି ।

IND vs AUS: ଟିମ୍ ଇଣ୍ଡିଆକୁ ମିଳିଗଲା ଋଷଭ ପନ୍ତଙ୍କ ରିପ୍ଲେସମେଣ୍ଟ! ନମ୍ୱର-୫ରେ ଖେଳିବେ ଏହି ଧୁରନ୍ଧର

India vs Australia 1st ODI: ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ବର୍ତ୍ତମାନ ଦଳରୁ ବାହାର ଅଛନ୍ତି । ଗତ ବର୍ଷ ଏକ କାର ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ (Rishabh Pant Accident) ହୋଇଥିଲେ । ଏଭଳି ପରିସ୍ଥିତିରେ ଋଷଭ ପନ୍ତଙ୍କ ଅନୁପସ୍ଥିତି ଟିମ ଇଣ୍ଡିଆ (Team India) ପାଇଁ ସମସ୍ୟା ସୃଷ୍ଟି କରିଥିଲା । କିନ୍ତୁ ଜଣେ ଖେଳାଳି ବର୍ତ୍ତମାନ ଋଷଭ ପନ୍ତ  (Rishabh Pant) ଙ୍କ ସ୍ଥାନ ନେବାକୁ ଏକ ବଡ଼ ପ୍ରତିଯୋଗୀ ହୋଇପାରିଛନ୍ତି । ପାଞ୍ଚ ନମ୍ବରରେ ବ୍ୟାଟିଂ କରିବା ସହିତ ସେ ନିଜ ୱିକେଟ୍ କିପିଂ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି । ଋଷଭ ପନ୍ତ  (Rishabh Pant)  ଙ୍କ ଆହତ ହେବା ପରେ କେ.ଏଲ୍ ରାହୁଲ (KL Rahul)  ତାଙ୍କୁ ରିପ୍ଲେସ୍ ପାଇଁ ଏକ ବଡ ପ୍ରତିଯୋଗୀ ହୋଇପାରିଛନ୍ତି । କେଏଲ ରାହୁଲ (KL Rahul) ODI ଫର୍ମାଟରେ ନମ୍ବର-୫ ପୋଜିସନରେ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ କରିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ (IND vs AUS 1st ODI Match) ରେ କେ.ଏଲ୍ ରାହୁଲ (KL Rahul) ଉତ୍କୃଷ୍ଟ ଫର୍ମରେ ନଜରକୁ ଆସିଛନ୍ତି । ଏହି ମ୍ୟାଚରେ କେଏଲ ରାହୁଲ (KL Rahul) ୱିକେଟ୍ କିପର ଭାବରେ ଦଳରେ ସାମିଲ ହୋଇଥିଲେ ଓ ୫ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ । କେ.ଏଲ୍ ରାହୁଲ (KL Rahul) ଙ୍କ ବ୍ୟାଟ୍ ସହିତ ଏହି ମ୍ୟାଚ୍ ୱିନିଂ  ଇନିଂସ ଖେଳି ସେ ୯୧ ବଲରେ ଅପରାଜିତ ୭୫ ରନ୍ କରିଥିଲେ । 

କେଏଲ ରାହୁଲ (KL Rahul) ଙ୍କ ଏହି ଇନିଂସରେ ତାଙ୍କ ବ୍ୟାଟରୁ ୭ଟି ଚୌକା ଓ ୧ ଛକା ଦେଖିବାକୁ ମିଳିଥିଲା । ଏଥି ସହିତ କେଏଲ ରାହୁଲ (KL Rahul) ୱିକେଟ୍ କିପିଂ ସମୟରେ ଏକ ଚମତ୍କାର କ୍ୟାଚ୍ ମଧ୍ୟ ଧରିଥିଲେ । ଡିସେମ୍ବର ୨୦୨୨ ଠାରୁ କେ.ଏଲ୍ ରାହୁଲ ODI ରେ ନମ୍ବର -୫ ପୋଜିସନରେ ୭ ଥର ଖେଳିବାର ସୁଯୋଗ ପାଇଛନ୍ତି । ଏସବୁ ଇନିଂସରେ କେଏଲ ରାହୁଲ ୫୬ ଏଭେରେଜରେ ମୋଟ  ୨୮୦ ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ ଯଦି ଆମେ ଏପର୍ଯ୍ୟନ୍ତ ODI ଫର୍ମାଟରେ ନମ୍ବର -5 ପୋଜିସନର ରେକର୍ଡକୁ ଦେଖିବା, ତେବେ ସେ ୧୭ ଇନିଂସରେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଅଧିକ ପଢ଼ନ୍ତୁ-ହୃଦଘାତ ପୂର୍ବରୁ ଶରୀରରେ ଆସେ ଏସବୁ ପରିବର୍ତ୍ତନ, କଦାପି କରନ୍ତୁନି ଅଣଦେଖା

ଅଧିକ ପଢ଼ନ୍ତୁ-ପ୍ରଥମ ଦିନିକିଆ ବିଜୟର ଏହି ୪ ହିରୋ ଏପରି ପଲଟିଲେ ବାଜି, ଏହା ଥିଲା ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ

ଅଧିକ ପଢ଼ନ୍ତୁ-ଲାଇଭ୍ ମ୍ୟାଚରେ କୋହଲିଙ୍କ ସହ ଦୁର୍ବ୍ୟବହାର କଲେ ପାଣ୍ଡ୍ୟା, ଅଧିନାୟକ ହେବା ପରେ ବଢ଼ିଚାଲିଛି ଗର୍ବ ଅହଂକାର! ଦେଖନ୍ତୁ ଭିଡିଓ

ସେପଟେ ଋଷଭ ପନ୍ତ  (Rishabh Pant) ଙ୍କୁ ପଡ଼ିଆକୁ ଫେରିବା ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡିବ । ଏଭଳି ପରିସ୍ଥିତିରେ କେଏଲ ରାହୁଲ (KL Rahul)  ୱିକେଟ୍ କିପର ଭାବରେ ଟିମ୍ ଇଣ୍ଡିଆ (Team India) ରେ ଅଧିକ ଖେଳିବାର ସୁଯୋଗ ପାଇପାରିବେ ।